ପୁଅଙ୍କ ଏହି ଅଭ୍ୟାସକୁ ଝିଅମାନେ ପସନ୍ଦ କରନ୍ତି ନାହିଁ..

ପୁଅଙ୍କ ଏହି ଅଭ୍ୟାସକୁ ଝିଅମାନେ ପସନ୍ଦ କରନ୍ତି ନାହିଁ..

ପୁଅ ମାନଙ୍କ ଏହି ୫ଟି ଅଭ୍ୟାସକୁ ପସନ୍ଦ କରନ୍ତି ନାହିଁ ଝିଅମାନେ, ପ୍ରଥମ ଭୁଲ ବିଲକୁଲ କରନ୍ତୁ ନାହିଁ ।

ସମସ୍ତ ବ୍ୟକ୍ତିଙ୍କ ଠାରେ କିଛି ନା କିଛି ଏପରି ଅଭ୍ୟାସ ରହିଥାଏ, ଯାହାକି ସେହି ବ୍ୟକ୍ତିଙ୍କୁ ଠିକ ଲାଗିଥାଏ, କିନ୍ତୁ ସମ୍ମୁଖରେ ଥିବା ବ୍ୟକ୍ତିଙ୍କୁ ସେହି ଅଭ୍ୟାସ ଭଲ ଲାଗେନାହିଁ । ଆଜି ଆମେ ଆପଣ ମାନଙ୍କୁ ପୁଅ ମାନଙ୍କ କିଛି ଅଭ୍ୟାସ ଗୁଡ଼ିକ ବିଷୟରେ ଜଣାଇବୁ, ଯାହା ଝିଅମାନଙ୍କୁ ଆଦୌ ଭଲ ଲାଗେନାହିଁ, ତେବେ ଯଦି ଆପଣ ମଧ୍ୟ ଡେଟରେ ଯାଉଛନ୍ତି, ତେବେ ଏହି କଥାକୁ ଧ୍ୟାନ ରଖନ୍ତୁ, ନହେଲେ ଭୁଲ ବୁଝାମଣା ହୋଇପାରେ ।

ଏହା ଅଟେ ସେହି ଅଭ୍ୟାସ ଗୁଡ଼ିକ

୧ – ଫୋନରେ ବ୍ୟସ୍ତ ରହିବା

ଯଦି ଆପଣ ନିଜ ଗାର୍ଲଫ୍ରେଣ୍ଡ ବା ପ୍ରେମିକାଙ୍କ ସହିତ ଡେଟରେ ଯାଇଛନ୍ତି ତେବେ ଆପଣ ଫୋନରେ ବ୍ୟସ୍ତ ରୁହନ୍ତୁ ନାହିଁ, କାରଣ ଏହି ସମୟରେ ଝିଅମାନେ ଚାହଁନ୍ତି ଯେ ଆପଣ ତାଙ୍କ ସହିତ ବହୁତ ଭଲ ଭାବରେ କଥା ହୁଅନ୍ତୁ, କିନ୍ତୁ କେତେଥର ଏପରି କଲ ଆସିଯାଏ, ଯାହା ଫଳରେ ଲମ୍ବା କଥାବାର୍ତ୍ତା ହେବାକୁ ପଡ଼େ, ଏମିତିରେ ଝିଅମାନେ ବହୁତ କ୍ରୋଧିତ ହୋଇଯାନ୍ତି, ତେଣୁ ଏପରି ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ ।

୨ – କାହା ସହିତ ଦୁର୍ବ୍ୟବହାର କରିବା

ଝିଅ ମାନଙ୍କୁ ବହୁତ ଖରାପ ଲାଗେ ଯେତେବେଳେ କି ତାଙ୍କର ଜୀବନସାଥୀ କିମ୍ବା ପ୍ରେମିକ କୌଣସି ଗରିବ ଅଥବା ଅନ୍ୟ ଅସହାୟ ବ୍ୟକ୍ତିଙ୍କ ସହିତ ଅସଦାଚରଣ କରିବେ, ସେମିତିରେ ମଧ୍ୟ ଏପରି ଅଭ୍ୟାସ ରଖିବା ଭଲ ନୁହଁ ।


୩ – ଏଣେତେଣେ ଆବର୍ଜନା ଫିଙ୍ଗିବା

ପୁଅମାନେ ଯେଉଁ ସ୍ଥାନରେ ମଧ୍ୟ ଅଳିଆ ଆବର୍ଜନା କୁ ଫୋପାଡ଼ି ଦିଅନ୍ତି ଏବଂ କୌଣସି ଜିନିଷକୁ ବ୍ୟବହାର କଲା ପରେ ସେହି ସ୍ଥାନରେ ହିଁ ଛାଡ଼ିଦିଅନ୍ତି ପୁଅ ମାନଙ୍କ ଏହି ଅଭ୍ୟାସଟି ଝିଅମାନଙ୍କୁ ଭଲ ଲାଗେ ନାହିଁ ।


୪ – ତୁରନ୍ତ ନିଷ୍ପତ୍ତି ନେବା

ଝିଅମାନେ ଅଧିକାଂଶ ସମୟରେ ସମସ୍ତ ଜିନିଷକୁ ପୂର୍ବରୁ ଯୋଜନା କରିଥାନ୍ତି, ଏମିତିରେ ପୁଅମାନେ ହଠାତ କୌଣସି ନିଷ୍ପତ୍ତି ନେବା କିମ୍ୱା କୌଣସି ଯୋଜନା କରିବା ଭଳି ଅଭ୍ୟାସ ଝିଅମାନଙ୍କୁ ପସନ୍ଦ ଆସେ ନାହିଁ ।


୫ – ଟଏଲେଟ ବା ପାଇଖାନା ସିଟକୁ ଖୋଲା ଛାଡ଼ିଦେବା

ଟଏଲେଟ ବ୍ୟବହାର କରିବା ପରେ ପୁଅମାନଙ୍କ ଅଭ୍ୟାସ ଥାଏ ଯେ ସେମାନେ ଟଏଲେଟ ସିଟ ସେପରି ହିଁ ଖୋଲା କରି ଛାଡିଦିଅନ୍ତି, ଏହା ଗୋଟିଏ ଛୋଟ ବିଷୟ ହୋଇଥାଇପାରେ କିନ୍ତୁ ବାରମ୍ବାର କହିବା ସତ୍ତ୍ୱେ ଯଦି ପୁଅମାନେ ତାଙ୍କର ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତି ନାହିଁ ତେବେ ଝିଅମାନଙ୍କୁ ବହୁତ କ୍ରୋଧ ଆସେ ।

Leave a Reply

Your email address will not be published. Required fields are marked *