ଝିଅ ଜନ୍ମ ହେବାରୁ ଶାଶୁ ମୁହଁ ଦେଖିବାକୁ ଆସିଲେ ନାହିଁ ! ହସ୍ପିଟାଲରେ ସ୍ୱାମୀ-ସ୍ତ୍ରୀଙ୍କ ଉପରେ କରିଲେ ଅତ୍ୟାଚାର ଏବଂ ଜୀବନରୁ ମାରିଦେବାକୁ ଧମକ ଦେଲେ…

ଝିଅ ଜନ୍ମ ହେବାରୁ ଶାଶୁ ମୁହଁ ଦେଖିବାକୁ ଆସିଲେ ନାହିଁ ! ହସ୍ପିଟାଲରେ ସ୍ୱାମୀ-ସ୍ତ୍ରୀଙ୍କ ଉପରେ କରିଲେ ଅତ୍ୟାଚାର ଏବଂ ଜୀବନରୁ ମାରିଦେବାକୁ ଧମକ ଦେଲେ…

ଝିଅ ଜନ୍ମ ହେବା କାରଣରୁ ଶାଶୁ ଆଦୌ ମୁହଁ ଦେଖିଲେ ନାହିଁ । ଏଥିସହ ଝିଅ ଜନ୍ମକୁ ନେଇ ସ୍ୱାମୀ, ପତ୍ନୀଙ୍କୁ ମାଡ ମାରିଥିବା ବେଳେ ହତ୍ୟା କରିବାର ଧମକ୍ ଦେଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପତ୍ନୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ କ୍ରୋଧିତ ସ୍ୱାମୀ ତାଙ୍କୁ ଡାକ୍ତରଖାନାରେ ପିଟିଥିଲେ । କେବଳ ଏତିକି ନୁହେଁ, ଧମକ୍ ଦେଇ କହିଥିଲେ ଡିସଚାର୍ଜ ହେବା ପରେ ଜୀବିତ ଛାଡିବେ ନାହିଁ ବୋଲି ।

ସ୍ୱାମୀ ହଇରାଣ କରନ୍ତି

ପୀଡିତାଙ୍କ କହିବା ଅନୁଯାୟୀ ସେ ରେଳବାଇରେ କାମ କରନ୍ତି, ସେ ଘର ଏବଂ ସ୍ୱାମୀଙ୍କର ଖର୍ଚ୍ଚ ବହନ କରନ୍ତି । ଏହାପରେ ମଧ୍ୟ ସ୍ୱାମୀ ତାଙ୍କୁ ଅନେକ ସମୟରେ ମାରପିଟ କରନ୍ତି । ଶାରୀରିକ ଓ ମାନସିକ ନିର୍ଯାତନାର ମଧ୍ୟ ଶିକାର ହୋଇଥାନ୍ତି ।

ପୀଡିତା ମହିଳା ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗଣମାଧ୍ୟମ ସାହାରରେ ପୋଲିସ୍ ୟୁନିଟରେ ଅଭିଯୋଗ କରିଛନ୍ତି ।

ବଂଶ କୁ ଆଗକୁ ନେବାକୁ ଝିଅ ନୁହେଁ ପୁଅ ଦରକାର

ପୀଡିତାଙ୍କ ନାମ ଆଶା ଅଟାୟା । ସେ ମାର୍ଚ୍ଚ ୨୦୧୬ରେ ଶାସ୍ତ୍ରୀ ୱାର୍ଡର ବାସିନ୍ଦା ଅରବିନ୍ଦ ଅଥାୟାଙ୍କୁ ବିବାହ କରିଥିଲେ । ଆଶା ୨୩ ଫେବୃଆରୀରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଯେଉଁଥିରେ ଶାଶୂଘରର ପରିବାର ଲୋକେ ଖୁସି ନଥିଲେ । କେବଳ ଏତିକି ନୁହେଁ ସ୍ୱାମୀ ହତ୍ୟା କରିବାକୁ ଧମକ୍ ମଧ୍ୟ ଦେଇଛନ୍ତି ।

