କରୋନା ଭ୍ୟାକସିନ ପାଇଁ ଏହି ଭାରତୀୟ ବ୍ୟବସାୟୀ ୩୩୦୦ କୋଟି ଦାନ କଲେ !

କରୋନା ଭ୍ୟାକସିନ ପାଇଁ ଏହି ଭାରତୀୟ ବ୍ୟବସାୟୀ ୩୩୦୦ କୋଟି ଦାନ କଲେ !

ଦେଶର ବଡ ଉଦ୍ୟୋଗପତି ଲକ୍ଷ୍ମୀ ମିତ୍ତଲ ଅକ୍ସଫୋର୍ଡ ୟୁନିଭରସିଟିର ଜେନେର ଇନଷ୍ଟିଚ୍ୟୁଟକୁ ୩୩୦୦ କୋଟିରୁ ଅଧିକ ଟଙ୍କା ଦାନ କରିଛନ୍ତି । କରୋନା ଟିକା ନିର୍ଦ୍ଦେଶନାରେ ଏହି ଅନୁଷ୍ଠାନ ବହୁତ ଭଲ କାମ କରୁଛି ଏବଂ ମାନବ ପରୀକ୍ଷଣରେ ପହଞ୍ଚିଛି ।

ଲକ୍ଷ୍ମୀ ମିତ୍ତଲ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ 3300 କୋଟି ଦାନ କଲେ !

ଏହି ଅନୁଷ୍ଠାନ ବର୍ତ୍ତମାନ ମିତ୍ତଲ ପରିବାରର ନାମରେ ନାମିତ ହୋଇଛି ।

ଅକ୍ସଫୋର୍ଡ ୟୁନିଭରସିଟି କରୋନା ଟିକାର ମାନବ ପରୀକ୍ଷଣର ଅଭିମୁଖେ ।

Google

ଲକ୍ଷ୍ମୀ ନିବାସ ମିତ୍ତଲ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ କରୋନା ଟିକା ପାଇଁ ୩.୫ ମିଲିୟନ୍ ପାଉଣ୍ଡ (ପ୍ରାୟ 3300 କୋଟି ଟଙ୍କା) ଅନୁଦାନ ପ୍ରଦାନ କରିଛନ୍ତି । ମିତ୍ତଲ ପରିବାର ଏହି ଅନୁଦାନ ଅକ୍ସଫୋର୍ଡ ୟୁନିଭର୍ସିଟିର vaccinology ଡିପାର୍ଟମେଣ୍ଟକୁ ପ୍ରଦାନ କରିଛନ୍ତି। ଏହି ଡିପାର୍ଟମେଣ୍ଟ Jenner Institute ଅଧୀନରେ ରହିଛି । ଏହି ଅନୁଦାନ ପରେ ଏବେ ଏହାର ନାମ Lakshmi Mittal and Family Professorship of Vaccinologyରେ ନାମକରଣ ହୋଇଛି ।

୨୦୦୫ରେ ଅକ୍ସଫୋର୍ଡ ଏବଂ ୟୁକେ ଇନଷ୍ଟିଚ୍ୟୁଟ୍ ଫର୍ ଆନିମଲ୍ ହେଲଥ୍ ସହଭାଗିତାରେ ଜେନେର୍ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରାଯାଇଥିଲା । ଏହା ବିଶ୍ୱସ୍ତରର ସର୍ବୋଚ୍ଚ ଟିକା ଅଧ୍ୟୟନ ଭାବରେ ବିବେଚନା କରାଯାଏ । କରୋନା ମହାମାରୀରେ ଟିକା ପ୍ରତି ଏହା ବହୁତ ଦ୍ରୁତ ଗତିରେ କାମ କରୁଛି ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଇଂଲଣ୍ଡ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ କରୋନା ଭ୍ୟାକାସିନ ମାନବ ପରୀକ୍ଷଣର ଅଗ୍ରଗତି କରୁଛି । ପ୍ରଫେସର ଆଡ୍ରିଆନ୍ ହିଲ୍ (Adrian Hill) ଜେନେର୍ ଇନଷ୍ଟିଚ୍ୟୁଟ୍ ନିର୍ଦ୍ଦେଶକ । ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ୧ କୋଟି ୨୩ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ।

google

ଏହି ଦାନ ବିଷୟରେ ଲକ୍ଷ୍ମୀ ମିତ୍ତଲ କହିଛନ୍ତି ଯେ କରୋନା ମହାମାରୀ ପରେ ସମଗ୍ର ବିଶ୍ଵକୁ ଯେକୌଣସି ପ୍ରକାର ମହାମାରୀ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବାକୁ ପଡିବ । ଏହି ମହାମାରୀ ବହୁ ପରିମାଣରେ ସାମାଜିକ ଏବଂ ଅର୍ଥନୈତିକ କ୍ଷତି ଘଟାଇଛି ।

ଏପରି ପରିସ୍ଥିତିରେ, ଯେତେବେଳେ ମୁଁ ପ୍ରଫେସର ହିଲଙ୍କ ସହ କଥା ହେଲି, ସେତେବେଳେ ମୁଁ ଅନୁଭବ କଲି ଯେ ଟିକା ତିଆରି କରିବା ପାଇଁ ସେମାନେ କଣ କରୁଛନ୍ତି । ବର୍ତ୍ତମାନ ଠାରୁ ଏହିପରି କୌଣସି ମହାମାରୀ ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡିବ ।

Leave a Reply

Your email address will not be published. Required fields are marked *