ବେସରକାରୀ ସ୍କୁଲଗୁଡ଼ିକର ଅବାଧତା ଉପରେ ପ୍ରତିବନ୍ଧକ । ଫିସ୍ ଉପରେ ହାଇକୋର୍ଟର ବଡ ନିଷ୍ପତ୍ତି !

ବେସରକାରୀ ସ୍କୁଲଗୁଡ଼ିକର ଅବାଧତା ଉପରେ ପ୍ରତିବନ୍ଧକ । ଫିସ୍ ଉପରେ ହାଇକୋର୍ଟର ବଡ ନିଷ୍ପତ୍ତି !

ମହାମାରୀ କରୋନା ଭୂତାଣୁ ଯୋଗୁଁ ସମସ୍ତ କଲେଜ ସହିତ ସମସ୍ତ ଗଣଶିକ୍ଷା ସଂସ୍ଥାନ ବନ୍ଦ ରହିଛି କିନ୍ତୁ କେତେକ ସ୍କୁଲ ସିଏମ ଶିବରାଜ ସିଂହ ଚୌହାନଙ୍କ ନିର୍ଦ୍ଦେଶ ପରେ ମନଇଚ୍ଛା ସ୍କୁଲର ପାଠ୍ୟ ଶୁଳ୍କ ଆଦାୟ କରୁଛନ୍ତି । ହାଇକୋର୍ଟ ଏହି ମାମଲାରେ ରାଜ୍ୟ ଶାସନ, ସ୍କୁଲ ଶିକ୍ଷା ବିଭାଗ ସହିତ ଅନ୍ୟ ମାନଙ୍କୁ ନୋଟିସ ଜାରି କରି ୨୮ ଜୁଲାଇ ପର୍ଯ୍ୟନ୍ତ ଏବାବଦରେ ସଫେଇ ଦେବାକୁ କହିଛନ୍ତି । ରାଜ୍ୟ ସରକାର ଘରୋଇ ସ୍କୁଲ ମାନଙ୍କୁ ଟ୍ୟୁସନ ଫିସ ମଧ୍ୟ ଆଦାୟ କରିବାକୁ ମଞ୍ଜୁରୀ ଦେଇଥିଲା । ଏହାର ଫାଇଦା ଉଠାଇ ଘରୋଇ ସ୍କୁଲ ଗୁଡିକ ସ୍କୁଲ ଫୀସ୍ ଆଦାୟ କରିବା ଆରମ୍ଭ କରି ଦେଇଥିଲା । ଏହା ପରେ ମଧ୍ୟପ୍ରଦେଶ ସରକାର ଏହା ଉପରେ ଏକ ଅନ୍ତିମ ନିର୍ଣ୍ଣୟ ନେଇ ସଫା ସଫା କହି ଦେଇଥିଲେ ଯେ, ଘରୋଇ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କଠାରୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କେଵଳ ଟ୍ୟୁସନ ଫିସ ଆଦାୟ କରାବାର ଅଧିକାର ରହିଛି । ଏହା ବ୍ୟତୀତ ସ୍କୁଲ ମନଇଚ୍ଛା ଫିସ ଆଦାୟ କରିପାରିବ ନାହିଁ ।

google

ଗୁରୁବାର ଦିନ ଏହି ଫିସକୁ ନେଇ ନ୍ୟାୟମୂର୍ତି ଅତୁଳ ଶ୍ରୀଧରନଙ୍କ ଏକକ ଆସନ ସମ୍ମୁଖରେ ଏକ ଶୁଣାଣି ହୋଇଥିଲା । ଯେଉଁଠାରେ ଆବେଦନକାରୀ ନିଜର ଦଲିଲ ଦେଇ ଥିଲେ ଯେ, ମଧ୍ୟ ପ୍ରଦେଶର ଅନେକ ସ୍କୁଲର ବିଦ୍ୟାର୍ଥୀ ଓ ଅଭିଭାବକ ମାନଙ୍କ ଠାରୁ ମନଇଚ୍ଛା ସ୍କୁଲ ଫିସ ଆଦାୟ କରାଯାଉଛି । ଏହା ଉପରେ କୋର୍ଟ କଠୋରତାର ସହିତ ରାଜ୍ୟ ଶାସନ, ସ୍କୁଲ ଶିକ୍ଷା ବିଭାଗ ସହିତ ଅନ୍ୟ ମାନଙ୍କୁ ନୋଟିସ ଜାରି କରି ୨୮ ଜୁଲାଇ ପର୍ଯ୍ୟନ୍ତ ଏହାର ଜବାବ ମାଗିଛନ୍ତି ।

google

ଆପଣ ମାନେ ଜାଣିଥିବେ କରୋନା ମହାମାରୀ ଯୋଗୁଁ ଗତ ତିନି ମାସ ହେଲା ସ୍କୁଲ ବନ୍ଦ ରହିଛି । ସେଥିପାଇଁ କେତେକ ଘରୋଇ ସ୍କୁଲ ଅନଲାଇନରେ ପାଠପଢ଼ା ନାମରେ ଟ୍ୟୁସନ ଫିସ ବ୍ୟତୀତ ବିଲ୍ଡିଂ ଆକ୍ଟିଭିଟି ସହିତ ଅନ୍ୟ ବହୁତ କାରଣରୁ ଫିସ ଆଦାୟ କରୁଛନ୍ତି । ଯେତେ ବେଳେ ଶିବରାଜ ସଫାସଫା କହିଛନ୍ତି ଯେ, ଘରୋଇ ସ୍କୁଲ ମାନେ କେବଳ ଟ୍ୟୁସନ ଫିସ ଆଦାୟ କରିପାରିବେ । ଅଧିବ୍ୟକ୍ତା ଅଜୟ ଗୁପ୍ତା ଦଲିଲ ଦେଲେ ଯେ, ସରକାରଙ୍କ ନିର୍ଦେଶକୁ ଉଲଂଘନ କରି ଘରୋଇ ସ୍କୁଲ ମନଇଚ୍ଛା କାମ ଚଳାଇଛନ୍ତି ।

ଏହା ଥିଲା ମୁଖ୍ୟମନ୍ତ୍ରୀ ଶିବ ରାଜ ସିଂହଙ୍କ ନିର୍ଦେଶ :-

google

କରୋନା ମହାମାରୀ କାରଣରୁ ଲୋକ ମାନଙ୍କର ଆର୍ଥିକ ସ୍ଥିତି ଠିକ ନାହିଁ । ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଶିବ ରାଜ କହିଥିଲେ, ଘରୋଇ ସ୍କୁଲ ମାନଙ୍କୁ କେବଳ ଟ୍ୟୁସନ ଫିସ ଆଦାୟ କାରିବା ପାଇଁ ଅନୁମତି ଦିଆଯାଇଛି । ଯେପରି ସ୍କୁଲକୁ ବିନା ଆର୍ଥିକ ଅଭାବରେ ଚଳାଯାଇ ପାରେ । କିନ୍ତୁ କୌଣସି ଘରୋଇ ସ୍କୁଲ ଲାଇବ୍ରେରୀ, ଟ୍ରାନ୍ସପୋର୍ଟ, ସ୍ପୋର୍ଟସ ସହିତ ଅନ୍ୟ କୌଣସି ଫିସ୍ ଆଦାୟ କରିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *