ଜୁଲାଇ ୧ରୁ ବଦଳିବାକୁ ଯାଉଛି ବ୍ୟାଙ୍କ ଖାତା ସହ ଜଡ଼ିତ ଏହି ୪ଟି ନିୟମ ! ଜାଣିନିଅନ୍ତୁ କଣ ରହିଛି ନିୟମଗୁଡିକ

ଜୁଲାଇ ୧ରୁ ବଦଳିବାକୁ ଯାଉଛି ବ୍ୟାଙ୍କ ଖାତା ସହ ଜଡ଼ିତ ଏହି ୪ଟି ନିୟମ ! ଜାଣିନିଅନ୍ତୁ କଣ ରହିଛି ନିୟମଗୁଡିକ

ଦେଶରେ ଜୁଲାଇ ପହିଲାରୁ ବ୍ୟାଙ୍କର ବହୁତ ଜରୁରୀ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାଙ୍କର ଟଙ୍କା ଉଠାଇବା, ଜମା ଦେବା ଠାରୁ ଆରମ୍ଭ କରି ATM କାର୍ଡ଼ରୁ ପଇସା ବାହାର କରିବା ପର୍ଯ୍ୟନ୍ତ ନିୟମ ମାନଙ୍କରେ ପରିବର୍ତ୍ତନ ହେବ । ଏହି ନିୟମରେ ହେଉ ଥିବା ପରିବର୍ତ୍ତନକୁ ଜାଣିବା ଆପଣଙ୍କ ପକ୍ଷରେ ନିହାତି ଜରୁରୀ । ନିୟମ ଗୁଡିକରେ ପରିବର୍ତ୍ତନ ହେବା ସହିତ ବ୍ୟାଙ୍କର କେତେକ ସେବା ପାଇଁ ଆପଣଙ୍କୁ ଅତିରିକ୍ତ ଅର୍ଥ ମଧ୍ୟ ଭରଣା କରିବାକୁ ପଡିବ । ପରିବର୍ତ୍ତନ ହେଉଥିବା ନିୟମକୁ ନଜାଣିବା ଆପଣଙ୍କ ପାଇଁ କ୍ଷତି ହୋଇ ପାରେ ।

PNB ସେଭିଂ ଆକାଉଣ୍ଟରେ ମିଳିବ କମ ସୁଧ

google

ପଞ୍ଜାବ ନ୍ୟାସନଲ ବ୍ୟାଙ୍କର ସଞ୍ଚୟ ଖାତା(saving account) ଉପରେ ମିଳୁଥିବା ସୁଧରେ ୦.୦୫% ର ହ୍ରାସ ହେବ । ଜୁଲାଇ ୧ରୁ ବ୍ୟାଙ୍କର ସଞ୍ଚୟ ଖାତାରେ ୩.୨୫% ବାର୍ଷିକ ସୁଧ ମିଳିବ ।PNBର ସଞ୍ଚୟ ଖାତାରେ ୫୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଉପରେ ୩% ବାର୍ଷିକ ଓ ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଉପରେ ବାର୍ଷିକ ୩.୨୫ % ର ସୁଧ ମିଳିବ । ଏହା ପୂର୍ବରୁ ଦେଶର ବଡ଼ ବ୍ୟାଙ୍କ ‘ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ’ ଏବଂ ‘କୋଟାକ ମହେନ୍ଦ୍ର ବ୍ୟାଙ୍କ’ ମଧ୍ୟ ସଞ୍ଚୟ ଖାତାରେ ସୁଧହାରକୁ ହ୍ରାସ କରାଇଛନ୍ତି ।

ବ୍ୟାଙ୍କ ଅଫ ବରୋଦା ଆକାଉଣ୍ଟ ଫ୍ରିଜ କରିବ

google

ବ୍ୟାଙ୍କ ଅଫ ବରୋଦା ବିଗତ ଦିନରେ ମେସେଜ ମାଧ୍ୟମରେ ତାହାର ଗ୍ରାହକ ମାନଙ୍କୁ ନିଜର ବ୍ୟାଙ୍କ ଆକାଉଣ୍ଟ ଅପଡେଟ କରିବାକୁ କହିଥିଲା, ନହେଲେ ଆକାଉଣ୍ଟ ଫ୍ରିଜ କରିଦିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲା ।ନିକଟରେ ‘ବିଜୟ ବ୍ୟାଙ୍କ’ ଏବଂ ‘ଡେନା ବ୍ୟାଙ୍କ’ ବ୍ୟାଙ୍କ ଅଫ୍ ବରୋଦା ସହିତ ମିଶ୍ରିତ ହୋଇଥିଲା । ତେଣୁ ବ୍ୟାଙ୍କ ଅପଡେଟ୍ ପାଇଁ ଆଧାର କାର୍ଡ, ପାନକାର୍ଡ, ରାସନ କାର୍ଡ଼, ଭୋଟ ପରିଚୟ ପତ୍ର ପରି ନିଜର ପ୍ରମାଣପତ୍ର ଯେଉଁଥିରେ ଡେଟ ଓଫ ବର୍ଥ ଲେଖାହୋଇଥିବ, ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରାନ୍ତୁ ନଚେତ ଆକାଉଣ୍ଟ ଫ୍ରିଜ ହୋଇଯାଇପାରେ ।

ବ୍ୟାଙ୍କ ଖାତାରେ ସବୁ ଠାରୁ କମ ରଖା ଯାଉଥିବା ରାଶିରେ ଛାଡ଼ର ସୁବିଧା ଶେଷ ହେବାକୁ ଯାଉଛି

google

ଜୁଲାଇ ୧ରୁ ବ୍ୟାଙ୍କର ସଞ୍ଚୟ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ଛାଡ଼ର ନିୟମ ଶେଷ ହେବ । ସରକାର ଜୁନ ୩୦ ପର୍ଯ୍ୟନ୍ତ ସଞ୍ଚୟ ଖାତାରେ ସବୁଠାରୁ କମ ମାସିକ ରାଶି ରଖିବାର ଆବଶ୍ୟକତାକୁ ଲକଡାଉନ ସମୟରେ ବନ୍ଦ କରି ଦେଇଥିଲେ । ଗ୍ରାହକଙ୍କ ଖାତାରେ ସବୁଠାରୁ କମ ଆବଶ୍ୟକ ରାଶି ନଥିଲେ ମଧ୍ୟ ବ୍ୟାଙ୍କ ଗ୍ରାହକଙ୍କ ଠାରୁ ଅତିରିକ୍ତ ରାଶି ନେଉ ନଥିଲା । ଏବେ ମେଟ୍ରୋ ସିଟି, ସହର, ଅର୍ଧ ସହରି ଏବଂ ଗ୍ରାମୀଣ ସ୍ଥାନ ହିସାବରେ ଅଲଗା ଅଲଗା ବ୍ୟାଙ୍କରେ ସଞ୍ଚୟ ଖାତାରେ ସବୁଠାରୁ କମ ଆବଶ୍ୟକ ରାଶିର ପରମାଣ ଅଲଗା ଅଲଗା ରହିବ ।

ATM ରୁ ଟଙ୍କା ବାହାର କରିବାରେ ଛାଡ଼ ଶେଷ ହେଲା

google

ଜୁଲାଇ ୧ରୁ ଦେଶରେ ଏଟିଏମରୁ ଟଙ୍କା ବାହାର କରିବାରୁ ମିଳୁଥିବା ଛାଡ଼ ଶେଷ ହୋଇଯିବ । ବ୍ୟାଙ୍କର ଏଟିଏମରୁ ଏକା ଥରକେ ୧୦୦୦୦ ଟଙ୍କା ଉଠାଇବାର ଛାଡ଼ ରହିଛି । ଏଥି ସହିତ, ଲକଡାଉନ୍ ସମୟରେ ପ୍ରତ୍ୟାହାର ଉପରେ ତିନିମାସ ପାଇଁ ଚାର୍ଜ ଛାଡ କରାଯାଇଥିଲା । ଏହି ସମୟ ମଧ୍ୟରେ ଏଟିଏମରୁ ଟଙ୍କା ବାହାର କଲେ କୌଣସି ଚାର୍ଜ ଲାଗିନାହିଁ । ଏହି ଛାଡ଼ ଜୁନ ୩୦ ପର୍ଯ୍ୟନ୍ତ ଲାଗୁହେବ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଛାଡ଼ ବିଷୟରେ ଘୋଷଣା କଲାବେଳେ କହିଥିଲେ ଏହି ଛାଡ଼ ଲୋକଙ୍କୁ ଲକଡାଉନ ପାଇଁ ଦିଆଯାଉଛି ।

Leave a Reply

Your email address will not be published. Required fields are marked *