ବରଣମାଳା ପିନ୍ଧାଇ କନ୍ୟାର ପାଦ ତଳେ ନତମସ୍ତକ କରିଲା ବର ! ଜାଣନ୍ତୁ ସମ୍ପୂର୍ଣ୍ଣ ବିଷୟ କ’ଣ…

ବରଣମାଳା ପିନ୍ଧାଇ କନ୍ୟାର ପାଦ ତଳେ ନତମସ୍ତକ କରିଲା ବର ! ଜାଣନ୍ତୁ ସମ୍ପୂର୍ଣ୍ଣ ବିଷୟ କ’ଣ…

କରୋନା କାଳରେ ବିବାହ ଗୁଡ଼ିକ ‘ଧୁମ୍-ଧାମ୍’ରେ ପାଳନ କରାଯାଉ ନାହିଁ । ପ୍ରାୟତଃ ସୋସିଆଲ୍ ମିଡିଆରେ କିଛି ଏପରି ଫୋଟ ଭାଇରଲ୍ ହୋଇଯାଏ ଯାହା କେବେ କେବେ ଲୋକଙ୍କୁ କ୍ରୋଧିତ କରିଦିଏ ତ କେବେ କେବେ ସମସ୍ତଙ୍କ ହୃଦୟ ଜିତି ନେଇଥାଏ । କିଛି ଫୋଟ ଖୁବ୍ ଆଶ୍ଚର୍ଯ୍ୟ ଜନକ ହୋଇଥାଏ । ଏହି କ୍ରମରେ ଏକ ଫୋଟ ସୋସିଆଲ୍ ମିଡିଆରେ ଚର୍ଚ୍ଚାକୁ ଆସିଛି । ଏହି ଫୋଟକୁ ଦେଖିବାପରେ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି କିନ୍ତୁ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି । ଆସନ୍ତୁ ଆମେ ଆପଣଙ୍କୁ କହିବୁ ଯେ ବାସ୍ତବରେ ଏହି ଫୋଟରେ ଚର୍ଚ୍ଚା ହେବାର ବିଷୟ କ’ଣ ରହିଛି ।

ସମସ୍ତେ ଜାଣିଛନ୍ତି ଯେ ଏକ ବିବାହକୁ ସ୍ୱତନ୍ତ୍ର ବନାଇବା ପାଇଁ ଲୋକେ ଅନେକ କିଛି କରିଥାନ୍ତି । ଅନେକଥର ବର କନିଆଙ୍କ ଫୋଟ ଭାଇରଲ୍ ମଧ୍ୟ ହୋଇଯାଏ । ଯେଉଁଥିରେ ଲୋକେ ଖୁବ୍ ମଜା ନେଇଥାନ୍ତି । ମାତ୍ର ଏହି ଫୋଟଟି ଲୋକକୁ ଖୁସି କରି ଦେଇଛି । ଏହି ଭାଇରଲ୍ ଫୋଟରେ ବରଣମାଳା ପିନ୍ଧାଇବା ପରେ ବର କନ୍ୟାର ପାଦ ତଳେ ମୁଣ୍ଡ ନୁଆଇଁଛି । ଲୋକେ ଏହି ଫୋଟ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଛନ୍ତି ମାତ୍ର ଯେତେବେଳେ ବାସ୍ତବ କଥା ଜଣା ପଡିଛି ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ବରଣମାଳାର କାର୍ଯ୍ୟକ୍ରମ ପୁରା ହେବା ମାତ୍ରେ ବର କନ୍ୟାର ପାଦ ତଳେ ନିଜ ମୁଣ୍ଡ ନୁଆଇଁ ଥିଲେ ସେତେବେଳେ ବିବାହ ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ବର ଉତ୍ତର ଦେଇଥିଲା :-

୧. ମୋ ବଂଶକୁ ସେ ଆଗକୁ ବଢ଼ାଇବେ

୨. ମୋ ଘରର ଲକ୍ଷ୍ମୀ ହେବେ

ଗୋଟିଏ ମୁହୂର୍ତ୍ତ ପାଇଁ ଆପଣ ମଧ୍ୟ ଭାବୁଥିବେ ଯେ ଏପରି କିପରି ଏବଂ କାହିଁକି ହେଲା । ଏହି ପୋଷ୍ଟକୁ ଟ୍ୱିଟର୍ ରେ ‘Dr. Ajit Varwandkar’ ନାମକ ୟୁଜର୍ ସେୟାର୍ କରିଛନ୍ତି । ସେ ଲେଖିଛନ୍ତି ଯେ, ‘ବରମାଳା କାର୍ଯ୍ୟକ୍ରମ ସରିବା ମାତ୍ରେ ବର କନ୍ୟାର ପାଦ ତଳେ ମୁଣ୍ଡ ନୁଆଇଁ ଥିଲା । ସେତେବେଳେ ବିବାହ ଉତ୍ସବରେ ଉପସ୍ଥିତ ସବୁ ଲୋକ ଏହା ଦେଖି ସ୍ତବ୍ଧ ହୋଇଗଲେ । ବର ଉତ୍ତର ଦେଇଥିଲା ଯେ, ‘ସେ ମୋ ବଂଶକୁ ଆଗକୁ ବଢ଼ାଇବେ ଏବଂ ମୋ ଘରର ଲକ୍ଷ୍ମୀ ହେବେ ।’ ଯିଏ ବି ଏହି ପୋଷ୍ଟକୁ ଦେଖିଛନ୍ତି ଖୁବ୍ ଭାବୁକ ହୋଇ ଯାଇଛନ୍ତି ଏବଂ ସ୍ତବ୍ଧ ହୋଇ ଯାଇଛନ୍ତି । ଏବେ ପର୍ଯ୍ୟନ୍ତ ଏହି ପୋଷ୍ଟକୁ ତିନି ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ତାସହିତ ଲୋକେ ନବ ଦମ୍ପତ୍ତିଙ୍କୁ ବିବାହର ଶୁଭକାମନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *