ଝିଅର ଭାବନାତ୍ମକ ନିବେଦନ ! ଝିଅ କହିଲା ଦୟାକରି ମୋ ବାପାଙ୍କୁ ଛାଡି ଦିଅନ୍ତୁ…

ଝିଅର ଭାବନାତ୍ମକ ନିବେଦନ ! ଝିଅ କହିଲା ଦୟାକରି ମୋ ବାପାଙ୍କୁ ଛାଡି ଦିଅନ୍ତୁ…

ଛତିଶଗଡ଼ରେ ହୋଇଥିବା ନକ୍ସଲ୍ ଆକ୍ରମଣରେ ୨୨ ଜଣ ସେନା ଶହୀଦ୍ ହୋଇଯାଇଛନ୍ତି । ଏଥିସହ ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ଜଣେ ସେନା ନିଖୋଜ ଅଛନ୍ତି । ନିଖୋଜ ଥିବା ସେନାଙ୍କର ପରିଚୟ ରାକେଶ୍ୱର୍ ସିଂହ ମହାନ୍ସ ନାମରେ ହୋଇଛି । କହିରଖୁଛୁ ଯେ, ରାକେଶ୍ଵର୍ CRPF ସେନା ଅଟନ୍ତି । ଏଥିସହ ନକ୍ସଲ୍ ମାନଙ୍କର କହିବା ଅନୁଯାୟୀ ସେମାନେ ଏପର୍ଯ୍ୟନ୍ତ ସେନାଙ୍କୁ ନିଜ କବଳରେ ରଖିଛନ୍ତି । ଏହାସହ ସେମାନେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ସେନାଙ୍କୁ ସେମାନେ କୌଣସି କ୍ଷତି ପହଞ୍ଚାଇ ନାହାଁନ୍ତି ।

ନିଖୋଜ ଥିବା ସେନାଙ୍କର ଝିଅକୁ ଯେତେବେଳେ ଏହି କଥା ବିଷୟରେ ଜଣା ପଡିଥିଲା କି ତାର ବାପାଙ୍କୁ ନକ୍ସଲମାନେ ବନ୍ଦୀ କରିଛନ୍ତି, ସେତେବେଳେ ୫ ବର୍ଷର ନିରୀହ ଝିଅ ନକ୍ସଲମାନଙ୍କୁ ନିବେଦନ କରିଥିଲା ଯେ ସେମାନେ ତାର ବାପାଙ୍କୁ ଘରକୁ ପଠାଇ ଦିଅନ୍ତୁ । ରାକେଶ୍ଵର ସିଂହଙ୍କ ଝିଅ ରାଘବୀ ନକ୍ସଲମାନଙ୍କୁ ଭିଡ଼ିଓରେ ଅତ୍ୟନ୍ତ ଆକୁଳ କଣ୍ଠରେ କହିଛି ଯେ, ବାପାଙ୍କ ପରୀ ବାପାଙ୍କୁ ବହୁତ ମନେ ପକାଉଛି, ମୁଁ ମୋ ବାପାଙ୍କୁ ବହୁତ ଭଲ ପାଏ, ଦୟାକରି ନକ୍ସଲ୍ ଅଙ୍କଲ୍ ମୋ ବାପାଙ୍କୁ ଘରକୁ ପଠାଇ ଦିଅନ୍ତୁ ।

ନକ୍ସଲମାନଙ୍କୁ ନିଜ ପିତାଙ୍କୁ ମୁକ୍ତ କରିବାର ଆବେଦନ କରି ରାଘବୀ କାନ୍ଦିଛି । ସେନା ରାକେଶ୍ଵରଙ୍କର ଜଣେ ସାତ ବର୍ଷର ପୁତୁରା ମଧ୍ୟ ରହିଛି । ସେ ମଧ୍ୟ ନିଜ ଭଉଣୀ ସହ ନିଜ କାକାଙ୍କ ବିଷୟରେ ପଚାରୁଛି ଯେ କାକା କୁଆଡ଼େ ଚାଲି ଯାଇଛନ୍ତି ଆଉ ସେ କେବେ ଘରକୁ ଆସିବେ । ଗୋଟିଏ ପକ୍ଷରେ ଏମାନେ ଦୁହେଁ ରାକେଶ୍ଵର ସିଂହଙ୍କର ଘରକୁ ଫେରିବାର ନିବେଦନ କରୁଥିବା ବେଳେ ଅନ୍ୟପକ୍ଷରେ ସେନାଙ୍କର ସ୍ତ୍ରୀ ମୀନୁ ମହାନ୍ସଙ୍କର କହିବା ଅନୁଯାୟୀ ସ୍ୱାମୀଙ୍କ ସହ ତାଙ୍କର ଶେଷଥର ପାଇଁ ମାତ୍ର ୫ ମିନିଟ୍ କଥାବାର୍ତ୍ତା ହୋଇଥିଲା ।

ମୀନୁଙ୍କର କହିବା ଅନୁଯାୟୀ, ସେହି ସମୟରେ ରାକେଶ୍ଵର୍ କହିଥିଲେ କି ସେ ବର୍ତ୍ତମାନ ଅପରେଶନ୍ ପାଇଁ ବାହାରୁଛନ୍ତି, ଫେରି ତାଙ୍କୁ ଫୋନ କରିବେ, କିନ୍ତୁ ତାଙ୍କ ଫୋନ୍ ଆସି ନଥିଲା । ଏହାସହ ମୀନୁ କହିଛନ୍ତି ଯେ ତାଙ୍କୁ ଯେତେବେଳେ ନକ୍ସଲ୍ ଆକ୍ରମଣ ବିଷୟରେ ଜଣା ପଡିଥିଲା ସେ କ୍ରମାଗତ ଭାବରେ ଫୋନ୍ କରିଥିଲେ କିନ୍ତୁ କୌଣସି ଉତ୍ତର ମିଳିନଥିଲା ।

ମୀନୁଙ୍କର କହିବା ଅନୁଯାୟୀ, ବହୁତଥର ଫୋନ୍ କରିବା ପରେ ଯେତେବେଳେ କେହି ଫୋନ୍ ଉଠାଇ ନଥିଲେ, ସେତେବେଳେ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ୍ କରିଥିଲେ । ଏହି ସମୟ ମଧ୍ୟରେ ତାଙ୍କୁ ଜଣା ପଡିଥିଲା ଯେ ତାଙ୍କ ସ୍ଵାମୀ ନିଖୋଜ ଅଛନ୍ତି । ମୀନୁ କହିଛନ୍ତି ଯେ, ସୋମବାର ଦିନ ଦ୍ଵିପ୍ରହରରେ ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ସେ ବ୍ୟକ୍ତି ଜଣକ ତାଙ୍କୁ କହିଥିଲେ ଯେ ସେନା ନକ୍ସଲମାନଙ୍କର କବଳରେ ଅଛନ୍ତି । ବର୍ତ୍ତମାନ ମୀନୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରି କହିଛନ୍ତି ଯେ ମୋ ସ୍ୱାମୀଙ୍କୁ ଫେରାଇ ଆଣନ୍ତୁ, ଯଦି ସେ ସୁରକ୍ଷିତ ଅଛନ୍ତି ତେବେ ତାଙ୍କୁ ଫେରାଇ ଆଣନ୍ତୁ, ଯେପରି ଅଭିନନ୍ଦନଙ୍କୁ ପାକିସ୍ତାନରୁ ଫେରାଇ ଆଣିଥିଲେ ।

ପରିବାର ଲୋକେ କ୍ରମାଗତ ଭାବରେ ରାକେଶ୍ଵର୍ ସିଂହଙ୍କର ଫେରସ୍ତ ପାଇଁ ନିବେଦନ କରୁଛନ୍ତି । ସେନାଙ୍କର ୭୫ ବର୍ଷୀୟା ବୃଦ୍ଧା ମା’ କୁନ୍ତୀ ଦେବୀ ମଧ୍ୟ ସରକାରଙ୍କୁ ଆବେଦନ କରିଛନ୍ତି ଯେ, ତାଙ୍କ ପୁଅଙ୍କୁ ନକ୍ସଲମାନଙ୍କ କବଳରୁ ମୁକ୍ତ କରି ଘରକୁ ଫେରାଇ ଆଣନ୍ତୁ ।

Leave a Reply

Your email address will not be published. Required fields are marked *