ଜୁଲାଇ ୫ ତାରିଖ ପରେ ଏହି ରାଜ୍ୟରେ କଡାକଡି ଭାବେ ଲାକ୍ଡ଼ାଉନ ଲାଗୁ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି ।

ଜୁଲାଇ ୫ ତାରିଖ ପରେ ଏହି ରାଜ୍ୟରେ କଡାକଡି ଭାବେ ଲାକ୍ଡ଼ାଉନ ଲାଗୁ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି ।

ବର୍ତ୍ତମାନ କୋରନା ମହାମାରୀ ନିଜର କାୟା ବିସ୍ତାର କରି ସାରା ଦେଶରେ କୋରନା ରୋଗକୁ ଦ୍ରୁତଗତିରେ ବୃଦ୍ଧି କରିଛି । ଲଗାତାର ଦ୍ଵିତୀୟ ଦିନରେ ମଧ୍ୟ ୧୮୦୦୦ ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଏହାପରେ ଦେଶରେ କୋରନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପାଞ୍ଚ ଲକ୍ଷରୁ ମଧ୍ୟ ଅଧିକ ହୋଇଯାଇଛି । ଦେଶରେ କୋରନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ଅତିକ୍ରମ କରିଛି । ଦକ୍ଷିଣ ଭାରତରେ ମଧ୍ୟ କୋରନା ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି ।

google

ବର୍ତ୍ତମାନ ଏଥି ମଧ୍ୟରେ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ.ୟେଦୁରପ୍ପା ମହାମାରୀର ମୁକାବିଲା କରିବା ପାଇଁ ତାଙ୍କ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି । ଏଥିରେ ଗୃହରାଜ୍ୟ ମନ୍ତ୍ରୀ ବସବରାଜ ବୋମ୍ମଈ, ରାଜସ୍ବ ମନ୍ତ୍ରୀ ଆର.ଅଶୋକ, ମୁଖ୍ୟ ସଚିବ ଟିଏମ୍ ବିଜୟ ଭାସ୍କର ଏବଂ ବିବିଏମପି ଆୟୁକ୍ତ ବିଏଚ ଅନୀଲ ସମେତ ଅନ୍ୟ କେତେକ ଅଧିକାରୀ ଏବଂ ମନ୍ତ୍ରୀମାନେ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ ।

google

ଏହି ବୈଠକ ପରେ ରାଜସ୍ୱ ମନ୍ତ୍ରୀ ଆର.ଅଶୋକ କହିଛନ୍ତି ଯେ, କୋରନା ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ଆମେ କଡା ପଦକ୍ଷେପ ନେବା ପାଇଁ ଯୋଜନା କରିଛୁ । ସେ କହିଛନ୍ତି ଯେ, କୋରନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ତିନୋଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିରେ, ଜୁଲାଇ ୦୫ ତାରିଖ ପରେ ପ୍ରତ୍ୟେକ ରବିବାର ଲାକଡାଉନ ହେବ । ଜୁଲାଇ ୧୦ ତାରିଖରୁ ଆରମ୍ଭ ହେବାକୁ ଥିବା ନିୟମ ଅନୁଯାୟୀ ସରକାରୀ କର୍ମଚାରୀ ମାନେ ସରକାରୀ କାର୍ଯ୍ୟାଳୟରେ ୫ ଦିନ କାର୍ଯ୍ୟ କରିବାକୁ ପଡିବ । ବର୍ତ୍ତମାନ ରାତି ୦୮ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବ । ଏହା ପୂର୍ବରୁ କର୍ଫ୍ୟୁ ରାତି ୯ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ ଲାଗୁଥିଲା ।

Leave a Reply

Your email address will not be published. Required fields are marked *