ସ୍ୱାମୀ ଅରବିନ୍ଦ “କାହିଁକି ଝିଅ ସନ୍ତାନ ଜନ୍ମ କରିଲ ବୋଲି ପ୍ରଶ୍ନ କରିଥିଲେ” ଏବଂ ତା’ପରଦିନ ଅର୍ଥାତ ଫେବୃଆରୀ ୨୪ ରାତି ପ୍ରାୟ ୧୧ଟା ସମୟରେ ସ୍ୱାମୀ ଅରବିନ୍ଦ ହସ୍ପିଟାଲରେ ପହଞ୍ଚି ଝିଅ ଜନ୍ମ ପ୍ରସଙ୍ଗରେ ପତ୍ନୀ ଆଶାଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ଆଶାଙ୍କ ଭଉଣୀ ଉଷା ପହଞ୍ଚିଥିଲେ, କିନ୍ତୁ ଦୁର୍ଭାଗ୍ୟ ବଶତଃ ଉଷା ମଧ୍ୟ ଆଶାଙ୍କ ଶାଶୁ ଘର ଲୋକେ ମାଡ ମାରିଥିଲେ । ପରେ ଡାକ୍ତରଖାନାର କର୍ମଚାରୀମାନେ ପହଞ୍ଚିଥିଲେ ।

ଡାକ୍ତରଖାନାର କର୍ମଚାରୀମାନେ ଅରବିନ୍ଦଙ୍କୁ ୱାର୍ଡରୁ ବାହାର କରିଥିଲେ । ଯିବା ସମୟରେ ଅରବିନ୍ଦ ଗାଳି- ଗୁଳଜ କରି କହିଥିଲେ ଯେ ‘ତୁମେ ଡିସଚାର୍ଜ ହୁଅ ମୁଁ ତୁମକୁ ଜୀବିତ ଛାଡ଼ିବି ନାହିଁ’ ।

ପୀଡିତା କହିଛନ୍ତି ଯେ ତାଙ୍କ ଶାଶୁ ଉର୍ମିଲା ଦାମୋହ ଜିଲ୍ଲାର ପାଥରିଆରେ ରୁହନ୍ତି । ସେ ଚାହୁଁଥିଲେ ଗୋଟିଏ ପୁଅ ସନ୍ତାନ ହେଉ ଯିଏ ତାଙ୍କ ବଂଶକୁ ଆଗକୁ ନେବ । ଯେତେବେଳେ ତାଙ୍କର ଏକ କନ୍ୟା ସନ୍ତାନ ହୋଇଥିଲା ସେ ନବଜାତ କନ୍ୟାର ମୁହଁ ମଧ୍ୟ ଦେଖିବାକୁ ଆସିନଥିଲେ ।

ଏହା ମଧ୍ୟ ପଢନ୍ତୁ : ସମସ୍ତ ସୋସିଆଲ୍ ମିଡ଼ିଆ ଆକାଉଣ୍ଟକୁ ବନ୍ଦ କଲେ ଆମୀର ଖାଁ ! ସାମ୍ନାକୁ ଆସିଲା ଏକ ବଡ଼ କାରଣ…

ପତ୍ନୀଙ୍କ ରୋଜଗାରରେ ଚାଲେ ସ୍ୱାମୀଙ୍କ ଘର

ଆଶା କହିଛନ୍ତି ଯେ ସେ ରେଳବାଇରେ କାମ କରନ୍ତି । ସ୍ୱାମୀ କିଛି କରନ୍ତି ନାହିଁ । ବିବାହ ପରଠାରୁ ସ୍ୱାମୀ ଅରବିନ୍ଦ ଟଙ୍କା ପାଇଁ ନିର୍ଯାତନା ଦିଅନ୍ତି । ଆଶାଙ୍କ ସ୍ୱାମୀ ନିଜର ସମସ୍ତ ଖର୍ଚ୍ଚ ଆଶାଙ୍କ ଦରମାରୁ ହିଁ ନିଅନ୍ତି । ଏହାପରେ ମଧ୍ୟ ସ୍ୱାମୀ ନିର୍ଯାତନା ଦେଉଛନ୍ତି । ପ୍ରସବ ସମୟରେ ଆଶାଙ୍କ ଭଉଣୀ ଉଷା ତାଙ୍କର ଯତ୍ନ ନେଇଥିଲେ ।

ପୋଲିସ୍ ଏକ ମାମଲା ରୁଜ୍ଜୁ କରିଛି

ଆଶାଙ୍କ ଅଭିଯୋଗ ଉପରେ ମୋତିନଗର ପୋଲିସ୍ ଅରବିନ୍ଦଙ୍କ ବିରୋଧରେ ଯୌତୁକ ନିର୍ଯାତନା ଧାରା ୪୯୮-ଏ, ୩୨୩, ୨୯୪ ଏବଂ ୫୦୬ ଜାରି କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *