ମାତାପିତାଙ୍କୁ ଘରେ ଛାଡ଼ି ନିଜେ ବିବାହ ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଲା ବର ! କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ…

ମାତାପିତାଙ୍କୁ ଘରେ ଛାଡ଼ି ନିଜେ ବିବାହ ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଲା ବର ! କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ…

କରୋନାର ସଙ୍କଟକାଳୀନ ସ୍ଥିତିରେ ଏକ ଭିନ୍ନ ରୂପରେ ବିବାହ ସମ୍ପନ୍ନ ହେଉଅଛି । ନା ବ୍ୟେଣ୍ଡବାଜା ନା ନାଚଗୀତ । ଧୁମଧାମରେ ବିବାହ କରିବା ବଦଳରେ ଲୋକମାନେ କମ୍ ଖର୍ଚ୍ଚ କିମ୍ବା କମ୍ ଲୋକଙ୍କ ଉପସ୍ଥିତରେ ସମସ୍ତ ରୀତିନୀତି ଓ ପରମ୍ପରା ଅନୁସାରେ ବିବାହ ସମ୍ପର୍ଣ୍ଣ ହେଉଛି । ନିକଟରେ କୋଭିଡ ପ୍ରୋଟୋକଲର ପାଳନ କରି ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅନେକଗୁଡିଏ ପଦକ ଲାଭ କରିଥିବା ତରୁଣା ନିଷାଦ ଖୁବ୍ ଭିନ୍ନ ଭାବରେ ବିବାହ କଲେ ଏବଂ ତାଙ୍କୁ ନେଇ ଆସିଥିବା ବରାଯାତ୍ରୀରେ ମାତ୍ର ଦୁଇ ଲୋକ ସାମିଲ ଥିଲେ ।

୧୯୯୫-୯୬ରେ ନିଜ ନାମକୁ ଲିମ୍କା ବୁକ୍ ଅଫ ରେକର୍ଡ (Limca Book of Records)ରେ ନାମ ଲେଖାଇଥିବା ତରୁଣାଙ୍କ ବିବାହ ସହରର ପ୍ରୀତମ ନଗର ନିବାସୀ ଯତୀନ୍ଦ୍ର କଶ୍ୟପଙ୍କ ସହିତ ହୋଇଥିଲା । ତରୁଣା କୋଭିଡ ପ୍ରୋଟୋକଲର ପାଳନ କରି ବିବାହ କରିଛନ୍ତି । ଉଭୟ ପକ୍ଷ ଖୁବ୍ ସରଳ ଭାବେ ସମସ୍ତ ରୀତିନୀତି ଓ ପରମ୍ପରାକୁ ଅନୁପାଳନ କରି ଓ ୫ରୁ କମ୍ ଲୋକଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟକୁ ସମ୍ପାଦନ କରିଥିଲେ ।

ବର ବିବାହରେ ନିଜର କୌଣସି ସମ୍ପର୍କୀୟଙ୍କୁ ଡାକିଲେ ନାହିଁ । ବରର କହିବା ଅନୁଯାୟୀ କରୋନା ମହାମାରୀ ଯୋଗୁଁ ସେ ବିବାହରେ କାହାକୁ ସାମିଲ କରିଲେ ନାହିଁ । ବରପାତ୍ର ଯତୀନ୍ଦ୍ରଙ୍କ ମାତାପିତାଙ୍କ ବୟସ ୬୦ ବର୍ଷରୁ ଅଧିକ, ତେଣୁ ସେ ମାତାପିତାଙ୍କୁ ମଧ୍ୟ ବିବାହ ପରି ମାଙ୍ଗଳିକ କାର୍ଯ୍ୟରେ ଯୋଗକୁ ଗୁରୁତ୍ଵ ମନେ କରିଲେ ନାହିଁ । ଏକଥାକୁ ନେଇ ବରପାତ୍ର ଯତୀନ୍ଦ୍ରଙ୍କୁ ପଚାରିବାରୁ ସେ କହିଲେ, କରୋନାର ଏହିପରି ସଙ୍କଟକାଳୀନ ସ୍ଥିତିରେ ବୟସ୍କ ମାତାପିତା ଘରୁ ବାହାରିବା ଆଦୌ ଠିକ ନୁହେଁ ।

ଯତୀନ୍ଦ୍ର ନିଜେ ଗାଡ଼ି ଚଳାଇ ମଣ୍ଡପ ପର୍ଯ୍ୟନ୍ତ ଆସିଲେ ଏବଂ ବରଯାତ୍ରି ନାମରେ ତାଙ୍କ ବଡ଼ ଭଉଣୀ ହିଁ ସାମିଲ ଥିଲେ । ବଧୂ ଓ ତାଙ୍କ ପିତା ତ୍ରିଭୁବନ ମଣ୍ଡପରେ ବରଙ୍କୁ ସ୍ୱାଗତ ଜଣାଇଲେ । ତା’ପରେ ସରଳ ଭାବେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଗଲା । ସଙ୍ଗମନଗରୀରେ ଯମୁନା ନଦୀ କୂଳରେ କେକରାରହା ଘାଟରେ କରୋନା କାଳର ନିୟମ ଅନୁଯାୟୀ ଏହି ବିବାହ ପୂରଣ କରାଗଲା ।

କରୋନା ଯୋଗୁଁ କିଛି କମ୍ ଲୋକଙ୍କୁ ବିବାହରେ ସାମିଲ କରିବା ନିମନ୍ତେ ସରକାର ଅନୁମତି ଦେଇଥିଲେ, ତେଣୁ ସରକାରଙ୍କ ନିୟମ ଅନୁସାରେ, ବିବାହରେ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରିନଥିଲେ । କିଛି ଲୋକ ଏହି ନିୟମର ପାଳନ କରୁଛନ୍ତି ଏବଂ ସମସ୍ତଙ୍କ ସମ୍ମୁଖରେ ଉଦାହରଣ ପାଲଟିଯାଉଛନ୍ତି ।

Leave a Reply

Your email address will not be published. Required fields are marked *