ଡ୍ରଗ୍ସ ଦ୍ଵାରା ବର୍ବାଦ ହୋଇଥିବା ଏହି ୭ ଜଣ ଅଭିନେତାଙ୍କ ଜୀବନ । କେହି ସଡ଼କରେ ଭିକ ମାଗୁଛନ୍ତି ତ କେହି ଜେଲରେ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ !

ଡ୍ରଗ୍ସ ଦ୍ଵାରା ବର୍ବାଦ ହୋଇଥିବା ଏହି ୭ ଜଣ ଅଭିନେତାଙ୍କ ଜୀବନ । କେହି ସଡ଼କରେ ଭିକ ମାଗୁଛନ୍ତି ତ କେହି ଜେଲରେ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ !

ବଲିଉଡ଼ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଏଙ୍ଗଲ ସମ୍ନାକୁ ଆସିଛି । ଏହା ଦାବି କରାଯାଇଛି ଯେ ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସର ଶିକାର ହୋଇଥିଲେ ଏବଂ ଏହି ଅଭିନେତାଙ୍କ ଘରେ ଡ୍ରଗ୍ସ ପାର୍ଟି ମଧ୍ୟ ହେଉଥିଲା । ଏହି ଦାବି ପରେ ବଲିଉଡ଼ରେ ପୁଣିଥରେ ଡ୍ରଗ୍ସର ବିଷୟ ଉଠାଯାଇଛି । ସୋସିଆଲ ମିଡିଆରେ ବର୍ତ୍ତମାନ ସେହି ବଲିଉଡ଼ ସେଲିବ୍ରିଟିଙ୍କ ଚର୍ଚ୍ଚା ହେଉଅଛି । ଯିଏ ଡ୍ରଗ୍ସର ଶିକାରରେ ଆସିବା କାରଣରୁ ନିଜର କ୍ୟାରିଅର ବର୍ବାଦ କରି ସାରିଛନ୍ତି କିମ୍ବା ସେ ଆଜି ଡ୍ରଗ୍ସ କାରଣରୁ ଏହି ଦୁନିଆରେ ଆଉ ନାହାନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ବଲିଉଡ଼ର ସେହି ଅଭିନେତାଙ୍କ ବିଷୟରେ କହିବୁ ଯେଉଁମାନେ ଡ୍ରଗ୍ସ କାରଣରୁ ସଡ଼କ ପର୍ଯ୍ୟନ୍ତ ପହଂଚି ଯାଇଥିଲେ । ଜଣେ ଅଭିନେତା ଜେଲ୍ ପର୍ଯ୍ୟନ୍ତ ମଧ୍ୟ ପହଂଚି ଯାଇଥିଲେ ।

ସଞ୍ଜୟ ଦତ୍ତ

ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତଙ୍କ ବିଷୟରେ ପ୍ରାୟ ସମସ୍ତେ ଜାଣିଥିବେ । ଏହି ଅଭିନେତା ଦୀର୍ଘ ସମୟ ପର୍ଯ୍ୟନ୍ତ ଡ୍ରଗ୍ସର ଶିକାରରେ ଥିଲେ । ଖାସ୍ କଥା ଏହା ଯେ ସଞ୍ଜୟ ଦତ୍ତ ମଧ୍ୟ ଏହି କଥାକୁ ମାନନ୍ତି । ଅଭିନେତା ଜଣକ କହିଛନ୍ତି ଯେ ସେ ୧୦ ବର୍ଷ ପର୍ଯ୍ୟନ୍ତ ଡ୍ରଗ୍ସ କବଳରେ ଥିଲେ ।

google

ସେ ଏହା ମଧ୍ୟ ଜୋର ଦେଇ କହିଛନ୍ତି ଯେ ଦୁନିଆର ଏପରି କୌଣସି ଡ୍ରଗ୍ସ ନାହିଁ ଯାହାକୁ ସେ ନେଇ ନାହାନ୍ତି । ଏପରିକି ଅଭିନେତା ଆମେରିକାର ପ୍ରସିଦ୍ଧ ରିହେବ ସେଣ୍ଟରକୁ ଯାଇଥିଲେ । ଯେଉଁଠାରୁ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ଆସିଥିଲେ ।

ରଣବିର କପୂର

ରଣବିର କପୂରଙ୍କୁ ବଲିଉଡ଼ର ଚକଲେଟ୍ ବୋଏ କୁହାଯାଏ କିନ୍ତୁ ଏହି ଚକଲେଟ୍ ବୋଏ ମଧ୍ୟ ଡ୍ରଗ୍ସର ଶିକାର ହୋଇଥିଲେ । ଆଶ୍ଚର୍ଯ୍ୟକର କଥା ଏହା ଯେ ଏହି ଅଭିନେତ୍ରୀ ଜଣକ ଖୁବ୍ କମ୍ ବୟସରେ ଡ୍ରଗ୍ସ ନେବା ଆରମ୍ଭ କରି ଦେଇଥିଲେ । ଯାହାର ଖୁଲାସା ନିଜେ ରଣବୀର କପୂର କରିଛନ୍ତି । ରଣବୀର କପୂର ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ସ୍କୁଲ ସମୟରୁ ହିଁ ସେ ଡ୍ରଗ୍ସ ନେବା ଆରମ୍ଭ କରି ଦେଇଥିଲେ ।

google

ଯାହା ପରେ ଡ୍ରଗ୍ସ ନେବା ତାଙ୍କ ଅଭ୍ୟାସରେ ପରିଣତ ହୋଇଗଲା । କିନ୍ତୁ ଏହି ଅଭିନେତା ବର୍ତ୍ତମାନ ଡ୍ରଗ୍ସ କବଳରୁ ମୁକ୍ତ ହୋଇ ସାରିଛନ୍ତି । ବର୍ତ୍ତମାନ ରଣବୀର କପୂର ଜଣେ ଚେନ୍ ସ୍ମୋକର ହୋଇ ଯାଇଛନ୍ତି । ତାଙ୍କର ସ୍ମୋକିଙ୍ଗର ଫୋଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ଫରଦୀନ୍ ଖାନ୍

