ବିବାହର ଦୁଇବର୍ଷ ପରେ ପତ୍ନୀ, ମାଆ ହେବାର ଖବର ଜାଣିବା ପରେ ସ୍ଵାମୀ ହେଲେ ଚିନ୍ତିତ ! କହିଲେ…

ବିବାହର ଦୁଇବର୍ଷ ପରେ ପତ୍ନୀ, ମାଆ ହେବାର ଖବର ଜାଣିବା ପରେ ସ୍ଵାମୀ ହେଲେ ଚିନ୍ତିତ ! କହିଲେ…

ଉତ୍ତରପ୍ରଦେଶ ରାଜ୍ୟର ବରେଲୀ ଠାରେ ଜଣେ ମହିଳା ବିବାହର ୨ ବର୍ଷପରେ ମାଁ ହୋଇଥିଲେ । କିନ୍ତୁ ଏହି ମହିଳାଙ୍କ ସ୍ୱାମୀ ଶିଶୁର ନାମ କରଣ କରିବାକୁ ମନା କରି ଦେଇଥିଲେ ଏବଂ ଏହା ସହିତ ନିଜ ସ୍ତ୍ରୀଙ୍କ ଚରିତ୍ର ଉପରେ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ । ସ୍ୱାମୀ-ସ୍ତ୍ରୀଙ୍କ ଚରିତ୍ରକୁ ଭୁଲ୍ ଦର୍ଶାଇବା ସହିତ ଏହି ପିଲାଟି ତାଙ୍କର ନୁହେଁ ବୋଲି କହିଥିଲେ । ସ୍ୱାମୀଙ୍କ କହିବା ଅନୁସାରେ, ସେ ବିବାହ ପରେ ବାସରରାତି ପାଳନ କରିନଥିଲେ । ତେବେ ଶିଶୁଟି କିପରି ହେଲା ? ତେବେ ସ୍ୱାମୀଙ୍କ ଏହି ସମସ୍ତ ଅଭିଯୋଗକୁ ପତ୍ନୀ ମିଥ୍ୟା ବୋଲି କହି ଖଣ୍ଡନ କରିଛନ୍ତି । ଏହି ସମଗ୍ର ଘଟଣା ଇଜ୍ଜତନଗର ପୋଲିସ୍ ଷ୍ଟେସନ୍ ଅନ୍ତର୍ଗତ ପ୍ରେମନଗରର ଅଟେ ।

ପୀଡିତା ଯୁବତୀ ଜଣଙ୍କ ଏହି ଘଟଣାର ନିଜର ମାମଲା ଉପସ୍ଥାପନ କରିବା ସହିତ କହିଥିଲେ କି ତାଙ୍କ ସ୍ୱାମୀ ତାଙ୍କୁ ଅସମ୍ମାନ କରିବା ପାଇଁ ଏହିସବୁ କରୁଛନ୍ତି । ପୀଡ଼ିତାଙ୍କ କହିବାନୁସାରେ, କମ୍ ଯୌତୁକ ଦେବା କାରଣ ହେତୁ ଶାଶୁଘର ଲୋକମାନେ ଆରମ୍ଭରୁ ତାଙ୍କୁ ନିର୍ଯ୍ୟାତିତ କରିଆସୁଛନ୍ତି । ଏଥିସହିତ ବର୍ତ୍ତମାନ ଏହି ଲୋକମାନେ ପିଲାଟିକୁ ଗ୍ରହଣ କରୁନାହାଁନ୍ତି । ସ୍ୱାମୀଙ୍କ ଏହି ଅଭିଯୋଗରେ ବିରକ୍ତ ହୋଇ ଶେଷରେ ପୀଡିତା ମଧ୍ୟ ତାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ।

ପ୍ରେମନଗର ଅଞ୍ଚଳର ରହୁଥିବା ପୀଡିତା ଜଣକ ୨୦୧୭ ମସିହାରେ ଇଜ୍ଜତନଗର ଅଞ୍ଚଳର ଜଣେ ଯୁବକଙ୍କୁ ବିବାହ କରିଥିଲେ । ଅଭିଯୋଗ ହୋଇଛି କି ବିବାହର ଦୁଇ ଦିନ ଧରି ତାଙ୍କ ସ୍ୱାମୀ ତାଙ୍କ ସହିତ ବାସରରାତି ପାଳନ କରିନଥିଲେ । ଏହା ସହିତ, ବିବାହ ପରେ ଶାଶୁଘର ଲୋକମାନେ ଯୌତୁକ ପାଇଁ ତାଙ୍କୁ ହଇରାଣ କରିବାକୁ ଲାଗିଲେ । ବାସରରାତି ନହେବାରୁ ଏହି ବିଷୟରେ ପୀଡିତା ତାଙ୍କ ଶାଶୁଙ୍କୁ କହିଥିଲେ । ଯାହା ପରେ, ଶାଶୁଙ୍କ ହସ୍ତକ୍ଷେପ ହେତୁ ସ୍ୱାମୀ ଦୁଇ ଦିନପରେ ବାସରରାତି ପାଳନ କରିଥିଲେ । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀଙ୍କୁ ତାଙ୍କ ପରିବାର ଲୋକମାନେ ଘର-ଜମି-ସମ୍ପତ୍ତିରୁ ବେଦଖଲ କରିଦେଇଥିଲେ । ଯାହା ପରେ ସ୍ୱାମୀ ତାଙ୍କ ପତ୍ନୀଙ୍କ ସହିତ ଏକ ଭଡା ଘରେ ରହିବାକୁ ଲାଗିଲେ । ଯେଉଁ ଠାରେ ସେ ଅଧିକାଂଶ ସମୟରେ ମଦ୍ୟପାନ କରି ଆସି ତାଙ୍କ ସହିତ ମାରପିଟ କରୁଥିଲେ । ନିଜ ପୈତୃକ ଘରୁ ଯୌତୁକ ଆଣିବା କହୁଥିଲେ । ଯେତେବେଳେ ଯୁବତୀ ଜଣକ ମାଁ ହୋଇଗଲେ ସେତେବେଳେ ସ୍ୱାମୀ ତାଙ୍କ ଚରିତ୍ର ଉପରେ ପ୍ରଶ୍ନ କରିବାକୁ ଲାଗିଲେ ଯେ ଏହି ପିଲାଟି ତାଙ୍କର ନୁହେଁ ।

ଏକଦା ଅଭିଯୁକ୍ତ ସ୍ୱାମୀ ହଠାତ୍ ତାଙ୍କୁ ଭଡା ଘରେ ଛାଡି ଚାଲି ଯାଇଥିଲେ ଏବଂ ନିଜ ପରିବାର ସହିତ ରହିବାକୁ ଲାଗିଲେ । କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ପୀଡିତା ବହୁତ ଚେଷ୍ଟା କରିଥିଲେ । ସ୍ୱାମୀଙ୍କ ଚାଲିଯିବା ପରେ ପୀଡିତା ଶାଶୁଘର ଲୋକଙ୍କୁ ମଧ୍ୟ ପ୍ରବର୍ତ୍ତାଇଥିଲେ, କିନ୍ତୁ ସମସ୍ତେ ସେମାନଙ୍କ ଜିଦରେ ଅଟଳ ରହିଥିଲେ । ଶେଷରେ ସେମାନେ ଚରିତ୍ର ଉପରେ ପ୍ରଶ୍ନ କରିବା ଆରମ୍ଭ କରିଲେ । ଏହାପରେ ପୀଡିତା ବାଧ୍ୟ ହୋଇ ଇଜ୍ଜତନଗର ଥାନାରେ ମାମଲା ଦାୟର କରିଥିଲେ ।

Leave a Reply

Your email address will not be published. Required fields are marked *