ଜୁଲାଇ ୫ ରେ ଗୁରୁପୂର୍ଣ୍ଣିମା ଦିନ ଲାଗିବ ଚନ୍ଦ୍ରଗ୍ରହଣ । ଏହି ରାଶିଗୁଡ଼ିକର ଜାତକ ଉପରେ ପଡ଼ିବ ସବୁଠାରୁ ଖରାପ ପ୍ରଭାବ !

ଜୁଲାଇ ୫ ରେ ଗୁରୁପୂର୍ଣ୍ଣିମା ଦିନ ଲାଗିବ ଚନ୍ଦ୍ରଗ୍ରହଣ । ଏହି ରାଶିଗୁଡ଼ିକର ଜାତକ ଉପରେ ପଡ଼ିବ ସବୁଠାରୁ ଖରାପ ପ୍ରଭାବ !

ଜୁଲାଇ ୫ ରେ ଚଳିତବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଏହି ଗ୍ରହଣ ଏକ ଉପଛାୟା ଚନ୍ଦ୍ରଗ୍ରହଣ ହେବ । ଯାହାକି ଆମେରିକା, ଦକ୍ଷିଣ-ପଶ୍ଚିମ ୟୁରୋପ ଏବଂ ଆଫ୍ରିକାର କିଛି ଅଂଶରେ ଦେଖାଯାଇପାରିବ । ଏହି ଗ୍ରହଣ ଭାରତରେ ଦେଖାଯିବ ନାହିଁ । ପୁଣି ଜ୍ୟୋତିଷ ବିଶେଷଜ୍ଞମାନେ ଏହି ଗ୍ରହଣକୁ ଏକ ମହତ୍ୱପୂର୍ଣ୍ଣ ଘଟଣା ଭାବରେ ଦେଖୁଛନ୍ତି । କାରଣ ଏହି ଗ୍ରହଣ ଗୁରୁପୂର୍ଣ୍ଣିମା ପର୍ବରେ ଲାଗୁଛି ।

ଚନ୍ଦ୍ରଗ୍ରହଣ ଲାଗିବା ସମୟ

Google

ଏହି ଚନ୍ଦ୍ର ଗ୍ରହଣ ଜୁଲାଇ ୫ ରବିବାର ସକାଳ ୮.୩୮ ଘଟିକାରେ ଆରମ୍ଭ ହେବ ଏବଂ ସକାଳ ୧୧.୨୧ ଘଟିକା ପର୍ଯ୍ୟନ୍ତ ଦେଖାଯିବ । ଏହି ଗ୍ରହଣ ଧନୁରାଶିରେ ଲାଗିବାକୁ ଯାଉଅଛି । ଏଥିପାଇଁ ଧନୁରାଶି ଉପରେ ଚନ୍ଦ୍ରଗ୍ରହଣର ଅଧିକ ପ୍ରଭାବ ଦେଖାଯିବ । ପୁଣି ଏହି ଚନ୍ଦ୍ରଗ୍ରହଣ ଅନୁସାରେ ସୁତକ ଅବିଧି ମାନ୍ୟ ହେବନାହିଁ ।

ଚନ୍ଦ୍ରଗ୍ରହଣ ଲାଗିବା ସମୟରେ କରନ୍ତୁ ନାହିଁ ଏହି କାର୍ଯ୍ୟ

ଚନ୍ଦ୍ରଗ୍ରହଣ ଲାଗିବା ସମୟରେ ନିମ୍ନରେ କୁହାଯାଇଥିବା କାର୍ଯ୍ୟ ଗୁଡ଼ିକୁ କରନ୍ତୁ ନାହିଁ । ଏହି କାର୍ଯ୍ୟ ଗୁଡ଼ିକୁ କରିବା ଦ୍ଵାରା ଗ୍ରହଣର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରେ ।

୧. ଚନ୍ଦ୍ରଗ୍ରହଣ ଲାଗିବା ସମୟରେ କେଶରେ ତେଲ ଲଗାନ୍ତୁ ନାହିଁ ।

୨. ଗ୍ରହଣ ସମୟରେ ଭୋଜନ କରନ୍ତୁ ନାହିଁ ଏବଂ ଯଦି ସମ୍ଭବତଃ ପାଣି ମଧ୍ୟ ପିଅନ୍ତୁ ନାହିଁ । ମାନ୍ୟତା ଅଛି ଯେ, ଗ୍ରହଣ ସମୟରେ ଖାଦ୍ୟ ଖାଇବା ଦ୍ଵାରା ପେଟ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ପେଟ ସମ୍ବନ୍ଧୀତ ରୋଗ ଦେଖା ଯାଇଥାଏ । ଏହାବ୍ୟତୀତ ଏପରି ମଧ୍ୟ ବିଶ୍ଵାସ କରାଯାଏ ଯେ, ଗ୍ରହଣ ସମୟରେ ଖାଦ୍ୟ ଖାଇବା ଦ୍ଵାରା ନର୍କରେ କଷ୍ଟ ଭୋଗିବାକୁ ପଡ଼ିଥାଏ ।

୩. ଗ୍ରହଣ ଲାଗିବା ସମୟରେ ଲୁଗା ଧୋଇବା, ତାଲା ଖୋଲିବା ଏବଂ ଅନେକ ଶୁଭ କାର୍ଯ୍ୟ କରିବାଠାରୁ ଦୂରେଇ ରୁହନ୍ତୁ ।

