ବିଧବା ହୋଇ ଜୀବନ ଅତିବାହିତ କରୁଛନ୍ତି ଏହି ୪ ଜଣ ଅଭିନେତ୍ରୀ ! ୧ ନମ୍ବର ଜଣଙ୍କର ସ୍ୱାମୀ କରି ଦେଇଥିଲେ ଆତ୍ମହତ୍ୟା !

ଆମ ଭାରତ ବର୍ଷର ନୀତିନିୟମ ଅନୁସାରେ ଯେତେବେଳେ କୌଣସି ଝିଅ ବିବାହ କରି ଚାଲି ଯାଆନ୍ତି ଓ ଝିଅର ସ୍ୱାମୀ ଯେତେ ପର୍ଯ୍ୟନ୍ତ ଜୀବିତ ରୁହନ୍ତି, ସେତେବେଳେ ପର୍ଯ୍ୟନ୍ତ ତାଙ୍କୁ ସଧବା ବୋଲି କୁହାଯାଏ । କିନ୍ତୁ ଯେତେବେଳେ ବିବାହ ପରେ କେବେ ଯଦି ପୁଅଟି ମରିଯାଏ ତେବେ ତା’ର ପତ୍ନୀକୁ ବିଧବା ବୋଲି ସମ୍ବୋଧନ କରାଯାଏ । ଆମ ଦେଶରେ ଏହିପରି ଅନେକ ମହିଳା ଅଛନ୍ତି, ଯେଉଁମାନେ କି ବିଧବା ହୋଇଯାଇଛନ୍ତି । ସାଧାରଣ ଝିଅମାନଙ୍କ ବ୍ୟତୀତ କିଛି ଅଭିନେତ୍ରୀ ମଧ୍ୟ ଏଥିରେ ସାମିଲ୍ ଅଛନ୍ତି । ଆସନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏହିପରି ଅଭିନେତ୍ରୀଙ୍କ ବିଷୟରେ କହିବୁ ।

୧. ଶାନ୍ତିପ୍ରିୟା

୧୯୯୧ ମସିହାରେ ନିର୍ଦ୍ଦେଶକ ରାଜ ସିପ୍ପୀଙ୍କ ଚଳଚ୍ଚିତ୍ର ସୌଗନ୍ଧରେ ଶାନ୍ତିପ୍ରିୟା ଅକ୍ଷୟ କୁମାରଙ୍କ ଗାର୍ଲଫ୍ରେଣ୍ଡ ଭୂମିକାରେ ଅଭିନୟ କରିଥିଲେ । ସାଉଥ ଚଳଚ୍ଚିତ୍ରରୁ ବଲିଉଡକୁ ଆସିଥିବା ଅଭିନେତ୍ରୀ ଅକ୍ଷୟଙ୍କ ପ୍ରଥମ ହିରୋଇନ ଥିଲେ । କହିଦେଉଛୁ ଯେ ଶାନ୍ତିପ୍ରିୟା ମାତ୍ର ୩୫ ବର୍ଷ ବୟସରୁ ହିଁ ବିଧବା ଜୀବନ ବିତାଉଛନ୍ତି । ୧୯୯୯ ମସିହାରେ ଶାନ୍ତିପ୍ରିୟା ଅଭିନେତା ସିଦ୍ଧାର୍ଥ ରାୟଙ୍କ ସହିତ ବିବାହ କରିଥିଲେ । ବିବାହ ପରେ ଦୁହେଁ ଦୁଇଟି ଛୁଆର ମାତା-ପିତା ମଧ୍ୟ ହୋଇଥିଲେ । କିନ୍ତୁ ୨୦୦୪ ମସିହାରେ ହଠାତ୍ ସିଦ୍ଧାର୍ଥଙ୍କର ହୃଦଘାତ ହୋଇ ମୃତ୍ୟୁ ହୋଇଥିଲା । ଯାହାପରେ ଶାନ୍ତିପ୍ରିୟା ନିଜେ ଛୁଆ ଦୁଇଟିର ଲାଳନ ପାଳନ କରୁଛନ୍ତି ।

