ଚାକିରୀ ନମିଳିବାରୁ ଯୁବତୀ କଲେ ଆତ୍ମହତ୍ୟା ! ୫ଦିନ ପୂର୍ବରୁ ଚାଲିଯାଇଥିଲା ଚାକିରୀ…

ଚାକିରୀ ନମିଳିବାରୁ ଯୁବତୀ କଲେ ଆତ୍ମହତ୍ୟା ! ୫ଦିନ ପୂର୍ବରୁ ଚାଲିଯାଇଥିଲା ଚାକିରୀ…

ଗତ କିଛି ଦିନ ହେବ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଚାଲିଛି । ଲାକଡାଉନ୍ ଯୋଗୁ ବହୁ ଲୋକ ନିଜ ରୋଜଗାର ହରେଇଛନ୍ତି । ଏଭଳି ପରିସ୍ଥିତିରେ ଅନ୍ୟ ଚାକିରୀ ଖୋଜିବା ମଧ୍ୟ ଏକ ବଡ ସମସ୍ୟା ହେଲାଣି । ଏଭଳି ଏକ ଘଟଣା ଘଟିଛି ପଞ୍ଜାବର ଖନ୍ନା ଗ୍ରାମରେ, ଯେଉଁଠି ଚାକିରୀ ନମିଳିବାରୁ ଜଣେ ୩୧ ବର୍ଷୀୟ ଯୁବତୀ ନ୍ୟାସନାଲ୍ ହାଇୱେରେ ଥିବା ଏକ ଫୂଟବ୍ରିଜ ଠାରେ ନିଜ ଦେହରେ ନିଆଁ ଲଗାଇଦେଇଛନ୍ତି । କିଛି ଲୋକ ତାଙ୍କୁ ବଞ୍ଚାଇବା ପାଇଁ ଗଲାବେଳକୁ ତାଙ୍କର ମୃତ୍ୟ ହୋଇସାରିଥିଲା ।

ଯୁବତୀଙ୍କ ବାପା ଭଜନ ସିଂ କହିଛନ୍ତି ଯେ, “ସେ ମଜଦୂରୀ କରି ନିଜ ପରିବାର ପୋଷଣ କରନ୍ତି । ମୃତକ ମନପ୍ରୀତ କୌର ତାଙ୍କର ବଡଝିଅ ଅଟନ୍ତି ଯାହାଙ୍କ ବିବାହ ସାରିଥିଲା । ମନପ୍ରୀତ ଦଶମ ପାସ୍ କରିଥିଲେ ଏବଂ ଲୁଧିଆନାର ଜୁଗିୟାନା ଗ୍ରାମରେ ଥିବା ଏକ ଫ୍ୟାକ୍ଟ୍ରିରେ ସେ କାମ କରୁଥିଲେ । ଚାକିରୀ ଚାଲିଯିବା ପରେ ସେ ବହୁତ ଚିନ୍ତିତ ଥିଲେ ।”

ସେ ଚାକିରୀ କରି ନିଜ ଘର ପରିବାର ଚଳାଉଥିଲେ । ୫ଦିନ ପୂର୍ବରୁ ତାଙ୍କର ଚାକିରୀ ଚାଳିଯାଇଥିଲା । ଚାକିରୀ ଚାଲିଯିବା ପରେ ସେ ପ୍ରତିଦିନ ଚାକିରୀ ଖୋଯିବାକୁ ଯାଉଥିଲେ ଏବଂ ନିରାଶ ହୋଇ ଫେରୁଥିଲେ । ଚାକିରୀ ନମିଳିବାରୁ ସେ ଆତ୍ମହତ୍ୟା କରିଦେଇଛନ୍ତି ।

ପୋଲିସ୍ ଭଜନ ସିଂଙ୍କ ବୟାନ ଦର୍ଜ କରି ଧାରା ୧୭୪ ଅନୁସାରେ ମୋକଦ୍ଦମା ଲଗାଇ ଶବଟିକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଦେଇଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ଏହି ଘଟଣା ଘଟିବାବେଳ ସେ ପାଖ ବିଲରେ କାମ କରୁଥିଲେ । ଯେତେବେଳେ ତାଙ୍କ ନଜର ଫୂଟବ୍ରିଜ୍ ଉପରେ ପଡ଼ିଲା ସେ ଦେଖିଲେ ଜଣେ ଝିଅ ବ୍ରିଜ୍ ଉପରେ ଠିଆ ହୋଇ ନିଜ ଦେହରେ କିଛି ଢାଳୁଛି । ତାପରେ ସେହି ଝିଅଟି ନିଜକୁ ନିଆଁ ଲଗାଇଦେଲା ।

ଏହାଦେଖି ସେ ଘଟଣାସ୍ଥଳକୁ ଯାଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ପହଞ୍ଚିବା ବେଳକୁ ଡେରି ହୋଇଯାଇଥିଲା । ଧୀରେ ଧୀରେ ସେଠାରେ ଲୋକ ଜମାହେବାକୁ ଲାଗିଲେ ଏବଂ ତୁରନ୍ତ ପୋଲିସକୁ ସୂଚନା ଦିଆଗଲା । ପୋଲିସ୍ ଏହି ମାମଲା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave a Reply

Your email address will not be published. Required fields are marked *