୪. ଚନ୍ଦ୍ରଗ୍ରହଣ ସମୟରେ ପୂଜାପାଠ କରନ୍ତୁ ନାହିଁ ଏବଂ ଭଗବାନଙ୍କ ମୂର୍ତ୍ତିକୁ ମଧ୍ୟ ସ୍ପର୍ଶ କରନ୍ତୁ ନାହିଁ । ଗ୍ରହଣ ହେବା ପୂର୍ବରୁ ଭଗବାନଙ୍କ ମୂର୍ତ୍ତିକୁ କୌଣସି କପଡ଼ା ଦ୍ଵାରା ଘୋଡ଼ାଇ ରଖନ୍ତୁ ।

୫. ଗ୍ରହଣ ସମୟରେ ଶୋଇବା ଆଦୌ ଉଚିତ ନୁହେଁ ଏବଂ ଗ୍ରହଣର ଛାୟା ନିଜ ଉପରେ ପଡ଼ିବାକୁ ଦିଅନ୍ତୁ ନାହିଁ ।

ଚନ୍ଦ୍ରଗ୍ରହଣ ଶେଷ ହେବାପରେ ଏହି କାର୍ଯ୍ୟ କରନ୍ତୁ

୧. ଚନ୍ଦ୍ର ଗ୍ରହଣ ସମୟରେ ମନରେ ଭଗବାନଙ୍କୁ ସ୍ମରଣ କରନ୍ତୁ ।

୨. ଗ୍ରହଣ ଶେଷ ହେବା ପରେ କରାଯାଇଥିବା ଦାନ ଦ୍ଵାରା ଅନେକ ଗୁଣା ଅଧିକ ଫଳ ମିଳିଥାଏ । ଏଥିପାଇଁ ଗ୍ରହଣ ଶେଷ ହେବା ପରେ ଦାନ ନିଶ୍ଚିତ କରନ୍ତୁ ।

୩. ସମ୍ପୂର୍ଣ୍ଣ ଘରକୁ ଗଙ୍ଗା ପାଣି ଦ୍ଵାରା ପରିଷ୍କାର କରନ୍ତୁ ଏବଂ ଘରର ମନ୍ଦିରରେ ମଧ୍ୟ ଗଙ୍ଗା ପାଣି ସିଞ୍ଚନ କରନ୍ତୁ ।

ଗୁରୁଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ

Google

ଗ୍ରହଣ ଦିନ ଗୁରୁ ପୂର୍ଣ୍ଣିମା ମଧ୍ୟ ଆସୁଛି । ଏଥିପାଇଁ ସେହିଦିନ ଗ୍ରହଣ ଶେଷ ହେବାପରେ ଅଶ୍ୱତ୍ଥ ଗଛର ପୂଜା କରନ୍ତୁ ଏବଂ ନିଜ ଗୁରୁଙ୍କ ଆଶୀର୍ବାଦ ନିଶ୍ଚିତ ନିଅନ୍ତୁ ।

ଧନୁ ରାଶିର ବ୍ୟକ୍ତି ମାନେ ବିଶେଷ ଧ୍ୟାନ ରଖନ୍ତୁ

Google

ଏହି ଚନ୍ଦ୍ରଗ୍ରହଣ ଦ୍ଵାରା ଧନୁରାଶିର ଜାତକ ଉପରେ ଖରାପ ପ୍ରଭାବ ପଡ଼ିପାରେ । ଏଥିପାଇଁ ଏହି ଗ୍ରହଣ ଲାଗିବା ସମୟରେ ଧନୁରାଶି ଥିବା ବ୍ୟକ୍ତିମାନେ ନିଜର ବିଶେଷ ଧ୍ୟାନ ରଖନ୍ତୁ । ଜ୍ୟୋତିଷ ବିଶେଷଜ୍ଞଙ୍କ ଅନୁସାରେ ଚନ୍ଦ୍ରଗ୍ରହଣ କାରଣରୁ ଧନୁ ରାଶିର ବ୍ୟକ୍ତିଙ୍କୁ ମାନସିକ ଚିନ୍ତା, ସ୍ଵାସ୍ଥ୍ୟ ସମ୍ବନ୍ଧୀତ କୌଣସି ସମସ୍ୟା ଏବଂ ନିଜ ମାଆଙ୍କ ଶାରୀରିକ ଅସୁସ୍ଥାକୁ ନେଇ ଚିନ୍ତିତ ରହିବେ ।

ଏହିଭଳି ଭାବରେ ଗ୍ରହଣର ଅଶୁଭ ପ୍ରଭାବରୁ ରକ୍ଷା ପାଆନ୍ତୁ

Google

ଚନ୍ଦ୍ରଗ୍ରହଣର ଅଶୁଭ ପ୍ରଭାବ ଠାରୁ ବଂଚିବା ପାଇଁ ଗ୍ରହଣ ଶେଷ ହେବା ମାତ୍ରେ ହିଁ ଗଙ୍ଗା ପାଣିରେ ସ୍ନାନ କରନ୍ତୁ ଏବଂ ତାପରେ ମନ୍ଦିର ଯାଇ ଭଗବାନ ଶିବଙ୍କ ପୂଜା କରନ୍ତୁ । ପୂଜା କରିବା ପରେ ଗରିବ ଲୋକଙ୍କୁ ଖାଦ୍ୟ ପଦାର୍ଥ ଦାନ କରନ୍ତୁ । ଏହି ଉପାୟ କରିବା ଦ୍ଵାରା ଗ୍ରହଣର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ ।

Leave a Reply

Your email address will not be published. Required fields are marked *