“ସୋନପରୀ”ର “ଫ୍ରୁଟୀ”ଙ୍କ ଲୁକ୍ ବର୍ତ୍ତମାନ ହୋଇଯାଇଛି ବହୁତ ପରିବର୍ତ୍ତନ । ଜାଣନ୍ତୁ କେଉଁଠି ଅଛନ୍ତି ? ଏବଂ କଣ କରନ୍ତି ?

“ସୋନପରୀ”ର “ଫ୍ରୁଟୀ”ଙ୍କ ଲୁକ୍ ବର୍ତ୍ତମାନ ହୋଇଯାଇଛି ବହୁତ ପରିବର୍ତ୍ତନ । ଜାଣନ୍ତୁ କେଉଁଠି ଅଛନ୍ତି ? ଏବଂ କଣ କରନ୍ତି ?

ଛୋଟ ବେଳରୁ ସମସ୍ତଙ୍କ କୌଣସି ନା କୌଣସି ପ୍ରିୟ ଧାରାବାହିକ ରହିଥାଏ । ଅଧିକାଂଶ ଛୁଆଙ୍କୁ ଯାଦୁର ଧାରାବାହିକ ଗୁଡ଼ିକ ଅଧିକ ପସନ୍ଦ ଆସେ । ଆପଣ ସମସ୍ତଙ୍କୁ ଟିଭିର ପ୍ରସିଦ୍ଧ ଧାରାବାହିକ “ସୋନପରୀ” ମନେ ଥିବ ? ଏହି ଧାରାବାହିକ ଶିଶୁମାନଙ୍କ ସବୁଠାରୁ ଲୋକପ୍ରିୟ ଧାରାବାହିକ ଥିଲା । ଏହି ଧାରାବାହିକକୁ ଦେଖିବା ପାଇଁ ସମସ୍ତ ଶିଶୁ ମାନେ ଉତ୍ସାହିତ ହୋଇଯାଉଥିଲେ । ଏହି ସିରିଏଲ ପାଇଁ ସମସ୍ତେ ଦିୱାନା ଥିଲେ । ବର୍ତ୍ତମାନ ସମୟରେ ମଧ୍ୟ ଏପରି ଅନେକ ଲୋକ ରହିଛନ୍ତି, ଯାହାଙ୍କ ମନରେ ସୋନପରୀ ଓ ଫ୍ରୁଟୀଙ୍କ ସ୍ମୃତି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ରହିଥିବ । ଏହି ଧାରାବାହିକରେ ସୋନପରୀ ଆଣ୍ଟି ହୁଅନ୍ତୁ କିମ୍ବା ଫ୍ରୁଟୀ ହୁଅନ୍ତି ବା ଅଳତୁ, ସମସ୍ତେ ନିଜ ନିଜର ଚରିତ୍ରକୁ ବହୁତ ଭଲ ଭାବରେ ତୁଲାଇଥିଲେ ।

newstrend

ସୋନପରୀ ଧାରାବାହିକ କେବଳ ଛୋଟ ଶିଶୁମାନଙ୍କ ପ୍ରିୟ ଶୋ ନଥିଲା, ବରଂ ବଡ଼ ବଡ଼ ଲୋକ ମଧ୍ୟ ଏହାକୁ ଦେଖିବାକୁ ପସନ୍ଦ କରୁଥିଲେ । କିନ୍ତୁ ପରେ ଏହି ଧାରାବାହିକ ୨୬୮ ଏପିସୋଡ଼ ପରେ ୨୦୦୪ ମସିହାରେ ବନ୍ଦ ହୋଇଗଲା । ଏହି ଧାରାବାହିକ ମଧ୍ୟରେ ସମସ୍ତ କଳାକାର ନିଜର ଚରିତ୍ର ଖୁବ୍ ଭଲ ଭାବରେ ତୁଲାଇଥିଲେ । ସେହି ସମୟରେ ସୋନପରୀ ଧାରାବାହିକ ଭିତରେ ଫ୍ରୁଟି ଚରିତ୍ରରେ ଅଭିନୟ କରୁଥିବା ଝିଅକୁ ସମସ୍ତେ ବହୁତ ପସନ୍ଦ କରୁଥିଲେ । ସେ ବହୁତ କ୍ୟୁଟ୍ ଦେଖାଯାଉଥିଲେ । କିନ୍ତୁ ବର୍ତ୍ତମାନ ଫ୍ରୁଟି ବଡ଼ ହୋଇଗଲେଣି, ଏବଂ ସମୟ କ୍ରମେ ତାଙ୍କ ଲୁକ୍ ମଧ୍ୟ ପରିବର୍ତ୍ତିତ ହୋଇଯାଇଛି । ଏହିପରି ଆପଣ ସମସ୍ତେ ଜାଣିବାକୁ ଇଚ୍ଛୁକ ଥିବେ ଯେ ସେ ବର୍ତ୍ତମାନ କିପରି ଦେଖାଯାଉଛନ୍ତି ?

