ପ୍ରେମିକ ବିବାହ କରିବାକୁ ମନା କରିବାରୁ ଛାତ ଉପରକୁ ଚଢ଼ିଗଲେ ପ୍ରେମିକା ଏବଂ ତା’ପରେ ଯାହା ହେଲା ସମସ୍ତେ ଦେଖି ଆଶ୍ଚର୍ଯ୍ୟ !

ପ୍ରେମିକ ବିବାହ କରିବାକୁ ମନା କରିବାରୁ ଛାତ ଉପରକୁ ଚଢ଼ିଗଲେ ପ୍ରେମିକା ଏବଂ ତା’ପରେ ଯାହା ହେଲା ସମସ୍ତେ ଦେଖି ଆଶ୍ଚର୍ଯ୍ୟ !

ପ୍ରେମିକ ଜଣକ ବିବାହ କରିବାକୁ ମନା କରିବାରୁ ନିଜକୁ ସମ୍ଭାଳି ନପାରି ପ୍ରେମିକା ଜଣକ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ଗାର୍ଲଫ୍ରେଣ୍ଡର ଏହି ରୂପ ଦେଖି ପ୍ରେମିକ ଏବଂ ତାଙ୍କ ପରିବାରର ହୋସ୍ ଉଡ଼ିଯାଇଥିଲା ଏବଂ ବିଳମ୍ବ ନକରି ସେମାନେ ପୋଲିସ୍ କୁ ଖବର ଦେଇଥିଲେ । ଏହାପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଝିଅଟିକୁ କୌଣସି ପ୍ରକାରେ ବୁଝାଇ ମାମଲାର ସମାଧାନ କରିବାକୁ ଚେଷ୍ଟା କରିଥିଲା । ଏହି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ଶାହାଦାରାର ଗୀତା କଲୋନୀରେ ।

ଖବର ଅନୁଯାୟୀ ଶନିବାର ଦିନ ଏହି ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କ ଘରେ ପହଞ୍ଚିଥିଲେ ଏବଂ ତାଙ୍କ ପରିବାର ସହିତ ଝଗଡା କରି ବିବାହ କରିବାକୁ ଜିଦ୍ ଧରିଥିଲେ କିନ୍ତୁ ଯେତେବେଳେ ତାଙ୍କ କଥା କେହି ଶୁଣିଲେ ନାହିଁ ସେ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଧମକ୍ ଦେବା ଆରମ୍ଭ କରିଥିଲେ । ଏହି ଯୁବତୀ ଜଣକ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ନିଜ ହାତ ମଧ୍ୟ କାଟିଦେଇଥିଲେ । ପରେ ପୋଲିସ୍ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କୌଣସି ପ୍ରକାରେ ଝିଅଟିକୁ ଛାତ ଉପରୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଝିଅଟିର ବୟସ ୨୩ ବର୍ଷ ଅଟେ ଏବଂ ସେ ନିଜ ପ୍ରେମିକଙ୍କ ଘର ପାଖରେ ରୁହନ୍ତି । ପୋଲିସର ସୂଚନାନୁସାରେ ଯୁବତୀ ଜଣକ ନିଜ ପରିବାର ସହିତ ଜଗତପୁରୀ ଅଞ୍ଚଳରେ ଏକ ଭଡା ଘରେ ରୁହନ୍ତି । ଗୀତା କଲୋନୀର ବ୍ଲକ୍ ନମ୍ବର୍ ଦୁଇରେ ରହୁଥିବା ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଦିନେ ଉକ୍ତ ଯୁବକ ଜଣକ ମହିଳାଙ୍କୁ ବିବାହ କରିବାକୁ ମନା କରି କହିଲେ ଯେ ତାଙ୍କ ପରିବାର ଲୋକେ ଏହି ବିବାହ କରିବାକୁ ରାଜି ନୁହଁନ୍ତି କାରଣ ଉଭୟଙ୍କର ଧର୍ମ ଅଲଗା ଅଟେ । ପ୍ରେମିକଙ୍କର ଏହି କଥା ପ୍ରେମିକାଙ୍କୁ ପସନ୍ଦ ହେଲା ନାହିଁ ଏବଂ ସେ ତାଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ ।

ଯୁବକ ଜଣକ ଶେଷରେ ତାଙ୍କ ପ୍ରେମିକାଙ୍କ ସହିତ ସମ୍ପର୍କ ସମାପ୍ତ କରିଦେଇଥିଲେ । ହଠାତ୍ ଶନିବାର ଦିନ ସକାଳେ ଯୁବତୀ ଜଣକ ପ୍ରେମିକଙ୍କ ଘରେ ପହଞ୍ଚିଥିଲେ ଏବଂ ପ୍ରେମିକଙ୍କ ଘରେ ପହଞ୍ଚିବା ପରେ ସେଠାରେ ଝଗଡା କରିବା ଆରମ୍ଭ କରିଥିଲେ । ଯଦି ଯୁବକ ଜଣକ ତାଙ୍କୁ ବିବାହ ନକରନ୍ତି ତେବେ ସେ ଛାତରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଧମକ୍ ଦେଇଥିଲେ । ତେବେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । ଏହାପରେ ପୋଲିସ୍ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଛାତରୁ ଓଲ୍ହାଇଥିଲେ । ଏହି ହାଇ ଭୋଲଟେଜ୍ ଡ୍ରାମା ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା ​ଏବଂ ଘଟଣାସ୍ଥଳରେ ବହୁ ଲୋକ ଏକତ୍ରିତ ହୋଇଯାଇଥିଲେ ।

ପୋଲିସ୍ ବହୁତ ଚେଷ୍ଟା କରିବାପରେ ମହିଳାଙ୍କୁ ତଳକୁ ଆଣିବାରେ ସଫଳ ହୋଇଥିଲା ତେବେ ଏହି ସମୟ ମଧ୍ୟରେ ମହିଳା ଜଣକ କୌଣସି ଧାରୁଆ ଜିନିଷ ସାହାଯ୍ୟରେ ନିଜ ହାତ କାଟି ଦେଇଥିଲେ । ଏହି କାରଣରୁ ପୋଲିସ୍ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପୋଲିସ୍ ଏବେ ଘଟଣାର ତଦନ୍ତ କରୁଛି । ପୋଲିସର ସୂଚନା ଅନୁଯାୟୀ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲା ଯୁବତୀ ଜଣକ ଯୁବକଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଉଭୟ ଭିନ୍ନ ଧର୍ମର ହୋଇଥିବାରୁ ଯୁବକଙ୍କର ପରିବାର ବିବାହ ପାଇଁ ରାଜି ହୋଇନଥିଲେ । ଯୁବକ ଜଣକ ନିଜ ପରିବାର ବିରୁଦ୍ଧରେ ଯାଇ ବିବାହ କରିବାକୁ ଚାହୁଁନଥିଲେ ତେଣୁ ସେ କଥାବାର୍ତ୍ତା ବନ୍ଦ କରିଦେବାରୁ ଯୁବତୀ ଜଣକ ଏହି ପଦକ୍ଷେପ ନେଇଥିଲେ ।

Leave a Reply

Your email address will not be published. Required fields are marked *