ବଲିଉଡ଼ର ଏହି ୫ଟି ଅଭିନେତ୍ରୀ ସଫଳତାର ସିଢ଼ି ଚଢ଼ି ପୁଣି ତଳକୁ ଖୋସିଯାଇଥିଲେ । ବର୍ତ୍ତମାନ ଚିହ୍ନିବା ମଧ୍ୟ କଷ୍ଟକର !

ବଲିଉଡ଼ର ଏହି ୫ଟି ଅଭିନେତ୍ରୀ ସଫଳତାର ସିଢ଼ି ଚଢ଼ି ପୁଣି ତଳକୁ ଖୋସିଯାଇଥିଲେ । ବର୍ତ୍ତମାନ ଚିହ୍ନିବା ମଧ୍ୟ କଷ୍ଟକର !

ବଲିଉଡ଼ ର ଆକର୍ଷଣ ପ୍ରତ୍ୟେକ ଲୋକଙ୍କୁ ନିଜ ଆଡ଼କୁ ଟାଣିଥାଏ । ବଲିଉଡ଼ ଇଣ୍ଡଷ୍ଟ୍ରି ସେହି ପ୍ଲାଟଫର୍ମ ଅଟେ, ଯେଉଁଠାରେ କି ଅଭିନେତା କେତେବେଳେ ସଫଳତାର ସିଢ଼ି ଚଢ଼ି ଦେବେ ତାହା ଜଣାପଡ଼େ ନାହିଁ । ସେହିଭଳି କେତେବେଳେ ସଫଳତା ସିଢ଼ିରୁ ବହୁତ ଶୀଘ୍ର ତଳକୁ ଖୋସିଯାଇଥାନ୍ତି ତାହା ମଧ୍ୟ ଜଣାପଡ଼ି ନଥାଏ । ଆଜି ଆମେ ବଲିଉଡ଼ ଇଣ୍ଡଷ୍ଟ୍ରିର ଏଭଳି ୫ଟି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ କି ଶେଷ ସମୟରେ ରାସ୍ତାରେ ବା ଭୁଲ୍ କାମ କରିବା ସମୟରେ ଧରା ପଡ଼ିଥିଲେ ।

୧) ଆଲିସା –

google

ଯିଏକି ବିକ୍ରମ ଭଟ୍ଟଙ୍କ ଚଳଚିତ୍ର ଆଇନାରେ ବଲିଉଡ଼ ଅଭିନେତା ଇମରାନ୍ ହାଶ୍ମିଙ୍କ ସହିତ ନଜର ଆସିଥିଲେ । ଆଲିସା ଆଜିକାଲି ଦିଲ୍ଲୀର ଗ୍ରେଡ଼ରରେ ରାସ୍ତା ଉପରେ ଏପଟେ-ସେପଟେ ବୁଲିବା ଦେଖିବାକୁ ମିଳୁଛି । ଆଲିସାକୁ ତାଙ୍କ ମାଆ ବାପା ଘରରୁ ବାହାର କରିଦେଇଛନ୍ତି । କହିବାକୁଗଲେ ଆଲିସା ଓ ବଏଫ୍ରେଣ୍ଡଙ୍କ ଭିଡ଼ିଓ ଅନ୍ ଲାଇନରେ ଲିକ୍ ହୋଇଯାଇଥିଲା । ଆଲିସା ଏହି ବିଷୟକୁ ନେଇ ନିଜ ବଏଫ୍ରେଣ୍ଡ ବିରୋଧରେ ମାମଲା ଦାଖଲ କରିଥିଲେ ।

୨) ମିତାଲି ଶର୍ମା –

google

ମିତାଲି ଶର୍ମା ଭୋଜପୁରୀରେ ବହୁତ ଭଲ ନାମ ଅର୍ଜନ କରିଛନ୍ତି । ମିତାଲି ଶର୍ମା ଦିନେ ମୋଡେଲିଙ୍ଗ ମଧ୍ୟ ରହିସାରିଛନ୍ତି । ମିତାଲି ଶର୍ମାଙ୍କୁ ଲୋକମାନେ ମୋଡେଲିଙ୍ଗର ରାଣୀ ବୋଲି କହୁଥିଲେ । କିନ୍ତୁ ସମୟକୁ ବଦଳିବାକୁ ସମୟ ଲାଗିନଥାଏ । ମିତାଲିଙ୍କୁ କାମ ମିଳିବା ଧୀରେ ଧୀରେ ବନ୍ଦ ହୋଇଗଲା । ଏହି କାରଣରୁ ସେ ବହୁତ ଡ଼ିପ୍ରେସନରେ ଚାଲିଯାଇଥିଲେ । କୁହାଯାଏ କି, ସେ ରାସ୍ତାରେ ଭିକ ମାଗି ଥିବାର ନଜରରେ ଆସିଥିଲେ । ଯେଉଁମାନେ ମଧ୍ୟ ତାଙ୍କୁ ଦେଖିଲେ, ସେମାନେ କାନ୍ଦିବାକୁ ଲାଗିଲେ ।

୩) ନିଶା ନୁର୍ –

google

ଆପଣଙ୍କୁ ଆମେ ଜଣାଇବାକୁ ଚାହୁଁଛୁ ଯେ, ନିଶା ନୁର୍ ସାଉଥ ଇଣ୍ଡଷ୍ଟ୍ରିର ବହୁତ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ସେ ସୁପର ଷ୍ଟାର କୋମଳ ହାସନ୍ ଓ ରଜନି କାନ୍ତଙ୍କ ଭଳି ମହାନ ଅଭିନେତାଙ୍କ ସହିତ କାମ କରିସାରିଛନ୍ତି । କିନ୍ତୁ କୁହାଯାଏ କି ନିଶା ନୁରଙ୍କୁ ଗୋଟିଏ ପ୍ରୋଡ୍ୟୁସର ବେଶ୍ୟା କରିଦେଇଥିଲେ । ଯାହାପରେ କି ତାଙ୍କ ସହିତ କୌଣସି ମଧ୍ୟ କଳାକାର କାମ କରିବାକୁ ଚାହିଁଲେ ନାହିଁ । ଏହାପରେ ସେ ଇଣ୍ଡଷ୍ଟ୍ରି ଠାରୁ ଦୁରେଇଗଲେ ଓ ରାସ୍ତାରେ ବସି ଭିକ ମାଗିବାକୁ ବାଧ୍ୟ ହେଲେ ।

୪) ଗୀତାଞ୍ଜଳି ନାଗପାଲ –

google

ଗୀତାଞ୍ଜଳି ନାଗପାଲ ସେହି ସମୟରେ ଏକ ଭଲ ମୋଡ଼େଲିଙ୍ଗ ରହିସାରିଥିଲେ । ଯିଏକି, ୨୦୦୭ରେ ତାଙ୍କୁ ଦିଲ୍ଲୀର ରାସ୍ତାରେ ଭିକ ମାଗିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୋଟିଏ ନେଭି ଅଫିସରର ଝିଅ ନିଜ କ୍ୟାରିଅରକୁ ନେଇ ବହୁତ ଏଗ୍ରେସିଭରେ ଥିଲେ । କିନ୍ତୁ ଡ୍ରଗ୍ସର ଅଭ୍ୟାସ ତାଙ୍କୁ ରାସ୍ତାକୁ ଆଣିଦେଲା । ଆର୍ଥିକ ଅବସ୍ଥାରେ ଖରାପ ହେବା ଯୋଗୁଁ ସେ ବହୁତ ତଳକୁ ଖସିଯାଇଥିଲେ ।

୫) ପରବିନ୍ ବୋବି –

google

ନାମାକ ହାଲାଲ, ଦେୱାର୍, ଏନ୍ଥାନି ଓ ସାନ୍ ଭଳି ସୁପର ହିଟ୍ ଚଳଚିତ୍ରରେ ନିଜ ଦମଦାର ଅଭିନୟ ପ୍ରଦର୍ଶନ କରି ଲୋକଙ୍କ ହୃଦୟକୁ ଜିତିଥିବା ପାରବିନ୍ ବୋବିଙ୍କ ମୃତ୍ୟୁ ତାଙ୍କ ଆପାର୍ଟମେଣ୍ଟରେ ହିଁ ହୋଇଥିଲା । ମୁମ୍ବାଇ ସ୍ଥିତ ନିଜ ଆପାର୍ଟମେଣ୍ଟରେ ପାରବିନ୍ ବୋବି ୨୨ ଜାନୁଆରୀ ୨୦୦୫ରେ ଶେଷ ନିଶ୍ୱାସ ନେଇଥିଲେ । ତାଙ୍କ ପଡ଼ୋଶୀଙ୍କ କହିବା ଅନୁସାରେ ସେ ତିନି ଦିନରୁ ଖବରକାଗଜ, କ୍ଷୀର ଆଦି କିଛି ମଧ୍ୟ ନେଉନଥିଲେ । ସେ ବହୁତ ସମୟରୁ ମୁମ୍ବାଇରେ ଏକାକୀ ରହୁଥିଲେ ଓ ସେ ଡ଼ିପ୍ରେସନରେ ରହୁଥିଲେ । କୁହାଯାଏ କି ତାଙ୍କର ମଧ୍ୟ ସେହି ସମୟରେ ପରିସ୍ଥିତି ବହୁତ ଖରାପ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *