ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ ସଚିନ୍ ପାୟଲଟ ଏବଂ ସାରା ଅବଦୁଲ୍ଲାହଙ୍କ ପ୍ରେମ କାହାଣୀ । ବିବାହରେ ଧର୍ମକୁ ନେଇ ସୃଷ୍ଟି ହୋଇଥିଲା ବିବାଦ !

ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ ସଚିନ୍ ପାୟଲଟ ଏବଂ ସାରା ଅବଦୁଲ୍ଲାହଙ୍କ ପ୍ରେମ କାହାଣୀ । ବିବାହରେ ଧର୍ମକୁ ନେଇ ସୃଷ୍ଟି ହୋଇଥିଲା ବିବାଦ !

ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଅର୍ଥାତ ସଚିନ୍ ପାୟଲଟ ଗତ କିଛି ଦିନ ହେବ ବାରମ୍ବାର ଭାବେ ହେଡଲାଇନର ଶୀର୍ଷରେ ରହିଆସିଛନ୍ତି । ରାଜସ୍ଥାନରେ ନିଜର ହିଁ ଦଳର ସରକାରଙ୍କ ବିରୋଧରେ ବିଦ୍ରୋହ କରି ବସିଥିବା ସଚିନ୍ ଆଜିକାଲି ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହିପରି ବର୍ତ୍ତମାନ ସମସ୍ତେ ତାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚାହୁଁଛନ୍ତି । ଏହି ମଧ୍ୟରେ ତାଙ୍କ ପତ୍ନୀ ସାରା ପାୟଲଟଙ୍କ ଜୀବନୀ ମଧ୍ୟ ବହୁତ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଜାଣିବା ସାରା ପାୟଲଟଙ୍କ ଜୀବନର କିଛି ହୃଦୟସ୍ପର୍ଶୀ କାହାଣୀ…

newstrend

ବାସ୍ତବରେ ସାରା ପାୟଲଟ ଦେଶର ଏକମାତ୍ର ଏପରି ମହିଳା ଅଟନ୍ତି, ଯାହାଙ୍କ ଜେଜେବାପା, ବାପା ଏବଂ ଭାଇ ତିନିଜଣ ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ, ସାରା ଫାରୂଖ ଅବଦୁଲ୍ଲାହଙ୍କ ଝିଅ ଅଟନ୍ତି । ଯିଏକି ଜାମ୍ମୁ କାଶ୍ମୀର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ତାଙ୍କ ଜେଜେବାପା ଶେଖ୍ ଅବଦୁଲ୍ଲାହ ଏବଂ ଭାଇ ଉମର ଅବଦୁଲ୍ଲାହ ମଧ୍ୟ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । କେବଳ ଏତିକି ନୁହେଁ ତାଙ୍କ ମାମୁଁ ଗୁଲାମ୍ ମୋହମ୍ମଦ ଶାହା ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ସାରାଙ୍କ ସ୍ୱାମୀ ଅର୍ଥାତ ସଚିନ୍ ପାୟଲଟ ବର୍ତ୍ତମାନ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଅଛନ୍ତି ।

newstrend

ସାରା ଜଣେ ଶକ୍ତିଶାଳୀ ରାଜନୈତିକ ପରିବାରର ଝିଅ ଅଟନ୍ତି । ତାଙ୍କ ଶାଶୁଘର ମଧ୍ୟ ବହୁତ ଦକ୍ଷ ରାଜନୈତିକ ପରିବାର ଅଟେ । ବର୍ତ୍ତମାନ ଦିନ ମାନଙ୍କରେ ସଚିନ୍ ଏବଂ ସାରାଙ୍କ ପ୍ରେମ କାହାଣୀ ବିଷୟରେ ବହୁତ ଚର୍ଚ୍ଚା ହେଉଛି । ଦୁହିଁଙ୍କ ବହୁତ ହୃଦୟସ୍ପର୍ଶୀ ପ୍ରେମ କାହାଣୀ ଅଟେ । ଏହା ସହିତ ସାରାଙ୍କ ରୋଜଗାର ଏବଂ ତାଙ୍କ ବୃତ୍ତି ବିଷୟରେ ଆଜି ଆମେ କହିବାକୁ ଯାଉଛୁ ।

