ବିବାହ ପୂର୍ବରୁ ବରକୁ ଗିରଫ୍ କଲା ପୋଲିସ୍ ! ସତ୍ୟତା ଜାଣିବା ପରେ ଉଉଡ଼ିଗଲା ସମସ୍ତଙ୍କର ହୋସ୍…

ବିବାହ ପୂର୍ବରୁ ବରକୁ ଗିରଫ୍ କଲା ପୋଲିସ୍ ! ସତ୍ୟତା ଜାଣିବା ପରେ ଉଉଡ଼ିଗଲା ସମସ୍ତଙ୍କର ହୋସ୍…

ଉତ୍ତରପ୍ରଦେଶରେ ଏକ ବିବାହ ସମୟରେ ପୋଲିସ୍ ବରକୁ ଗିରଫ୍ କରି ପୋଲିସ୍ ଷ୍ଟେସନକୁ ନେଇଯାଇଥିଲା । ଏହାପରେ ବିବାହ ସମାରୋହରେ ଆତଙ୍କ ଖେଳିଯାଇଥିଲା । ସମସ୍ତେ ପୋଲିସକୁ ଗିରଫଦାରୀର କାରଣ ପଚାରିବା ଆରମ୍ଭ କରିଥିଲେ । ଏହି ଘଟଣାଟି ଲଖନୌର ଗୋମତିନଗରର ଅଟେ । ଖବର ଅନୁଯାୟୀ ଏଠାରେ ଗୁରୁବାର ରାତିରେ ହେଉଥିବା ଏକ ବିବାହ ଉତ୍ସବରେ ପୋଲିସ୍ ପହଞ୍ଚି ବରର ହାତରେ ହାତକଡ଼ି ପିନ୍ଧାଇ ସାଙ୍ଗରେ ପୋଲିସ୍ ଷ୍ଟେସନକୁ ନେଇଯାଇଥିଲା ।

ପରିବାର ଲୋକ ପୋଲିସକୁ ଗିରଫ୍ ହେବାର କାରଣ ପଚାରିବାରୁ ପୋଲିସ୍ କହିଥିଲା ଯେ ବର ଉପରେ ଜଣେ ଯୁବତୀ ବଳାତ୍କାରର ଅଭିଯୋଗ ଆଣିଛନ୍ତି ଯେଉଁଥିପାଇଁ ତାଙ୍କୁ ଗିରଫ୍ କରାଯାଇଛି । ବରକୁ ଗିରଫ୍ କରାଯିବାରୁ ବିବାହକୁ ଅଧାରୁ ବନ୍ଦ କରିବାକୁ ପଡିଥିଲା ।

ପୋଲିସର ସୂଚନାନୁସାରେ କିଛିଦିନ ପୂର୍ବରୁ ଜଣେ ଝିଅ ଅଙ୍କିତଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ସେ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ତାଙ୍କୁ ବଳାତ୍କାର କରିଛନ୍ତି । ସେବେଠାରୁ ପୋଲିସ୍ ଅଙ୍କିତଙ୍କୁ ଖୋଜୁଥିଲା । ଗୁରୁବାର ଦିନ ପୋଲିସକୁ ସୂଚନା ମିଳିଲା ଯେ ଅଙ୍କିତଙ୍କ ବିବାହ ହେବାକୁ ଯାଉଛି । ଏହାପରେ ପୋଲିସ୍ ବିବାହ ଉତ୍ସବରେ ପହଞ୍ଚି ଅଙ୍କିତଙ୍କୁ ଗିରଫ୍ କରିଥିଲା ।

ଗୋମତିନଗରର ଇନ୍ସପେକ୍ଟର୍ କେ.କେ ତିୱାରୀଙ୍କ ଅନୁଯାୟୀ ଅଙ୍କିତ ବିବାହ କରିବାକୁ ଯାଉଛନ୍ତି ବୋଲି ଅନୁସନ୍ଧାନରୁ ଜଣାପଡିଥିଲା । ଏହି ସୂଚନା ଅନୁଯାୟୀ ଅଭିଯୁକ୍ତକୁ ଗିରଫ୍ କରାଯାଇଥିଲା । ଯେଉଁ ମହିଳା ଅଙ୍କିତଙ୍କ ଉପରେ ମାମଲା ରୁଜୁ କରିଛନ୍ତି ସେ କହିଛନ୍ତି ଯେ ଅଙ୍କିତ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରିଥିଲେ । ପୀଡିତାଙ୍କ କହିବା ଅନୁଯାୟୀ ଅଙ୍କିତ ତାଙ୍କୁ ମନ୍ଦିରରେ ବିବାହ ମଧ୍ୟ କରିଛନ୍ତି । କିନ୍ତୁ କିଛି ଦିନ ପୂର୍ବେ ଅଭିଯୁକ୍ତଜଣକ ମହିଳାଙ୍କୁ ଛାଡି ଚାଲିଯାଇଥିଲେ । ଏହାପରେ ପୀଡିତା ଥାନାରେ ଅଙ୍କିତଙ୍କ ନାମରେ ମାମଲା ଦାୟର୍ କରି ତାଙ୍କ ଉପରେ ବଳାତ୍କାରର ଅଭିଯୋଗ ଆଣିଥିଲେ । ସେବେଠାରୁ ପୋଲିସ୍ ଅଙ୍କିତଙ୍କୁ ଖୋଜୁଥିଲା ।

ବର୍ତ୍ତମାନ ପୋଲିସ୍ ଅଙ୍କିତଙ୍କୁ ଗିରଫ୍ କରିଛି । ଯେତେବେଳେ ପୋଲିସ୍ ଅଙ୍କିତଙ୍କୁ ଗିରଫ୍ କଲା ସେତେବେଳେ ବିବାହରେ ବରଣମାଳା ନୀତି ଚାଲିଥିଲା । ପୋଲିସ୍ ଠିକ୍ ସମୟରେ ପହଞ୍ଚି ଅଙ୍କିତଙ୍କୁ ଗିରଫ୍ କରି କନ୍ୟାଟିର ଜୀବନ ରକ୍ଷା କରିଦେଇଛି ।

Leave a Reply

Your email address will not be published. Required fields are marked *