୨. ଡିମ୍ପଲ କାପଡ଼ିଆ

ଡିମ୍ପଲ କାପଡ଼ିଆ ବିଗତ ଦିନର ପ୍ରସିଦ୍ଧ ଅଭିନେତ୍ରୀ ଥିଲେ, ସେ ନିଜ କ୍ୟାରିୟରରେ ଅନେକ ଭଲ ଚଳଚ୍ଚିତ୍ରରେ କାମ କରିଛନ୍ତି । ଡିମ୍ପଲ କାପଡ଼ିଆ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ସହିତ ବିବାହ କରିଥିଲେ । ବିବାହ ପରେ ଡିମ୍ପଲ ଓ ରାଜେଶ ଦୁଇ ଝିଅ ଟ୍ଵିଙ୍କେଲ ଓ ରିଙ୍କଲର ଅବିଭାବକ ହୋଇଥିଲେ । ରାଜେଶ ଖାନାଙ୍କ ଦେହାନ୍ତ ୨୦୧୨ ମସିହା ଜୁଲାଇ ୧୮ରେ ହୃଧଘାତ ଯୋଗୁଁ ହୋଇଥିଲା । ଯାହାପରେ ଡିମ୍ପଲ କାପଡ଼ିଆ ଏକାକୀ ଜୀବନ ବିତାଉଛନ୍ତି ।

୩. ରେଖା

ବଲିଉଡକୁ ଅନେକ ସୁନ୍ଦରୀ ଅଭିନେତ୍ରୀ ଆସିଛନ୍ତି କିନ୍ତୁ ରେଖାଙ୍କ ଭଳି ସୁନ୍ଦରତା ହୁଏତ କାହା ପାଖରେ ନଥିବ । ୬୫ ବର୍ଷ ହେଲା ପରେ ମଧ୍ୟ ରେଖା ଆଜିକାଲିର ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଉଛନ୍ତି । ବୟସ ବଢ଼ିବା ସହିତ ରେଖାଙ୍କ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ହେବାକୁ ଲାଗିଛି । ଆଜିର ଯୁବପିଢ଼ି ମଧ୍ୟ ରେଖାଙ୍କ ସୁନ୍ଦରତାର ପାଗଳ ଅଛନ୍ତି । ରେଖାଙ୍କ ଭଳି ସୁନ୍ଦରତା ଯେ କେହି ମଧ୍ୟ ପାଇବା ପାଇଁ ଚାହାନ୍ତି । ୧୯୯୦ ମସିହାରେ ରେଖା ଦିଲ୍ଲୀର ବିଜନେସମେନ ମୁକେଶ ଅଗ୍ରୱାଲଙ୍କ ସହିତ ବିବାହ କରିଥିଲେ କିନ୍ତୁ ବିବାହର ଗୋଟିଏ ବର୍ଷ ପରେ ରେଖାଙ୍କ ସ୍ୱାମୀ ମୁକେଶ ଅଗ୍ରୱାଲ କୌଣସି କାରଣରୁ ନିଜ ଘରେ ହିଁ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ ।

୪. କହକଂଶା ପଟେଲ

ଚଳଚ୍ଚିତ୍ର “କମବକ୍ତ ଇସ୍କ୍କ”ର ଗୀତ ‘ଓମ ମଙ୍ଗଳମ’ରେ ଦୃଶ୍ୟମାନ ହୋଇଥିବା କହକଂଶା ପଟେଲ ବିଜନେସମେନ ଆରିଫ ପଟେଲଙ୍କ ସହ ବିବାହ କରିଥିଲେ । ବିବାହ ପରେ ଦୁହେଁ ଦୁଇଟି ସନ୍ତାନ ଅରହାନ ଓ ନୁମୈରଙ୍କ ମାତା ପିତା ହୋଇଥିଲେ । ୨୦୧୮ ମସିହାରେ ଅଫିସରେ କାମ କରୁଥିବା ସମୟରେ ଆରିଫ ପଟେଲଙ୍କ କାର୍ଡିଆକ ଆରେଷ୍ଟ ଯୋଗୁଁ ମୃତ୍ୟୁ ହୋଇଥିଲା । ଯାହାପରେ ସେ ଏକାକୀ ଜୀବନ ବିତାଉଛନ୍ତି ।

Leave a Reply

Your email address will not be published. Required fields are marked *