ବଲିଉଡ଼ ଅଭିନେତା ଫରଦୀନ ଖାନଙ୍କ ନାମକୁ ଡ୍ରଗ୍ସ ମାମଲାରେ ଖୁବ୍ ଚର୍ଚ୍ଚା କରାଯାଇଥିଲା । ଏହି ଅଭିନେତା ଜଣକ ଡ୍ରଗ୍ସର ଶିକାର ହୋଇଥିଲେ । ଥରେ ଏପରି ପରିସ୍ଥିତି ଆସିଥିଲା ଯେତେବେଳେ ଏହି ଅଭିନେତାଙ୍କୁ ୫ ମଇ ୨୦୦୧ ମସିହାରେ କୋକିନ୍ ସହିତ ଗିରଫ କରାଯାଇଥିଲା ।

google

ସେହି କାରଣରୁ ଫରଦୀନ୍ ଖାନ ପାଖାପାଖି ୫ ଦିନ ପର୍ଯ୍ୟନ୍ତ ଜେଲରେ ରହିଥିଲେ । ପରେ ଅଭିନେତାଙ୍କୁ ଜାମିନ ମିଳିଥିଲା । ପୁଣି ପରେ ଫରଦୀନ୍ ଖାନ୍ ରୀହେବ ସେଣ୍ଟର ଯାଇଥିଲେ । ଯେଉଁଠି ସେ ଚିକିତ୍ସିତ ହେଉଥିଲେ ।

ପ୍ରତୀକ ବବ୍ବର

ବଲିଉଡ଼ ଅଭିନେତା ପ୍ରତୀକ ବବ୍ବର ମଧ୍ୟ ଡ୍ରଗ୍ସର ଶିକାର ହୋଇଛନ୍ତି । ସେ ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ଡ୍ରଗ୍ସ କବଳରେ ଥିଲେ ।

google

ଯେଉଁ କାରଣରୁ ତାଙ୍କ କ୍ୟାରିଅର ମଧ୍ୟ ବର୍ବାଦ ହୋଇ ଯାଇଥିଲା । କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ ଭାବରେ ସୁସ୍ଥ ।

ବିଜୟ ରାଜ୍

ବିଜୟ ରାଜ୍ ଅନେକ ବଲିଉଡ଼ ଫିଲ୍ମରେ ନଜର ଆସିଛନ୍ତି । ତାଙ୍କ ଅଭିନୟକୁ ଲୋକମାନେ ପସନ୍ଦ ମଧ୍ୟ କରିଛନ୍ତି କିନ୍ତୁ ସେ ଏକ ସମୟରେ ଡ୍ରଗ୍ସର ଶିକାର ହୋଇଥିଲେ ।

google

ଏହି କାରଣରୁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା । ୨୦୦୫ ମସିହାରେ ବିଜୟ ରାଜଙ୍କୁ ଦୁବାଇ ପୋଲିସ୍ ଗିରଫ କରିଥିଲା ।

ଗୀତାଞ୍ଜଳି ନାଗପାଲ

ଗୀତାଞ୍ଜଳି ନାଗପାଲ ୯୦ ଦଶକର ପ୍ରସିଦ୍ଧ ମୋଡେଲ ଅଟନ୍ତି କିନ୍ତୁ ଏହି ପ୍ରସିଦ୍ଧ ମୋଡେଲ ମଧ୍ୟ ଡ୍ରଗ୍ସର ଶିକାର ହୋଇଥିଲେ । ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ମୋଡେଲ ଡ୍ରଗ୍ସ ପାଇବା ପାଇଁ ଲୋକଙ୍କ ଘରେ ଚାକରାଣୀ ଭାବରେ କାମ କରୁଥିଲେ ।

google

ନିଶା କାରଣରୁ ସେ ନିଜର ଶେଷ ଦିନରେ ସଡ଼କରେ ଭିକ ମାଗୁଥିଲେ । ଯାହାପରେ ଗୀତାଞ୍ଜଳି ନାଗପାଳଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ହନୀ ସିଂହ

ରେପର ହନୀ ସିଂହ ଯୁବଙ୍କର ଅତି ପ୍ରିୟ ଅଟନ୍ତି । ସେ ରେପିଙ୍ଗକୁ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ଜାଗା ଦେଇଥିଲେ । କେବଳ ଏତିକି ନୁହେଁ ତାଙ୍କ ଗୀତକୁ ସମସ୍ତେ ପସନ୍ଦ କରୁଥିଲେ । କିନ୍ତୁ ହନୀ ସିଂହ ମଧ୍ୟ ଡ୍ରଗ୍ସର ଶିକାର ହୋଇଥିଲେ ।

google

ଯେଉଁ କାରଣରୁ ହନୀ ସିଂହଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇ ପଡ଼ିଥିଲା । ଏହିପରି ହନୀ ସିଂହଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ରିହେବ ସେଣ୍ଟରକୁ ଯିବାକୁ ପଡିଥିଲା । ଏହାପରେ ବର୍ତ୍ତମାନ ହନୀ ସିଂହ ପୁଣିଥରେ ନିଜର ପରିଚୟ ପାଇବା ପାଇଁ ଚେଷ୍ଟା କରୁଛନ୍ତି ।

Leave a Reply

Your email address will not be published. Required fields are marked *