ଟୀକାକରଣକୁ ନେଇ ସରକାରଙ୍କ ଘୋଷଣା : ଜନସଂଖ୍ୟା ଓ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକୁ ଯୋଗାଇ ଦିଆଯିବ ଭ୍ୟେକସିନ୍ !

ଟୀକାକରଣକୁ ନେଇ ସରକାରଙ୍କ ଘୋଷଣା : ଜନସଂଖ୍ୟା ଓ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକୁ ଯୋଗାଇ ଦିଆଯିବ ଭ୍ୟେକସିନ୍ !

ଦେଶରେ କରୋନାର ପ୍ରକୋପ ଓ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସହକାର ଭିନ୍ନ ଭିନ୍ନ ରଣନୀତି ଆପଣାଇ କରୋନା ସଂକ୍ରମଣ ବୃଦ୍ଧିକୁ ଅଟାଇବାରେର ପ୍ରୟାସ ଜରିରଖିଛନ୍ତି । ବର୍ତ୍ତମାନ ଜୁନ୍ ମାସରେ କରୋନା ଦ୍ୱିତୀୟ ଲହର ଦୁର୍ବଳ ହେବାରେ ଲାଗିଛି ଏବଂ ରାଜ୍ୟଗୁଡିକରେ ଟୀକାକରଣର ଅଭାବ ପରିଲକ୍ଷିତ ହେଉଛି । ଏହା ମଧ୍ୟରେ କେଦ୍ର ସକାରର ଟୀକାକରଣକୁ ନେଇ ନୂଆ ଗଇଡଲାଇନ ଜାରି କରିଛନ୍ତି । ଗାଇଡଲାଇନ ଅନୁଯାୟୀ, କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟର ଜନସଂଖ୍ୟା ଓ ସଂକ୍ରମଣକୁ ଦୃଷ୍ଟିରେ ରଖି ଭ୍ୟକସିନ ଦେବାର ବନ୍ଦାବସ୍ଥ କରିବେ । ସୋମବାର ଦିନ ମୋଦି ଘୋଷଣା କରିଥିଲେ ଯେ କେନ୍ଦ୍ର ସରକାର ଜୁନ ୨୧ ତାରିଖରୁ ସମସ୍ତ ବୟସ୍କଙ୍କୁ ମାଗଣା କରୋନା ଟିକା ଉପଲବ୍ଧ କରାଇବେ ।

ଭ୍ୟାକସିନ ନଷ୍ଟ ହୋଇଥିବା ନେଇ କେନ୍ଦ୍ର ଓ କିଛି ରାଜ୍ୟ ମଧ୍ୟରେ ବିବାଦ ଚାଲିଛି । ମେ’ ମାସରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଝାରଖଣ୍ଡରେ ୩୭%, ଛତିଶଗଡ଼ରେ ୩୦%, ତାମିଲନାଡୁରେ ୧୫.୫%, ଜାମ୍ମୁ କାଶ୍ମୀରରେ ୧୦.୮% ଓ ମଧ୍ୟ ପ୍ରଦେଶରେ ୧୦.୭% ଭ୍ୟାକସିନ ନଷ୍ଟ ହୋଇଥିବା ଦର୍ଶାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟ ଜାତୀୟ ହାର (୬.୩%) ଠାରୁ ଅଧିକ ନଷ୍ଟ କରୁଛନ୍ତି ।

୧୮ ବର୍ଷରୁ ଉର୍ଦ୍ଧ୍ବ ନାଗରିକ ଜନସଂଖ୍ୟା ଗୋଷ୍ଠୀ ମଧ୍ୟରେ, ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ଟିକା ଯୋଗାଣ ସୂଚୀରେ ନିଜର ପ୍ରାଥମିକତା ସ୍ଥିର କରିପାରିବେ । ଅନେକ ରାଜ୍ୟ ବୟସ ବର୍ଗ ମଧ୍ୟରେ ପ୍ରାଥମିକତା ସ୍ଥିର କରିବାକୁ ବିକଳ୍ପ ଦାବି କରିଥିଲେ ।

ଘରୋଇ ହସ୍ପିଟାଲ ପାଇଁ ଟିକା ଦାମ ଭ୍ୟାକସିନ ନିର୍ମାତା ଦ୍ୱାରା ଧାର୍ଯ୍ୟ କରାଯିବ । ପରେ ହେବାକୁଥିବା ଯେକୌଣସି ପରିବର୍ତ୍ତନ ସମ୍ପର୍କରେ ଆଗୁଆ ସୂଚାଇ ଦିଆଯିବ । ଘରୋଇ ହସ୍ପିଟାଲ ସେବା ଶୁଳ୍କ ଭାବେ ଡୋଜ ପିଛା ସର୍ବାଧିକ ୧୫୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିପାରିବେ। ଏନେଇ ରାଜ୍ୟ ସରକାର ତଦାରଖ କରିପାରିବେ।

ଟିକା ଉତ୍ପାଦନକାରୀଙ୍କ ଦ୍ୱାରା ଉତ୍ପାଦନ ଏବଂ ନୂତନ ଟିକାକୁ ଉତ୍ସାହିତ କରିବା ପାଇଁ ଘରୋଇ ଟିକା ଉତ୍ପାଦନକାରୀଙ୍କୁ ଘରୋଇ ଡାକ୍ତରଖାନାକୁ ମଧ୍ୟ ଟିକା ପ୍ରଦାନ କରିବାର ବିକଳ୍ପ ଦିଆଯାଇଛି ।

ସୌଜନ୍ୟ : http://www.prameyanews7.com

Leave a Reply

Your email address will not be published. Required fields are marked *