ସାରା ପାୟଲଟଙ୍କ ସମ୍ପତ୍ତି

newstrend

ସାରାଙ୍କ ସମ୍ପତ୍ତି ତାଙ୍କ ସ୍ୱାମୀ ସଚିନ୍ ପାଇଲଟଙ୍କଠାରୁ ମଧ୍ୟ ଅଧିକ ଅଟେ । ସାରା ପାଇଲଟ ତାଙ୍କ ପେଶା ଅନୁଯାୟୀ ଜଣେ ୟୋଗା ପ୍ରଶିକ୍ଷକ ଅଟନ୍ତି ଏବଂ ସଚିନଙ୍କୁ ରାଜନୀତି କ୍ଷେତ୍ରରେ ଛାଡି ନିଜେ ଘର କାର୍ଯ୍ୟ ସମ୍ଭାଳିଥାନ୍ତି । ଏହା ବ୍ୟତୀତ ସାରା ଜଣେ ସାମାଜିକ କର୍ମୀ ଭାବରେ ମଧ୍ୟ ସାମାଜିକ କାର୍ଯ୍ୟରେ ମଧ୍ୟ ବହୁତ ବ୍ୟସ୍ତ ରହିଥାନ୍ତି । କହିରଖୁଛୁ କି, ତାଙ୍କ ଆୟ ସଚିନ୍ ପାଇଲଟଙ୍କଠାରୁ ଅଧିକ ଅଟେ । ସେ ସାମାଜିକ କାର୍ଯ୍ୟରୁ ବାର୍ଷିକ ୧୯ ଲକ୍ଷ ଟଙ୍କା ରୋଜଗାର କରନ୍ତି । ଆପଣଙ୍କ ଜ୍ଞାତସାର ପାଇଁ କହିରଖୁଛୁ କି, ସାରାଙ୍କ ଏକ ଆଫିଡେଭିଟ ଅନୁସାରେ ତାଙ୍କ ବଡ ପୁଅଙ୍କ ନାମରେ ୧୩ ଲକ୍ଷ ୬୯ ହଜାର ଟଙ୍କା ଏବଂ ସାନ ପୁଅ ନାମରେ ୨ ଲକ୍ଷ ୫୯ ହଜାର ଟଙ୍କାର ସମ୍ପତ୍ତି ରହିଛି । ଅପରପକ୍ଷରେ, ସଚିନନ୍ ପାୟଲଟଙ୍କ ଆୟ ବିଷୟରେ କହିବା, ତେବେ ତାଙ୍କ ବାର୍ଷିକ ଆୟ ମାତ୍ର ୧୦ ଲକ୍ଷ ଟଙ୍କା ଅଟେ ।

ସାରା ସଚିନଙ୍କ ପ୍ରେମ କାହାଣୀ

newstrend

ଦୁହିଁଙ୍କ ବହୁତ ହୃଦୟସ୍ପର୍ଶୀ ପ୍ରେମ କାହାଣୀ ଅଟେ । ସଚିନ୍ ଏବଂ ସାରା ନିଜ ପ୍ରେମ କାହାଣୀର ରହସ୍ୟ ଏକ ଟିଭି ଶୋ’ ସମୟରେ ଖୋଲିଥିଲେ । ସାରା କହିଥିଲେ କି, ସଚିନଙ୍କ ପରିବାର ସହିତ ତାଙ୍କ ପରିବାରର ବହୁତ ଭଲ ବନ୍ଧୁତା ଅଛି । ଏହା ସହିତ ଆମେ ଦୁହେଁ ମଧ୍ୟ ପିଲାଦିନରୁ ବନ୍ଧୁ ଥିଲୁ । ସାରା କହିଥିଲେ କି, ବଡ ହେବା ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଯାଇଥିଲା । ଯେତେବେଳେ ସଚିନ୍ ଲଣ୍ଡନରୁ ନିଜ ଅଧ୍ୟୟନ ସମାପ୍ତ କରିବା ପରେ ଲଣ୍ଡନକୁ ଆସିଥିଲେ, ସେତେବେଳେ ଆମେ ଦୁହେଁ ମେସେଜ୍ ଏବଂ ଫୋନରେ ବହୁତ କଥା ହେଉଥିଲୁ, ଏହା ପରେ ଆମେ ଅନୁଭବ କରିଥିଲୁ କି ବର୍ତ୍ତମାନ ବିବାହ କରିଦେବା ଉଚିତ କିନ୍ତୁ ଯତେବେଳେ ବିବାହର କଥା ଆସିଥିଲା ସେତେବେଳେ ଆମ ଦୁହିଁଙ୍କ ପରିବାର ହିଁ ଏହାକୁ ଦୃଢ଼ ଭାବେ ବିରୋଧ କରିଥିଲେ । ସାରା କହିଥିଲେ କି, ସଚିନ୍ ପାୟଲଟ ତାଙ୍କ ପରିବାରକୁ ବିବାହ ପାଇଁ ମନାଇ ଦେଇଥିଲେ କିନ୍ତୁ ମୋ ପରିବାରକୁ ଏହି ବିବାହରେ ଆପତ୍ତି ଥିଲା । ସେ କହିଥିଲେ କି, ଏହି କଥାର ଆଶା ନଥିଲା କି ମୋ ପରିବାରର ଲୋକମାନେ ସଚିନଙ୍କ ସହିତ ବିବାହକୁ ବିରୋଧ କରିବେ । ସାରା କହିଥିଲେ କି, ସେହି ସମୟରେ ଦୁଇ ପରିବାର ମଧ୍ୟରେ ଏକ ହିନ୍ଦୁ-ମୁସଲମାନକୁ ନେଇ ଅନେକ ନାଟକ ହୋଇଥିଲା ।

ବିବାହରେ ହୋଇଥିଲା ହିନ୍ଦୁ-ମୁସଲମାନ ନାଟକ

newstrend

ସଚିନ ଏବଂ ସାରା ଦୁହେଁ ପିଲାଦିନରୁ ପରସ୍ପରକୁ ଜାଣିଥିଲେ । ଦୁଇ ପରିବାରରେ ମଧ୍ୟରେ ଅତି ନିବିଡ଼ ବନ୍ଧୁତା ଥିଲା । ସଚିନ୍ ଏବଂ ସାରାଙ୍କ ପିତା ବହୁତ ଭଲ ବନ୍ଧୁ ଥିଲେ ଏବଂ ଦୁହେଁ ବାରମ୍ବାର ଭାବରେ ପରସ୍ପରଙ୍କ ଘରକୁ ଯିବାଆସିବା ଚାଲୁଥିଲା । ଏହି କାରଣରୁ ଉଭୟ ସଚିନ୍ ଏବଂ ସାରା ପିଲାଦିନରୁ ପରସ୍ପରକୁ ଜାଣିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ବହୁତ ଗଭୀର ପ୍ରେମ ଥିଲା । କିନ୍ତୁ ଯେତେବେଳେ ବିବାହର କଥା ଆସିଥିଲା, ମୌଳିକବାଦୀମାନେ ଏହାକୁ ଦୃଢ଼ ଭାବେ ବିରୋଧ କରିଥିଲେ । ଏହି ବିରୋଧ ସତ୍ତ୍ୱେ ଦୁହେଁ ୧୫ ଜାନୁଆରୀ ୨୦୦୪ ମସିହାରେ ପରସ୍ପରକୁ ବିବାହ କରିଦେଇଥିଲେ ।

newstrend

ରାଜନୀତିରେ ଆସିବାକୁ ଚାହୁଁନଥିଲେ ସଚିନ୍

newstrend

ନିଜର ସାକ୍ଷାତକାରରେ ସାରା କହିଥିଲେ କି, ସଚିନଙ୍କ ସହ ମୋର ବିବାହ ସହଜ ନଥିଲା । ଏଥିସହିତ ସେ ଏହା ମଧ୍ୟ କହିଥିଲେ କି, ବିବାହ ପୂର୍ବରୁ ସଚିନ୍ କେବେ ମଧ୍ୟ ରାଜନୀତିରେ ଆସିବାକୁ ଚାହୁଁନଥିଲେ । କିନ୍ତୁ ପିତା ରାଜେଶ ପାଇଲଟଙ୍କ ମୃତ୍ୟୁ ପରେ ତାଙ୍କୁ ରାଜନୀତିରେ ଆସିବାକୁ ପଡିଥିଲା । ସାରା କହିଛନ୍ତି କି, ବିବାହର କିଛି ମାସ ପରେ ସଚିନ୍ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ନିର୍ବାଚନରେ ​​ତାଙ୍କ ବିଜୟରେ ତାଙ୍କ ଘର ଲୋକମାନେ ସମସ୍ତେ ଖୁସି ହୋଇଥିଲେ । ଏହି ବିଜୟ ପରେ ମୋ ବାପା ଫାରୂଖ ଅବଦୁଲ୍ଲାହ ସଚିନଙ୍କୁ ନିଜ ଜାମାତା ରୂପରେ ସ୍ୱୀକାର କରିଥିଲେ ।

ସବୁଠାରୁ କମ୍ ବୟସରେ ସାଂସଦ ରହିସାରିଛନ୍ତି ସଚିନ୍

ସଚିନ୍ ପାଇଲଟ କଂଗ୍ରେସ ପାଇଁ ରାଜସ୍ଥାନରେ ଜଣେ ଯୁବ ଚେହେରା ରୂପରେ ସାମ୍ନାକୁ ଆସିଥିଲେ । ସଚିନଙ୍କ ନାମରେ ଏହି ରେକର୍ଡ ମଧ୍ୟ ଦାଖଲ କରାଯାଇଛି କି, ସେ ସବୁଠାରୁ କମ୍ ବୟସରେ ସାଂସଦ ରହିସାରିଛନ୍ତି । ୭ ସେପ୍ଟେମ୍ବର ୧୯୭୭ ମସିହାରେ ଉତ୍ତରପ୍ରଦେଶର ସହାରନପୁରରେ ଜନ୍ମିତ କରିଥିବା ସଚିନ୍ ପାଇଲଟ ମାତ୍ର ୨୬ ବର୍ଷ ବୟସରେ ସାଂସଦ ହୋଇଥିଲେ । ସେ ୧୪ତମ ଲୋକସଭାରେ ରାଜସ୍ଥାନର ଅଜମେର ଆସନରୁ ବିଜୟ ହାସଲ କରିଥିଲେ ଏବଂ ସଂସଦରେ ପହଞ୍ଚିଥିଲେ ।

Leave a Reply

Your email address will not be published. Required fields are marked *