newstrend
newstrend

ଆପଣଙ୍କୁ ସୂଚାଇଦେଉଛୁ ଯେ ଟିଭିର ପ୍ରସିଦ୍ଧ ଓ ଲୋକପ୍ରିୟ ଧାରାବାହିକ “ସୋନପରୀ”ରେ ଯେଉଁ ଝିଅ ଫ୍ରୁଟି ଚରିତ୍ରରେ ଅଭିନୟ କରିଥିଲେ ତାଙ୍କ ନାମ “ତନବୀ ହେଗଡେ” ଅଟେ । କିନ୍ତୁ ବର୍ତ୍ତମାନ ସେ ବଡ଼ ହୋଇଯାଇଛନ୍ତି । ବଡ଼ ହେବା ପରେ ଫ୍ରୁଟି ଅର୍ଥାତ ତନବୀ ହେଗଡେ ପୁର୍ବ ଭଳି କ୍ୟୁଟ୍ ଓ ସୁନ୍ଦର ଦେଖାଯାଉଛନ୍ତି । ତନବୀ ହେଗଡେ ନିଜ କ୍ୟାରିୟରର ଆରମ୍ଭ ୩ ବର୍ଷ ବୟସରୁ କରିଥିଲେ । ତାଙ୍କୁ ରସନା ବେବି କଣ୍ଟେଷ୍ଟରୁ ଚୟନ କରାଯାଇଥିଲା । ଏତିକିନୁହେଁ ବରଂ ଏହା ପରେ ସେ ଆଉ କିଛି କେମ୍ପେନ ମଧ୍ୟ କରିଥିଲେ ।

newstrend

ସୋନପରୀ ବ୍ୟତୀତ ତନବୀ ହେଗଡେ “ଶାକା ଲାକା ବୁମ୍ ବୁମ୍” ଓ “ଖିଚଡ଼ି” ଭଳି ଲୋକପ୍ରିୟ ଧାରାବାହିକ ମାନଙ୍କରେ ମଧ୍ୟ ଅଭିନୟ କରିଛନ୍ତି । ଯଦିଓ ସେ “ଶାକା ଲାକା ବୁମ୍ ବୁମ୍”ର କିଛି ଏପିସୋଡ଼ରେ ଅଭିନୟ କରିଥିଲେ । ତନବୀ ହେଗଡେଙ୍କୁ ସୋନପରୀ ଧାରାବାହିକ ପରେ ଶିଶୁ କଳାକାର ଭାବେ ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ କାମ ମିଳିବାକୁ ଲାଗିଲା । ତାଙ୍କୁ ଚଳଚ୍ଚିତ୍ରରେ ପ୍ରଥମ ସୁଯୋଗ ୯ ବର୍ଷ ବୟସରେ ମିଳିଥିଲା । ଏମଏଫ ହୁସେନଙ୍କ ଚଳଚ୍ଚିତ୍ର “ଗଜ ଗାମୀନି”ରେ ସେ ଛୋଟ ଶକୁନ୍ତଳାଙ୍କ ଚରିତ୍ରରେ ଅଭିନୟ କରିଥିଲେ ।

newstrend
newstrend

ତନବୀ ହେଗଡେ ଚାମ୍ପିୟାନ, ବିରୁଦ୍ଧ, ୱାହଁ! ଲାଇଫ ହୋ ତୋ ଏସି ଭଳି ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି । ସେ ଶେଷ ଥର ପାଇଁ ୨୦୧୬ ମସିହାରେ ଆସିଥିବା ମରାଠୀ ଚଳଚ୍ଚିତ୍ର “ଅଥାଙ୍ଗ”ରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ ସେ ଏପରି ଏକ ଝିଅର ଚରିତ୍ରରେ ଅଭିନୟ କରିଥିଲେ, ଯାହାକୁ ଏକ ଡାକ୍ତର ସହିତ ପ୍ରେମ ହୋଇଯାଇଥିଲା ଏବଂ ଏହି ଝିଅକୁ ଲାଗୁଥିଲା ଯେ ଡାକ୍ତର ମଧ୍ୟ ତାକୁ ପ୍ରେମ କରୁଛି । କିନ୍ତୁ ସତ ଆଉ କିଛି ଥିଲା। ।

newstrend
newstrend
newstrend

ଆଜିକାଲି ସୋନପରୀ ଧାରାବାହିକର ଫ୍ରୁଟୀ ଆର୍ଥିକ ତନବୀ ହେଗଡେ ମରାଠୀ ଚଳଚ୍ଚିତ୍ରରେ ସକ୍ରିୟ ଅଛନ୍ତି । ନିକଟରେ ତାଙ୍କ ଚଳଚ୍ଚିତ୍ର “ଶିବା”କୁ ଦର୍ଶକ ମାନଙ୍କ ଠାରୁ ଖୁବ୍ ଭଲ ପାଇବା ମିଳିଥିଲା । ତନବୀ ହେଗଡେ ଏକ ସାଧାରଣ ଜୀବନଯାପନ କରନ୍ତି ଏବଂ ସେ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ଅଟନ୍ତି । ଅଧିକାଂଶ ସମୟରେ ସେ ନିଜର ଫଟୋ ଗୁଡ଼ିକ ସୋସିଆଲ ମିଡ଼ିଆରେ ସେୟାର କରନ୍ତି । ଆପଣ ତାଙ୍କ ଫଟୋ ଗୁଡ଼ିକ ଦେଖି ଅନୁମାନ କରିପାରିବେ ଯେ କିଭଳି ସାଧାରଣ ଜୀବନ କାଟିବାକୁ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *