ଶ୍ରମିକଙ୍କ ପାଇଁ ସରକାର କରିଛନ୍ତି ବହୁତ ବଡ଼ ଯୋଜନାର ଘୋଷଣା । ପ୍ରତ୍ୟେକ ମାସରେ ମିଳିବ ପେନ୍ସନରେ ୩ ହଜାର ଟଙ୍କା !

ଶ୍ରମିକଙ୍କ ପାଇଁ ସରକାର କରିଛନ୍ତି ବହୁତ ବଡ଼ ଯୋଜନାର ଘୋଷଣା । ପ୍ରତ୍ୟେକ ମାସରେ ମିଳିବ ପେନ୍ସନରେ ୩ ହଜାର ଟଙ୍କା !

ଶ୍ରମିକଙ୍କ ପାଇଁ ବହୁତ ବଡ଼ ଯୋଜନା ଆଣିଲେ ସରକାର । ପ୍ରତ୍ୟେକ ମାସରେ ମିଳିବ ପେନ୍ସନରେ ୩ ହଜାର ଟଙ୍କା । ଯଦି ଆପଣଙ୍କର ମାସିକ ଦରମା ୧୫ ହଜାରରୁ କମ୍ ତେବେ ଆପଣ ଏହି ଯୋଜନାର ଲାଭ ଉଠାଇପାରିବେ । ଆପଣଙ୍କ ବୟସ ୬୦ ବର୍ଷ ହେବାପରେ ମାସିକ ପେନ୍ସନ୍ ରୂପେ ୩ ହଜାର ଟଙ୍କା ମିଳିବ । ଦେଶର ସମସ୍ତ ଶ୍ରମିକଙ୍କୁ ମିଳିବ ୩ ହଜାର ଲେଖା ଟଙ୍କା । ବୃଦ୍ଧ ଅବସ୍ଥାରେ ପେନ୍ସନ୍ ଆକାରରେ ଟଙ୍କା ଦିଆଯିବ । ଅନସଂଘଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ତଥା କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଘୋଷଣା କରିଛନ୍ତି । ଏହି ଜନସାଧାରଣ ହିତାଧିକାରୀଙ୍କୁ ୬୦ ବର୍ଷ ହେବାପରେ ମାସକୁ ୩ ହଜାର ଟଙ୍କା ମିଳିବ । ଯଦି ଏହି ସମୟରେ କାହାର ମୃତ୍ୟୁ ଘଟେ, ତେବେ ତାଙ୍କ ପରିବାର ଏହାର ଲାଭ ଉଠାଇପାରିବେ ।

google

ଏମାନେ ଏହି ଯୋଜନାର ଲାଭ ଉଠାଇପାରିବେ –

google

ଅନସଂଘଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ହୋଇଛି pm sym ଯୋଜନା । ଯେଉଁଥିରେ ଦୋକାନୀ ଡ୍ରାଇଭର, ପ୍ଲମ୍ବର, ଦର୍ଜି, ମିସ୍ତ୍ରୀ, ରିକ୍ସା ଚାଳକ, ଦିନ ମଜୁରିଆ, ମଚି, ଧୋବା, ବିଡ଼ି ତିଆରି ଶ୍ରମିକ, ଏଥିରେ ସାମିଲ ହୋଇ ଯୋଜନାର ଲାଭ ଉଠାଇପାରିବେ ।

ଏତିକି ଟଙ୍କା ଦେବାକୁ ପଡ଼ିବ –

google

ସାଧାରଣତଃ ଆପଣଙ୍କ ବୟସ ଅନୁସାରେ କିସ୍ତି ଦେବାକୁ ପଡ଼ିବ । ଯେପରିକି ଆପଣ ଯଦି ୧୮ ବର୍ଷରୁ ବାନ୍ଧିବାକୁ ଚାହୁଁଛନ୍ତି ତେବେ ମାସକୁ ୫୫ ଟଙ୍କା ଦେବାକୁ ପଡ଼ିବ । ସେହିଭଳି ଆପଣଙ୍କ ବୟସ ଯଦି ୪୦ ବର୍ଷ ଅଟେ ତେବେ ଆପଣଙ୍କୁ ମାସକୁ ୨୦୦ ଟଙ୍କା ଜମା କରିବାକୁ ପଡ଼ିବ । କେବଳ ୧୮ ଠାରୁ ୪୦ ବର୍ଷ ମଧ୍ୟରେ ଥିବା ବ୍ୟକ୍ତି ହିଁ ଏହି ଯୋଜନାର ଲାଭ ଉଠାଇ ପାରିବେ ।

ଏହି କାଗଜପତ୍ର ଆବଶ୍ୟକ ପଡ଼ିବ –

Pm sym ଯୋଜନାରେ ପଞ୍ଜିକୃତ ହେବାପାଇଁ ଆପଣ ପ୍ରଥମେ ନିକଟସ୍ଥ csc ସର୍ଭିସ୍ ସେଣ୍ଟର ଯାଆନ୍ତୁ । ଆଧାର କାର୍ଡ, ବ୍ୟାଙ୍କ ପାସ୍ ବୁକ୍ ସହିତ ମୋବାଇଲ ନେବାକୁ ପଡ଼ିବ । ଅନ୍ ଲାଇନ୍ରେ ଫୋର୍ମ ଭରିବା ପରେ, ଆପଣଙ୍କୁ ମିଳିଯିବ ରେଜିଷ୍ଟ୍ରେସନ ଡ଼ିଟେଲ୍ସ ।

ଏମାନେ ଅଯୋଗ୍ୟ ଅଟନ୍ତି –

ଯେଉଁମାନେ epfo ନାସ୍ନାଲ ସ୍କିମରେ ଥିବେ ବା ଆୟକର ଭରୁଥିବେ ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ । ମାସିକ ୧୫ ହଜାରରୁ କମ୍ ରୋଜଗାର କରୁଥିବା ଲୋକମାନେ ହିଁ ଏହି ଯୋଜନାର ଲାଭ ଉଠାଇପାରିବେ ।

Leave a Reply

Your email address will not be published. Required fields are marked *