“LOVE YOU ଜିନ୍ଦେଗୀ” ଗୀତା ଗାଇ କରୋନା ମହାମାରୀରେ ସଂଗ୍ରାମ କରୁଥିବା  ଝିଅ, ଶେଷ ମୁହୂର୍ତ୍ତରେ ଏହିପରି ସାହସ ଦେଖାଖାଇଲେ ।

“LOVE YOU ଜିନ୍ଦେଗୀ” ଗୀତା ଗାଇ କରୋନା ମହାମାରୀରେ ସଂଗ୍ରାମ କରୁଥିବା ଝିଅ, ଶେଷ ମୁହୂର୍ତ୍ତରେ ଏହିପରି ସାହସ ଦେଖାଖାଇଲେ ।

କରୋନା ମହାମାରୀ ସମୟରେ ପ୍ରତିଦିନ ଯେଭଳି ଖବର ସମ୍ମୁଖକୁ ଆସୁଛି, ତାହା ଜାଣିବାପରେ ଅଧିକାଂଶ ଲୋକ ନିଜକୁ ବିଶ୍ଵାସ କରିପାରୁନାହାନ୍ତି । ନିକଟରେ ଦିଲ୍ଲୀ ଡାକ୍ତରଖାନାର ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଯୁବତୀ ଜଣକ ଡାକ୍ତରଖାନାର ବିଛଣା ଉପରେ ବସି ‘ଡିଅର ଜିନ୍ଦେଗି’ ଫିଲ୍ମର ‘ଲଭ୍ ୟୁ ଜିନ୍ଦେଗି’ ଗୀତ ଶୁଣିଶୁଣି ଝୁମି ଯାଉଥିଲେ ।

କିନ୍ତୁ ବର୍ତ୍ତମାନ ସେହି ଝିଅଟି ଚିରଦିନ ପାଇଁ ଦୁନିଆରୁ ବିଦାୟ ନେଇଛି । ଅର୍ଥାତ ଝିଅଟିର ଦେହାନ୍ତ ହୋଇଛି । ସେ କରୋନା ପୂର୍ବରୁ ଅସହାୟ ହୋଇ ଦୁନିଆ ଛାଡିଥିଲେ ।

ଡାକ୍ତର ମୋନିକା ଲାଙ୍ଗେହ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ଡାକ୍ତରଖାନାର କୋଭିଡ ଏମର୍ଜେନ୍ସି ୱାର୍ଡରେ ୩୦ ବର୍ଷିୟା ରୋଗୀଙ୍କ କାହାଣୀକୁ ଏକ ଭିଡିଓ କରି ସେୟାର କରିଛନ୍ତି । ଯାହା ଦୀର୍ଘ ଦିନ ଧରି ଟ୍ରେଣ୍ଡ କରୁଥିବାର ଦେଖାଯାଇଥିଲା । ଡାକ୍ତରଙ୍କ କହିବାନୁସାରେ, ଭିଡିଓରେ ଦେଖାଯାଇଥିବା ଏହି ଝିଅଟି ହସ୍ପିଟାଲରେ ଆଇସିୟୁ ବେଡ୍ ପାଇଥିଲେ, ତେଣୁ ତାଙ୍କୁ କୋଭିଡ୍ ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା ।

ତାଙ୍କୁ ରେମେଡେସାଭିର ଏବଂ ପ୍ଲାଜମା ଥେରାପି ଦିଆଯିବା ବ୍ୟତୀତ ତାଙ୍କୁ NIV (Non Invasive Ventilation)ରେ ରଖାଯାଇଥିଲା । ଡକ୍ଟର ମୋନିକା ଲାଙ୍ଗହେ କହିଛନ୍ତି ଯେ, ଏହି ଝିଅର ଦୃଢ ଇଚ୍ଛାଶକ୍ତି ଅଛି ।

ସୋସିଆଲ ମିଡିଆରେ ଯୁବତୀ ଜଣକ କରୋନା ସହିତ ସଂଘର୍ଷ କରୁଥିବାର ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାର ତାଙ୍କ ସୁସ୍ଥ କାମନା କରିଥିଲେ । ଯୁବତୀ ଜଣକ ଭର୍ତ୍ତି ହୋଇଥିବା ଡାକ୍ତରଖାନାର ଡାକ୍ତର ମୋନିକା ଲାଙ୍ଗେହ ଗୁରୁବାର ଯେତେବେଳେ ଯୁବତୀଙ୍କ ମୃତ୍ୟୁ ଖବର ଦେଇଥିଲେ । ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସହିତ ସୋନୁ ସୁଦ ମଧ୍ୟ ଦୁଃଖରେ ଭାଙ୍ଗି ପଡିଥି‌ଲେ ।

ଡାକ୍ତର ମୋନିକା ଲେଖିଛନ୍ତି- ‘ମୁଁ ବହୁତ ଦୁଃଖିତ… ଆମେ ଏହି ସାହସୀ ଆତ୍ମାକୁ ହରାଇଛୁ । ଦୟାକରି ପରିବାର ଏବଂ ପିଲାମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ ସେମାନେ ଏହାକୁ ସହି ପାରନ୍ତୁ ।’

ମୋନିକାଙ୍କ ଟ୍ୱିଟକୁ ଜବାବ ଦେଇ ସୋନୁ ସୁଦ ଲେଖିଛନ୍ତି – ‘ବହୁତ ଦୁଃଖଦାୟକ। କେବେ ଭାବି ନଥିଲି ଯେ ସେ ନିଜ ପରିବାରକୁ ଆଉ ଦେଖି ପାରିବେ ନାହିଁ । ଜୀବନ ଅତ୍ୟନ୍ତ ଅନ୍ୟାୟ ଅଟେ । ଜୀବନ ଥିଲା ଯାହା ବଞ୍ଚିବାର ମୂଲ୍ୟ ଥିଲା କିନ୍ତୁ ଚାଲିଗଲା । ଆମ ଜୀବନ କେତେ ସ୍ୱଭାବିକ ହୋଇପାରେ ସେଥିରେ କିଛି ଫରକ ପଡ଼େ ନାହିଁ, କିନ୍ତୁ ଆମେ ଏଥିରୁ କେବେବି ବାହାରି ପାରିବୁ ନାହିଁ ।

Leave a Reply

Your email address will not be published. Required fields are marked *