ସାତ ଜନ୍ମ ତ ଦୂରର କଥା, ଗୋଟିଏ ବର୍ଷ ମଧ୍ୟ ନିଜ ପତିଙ୍କ ସହ ରହି ପାରିଲେନି ବଲିଉଡର ଏହି ପାଞ୍ଚ ଜଣ ଅଭିନେତ୍ରୀ !

ସାତ ଜନ୍ମ ତ ଦୂରର କଥା, ଗୋଟିଏ ବର୍ଷ ମଧ୍ୟ ନିଜ ପତିଙ୍କ ସହ ରହି ପାରିଲେନି ବଲିଉଡର ଏହି ପାଞ୍ଚ ଜଣ ଅଭିନେତ୍ରୀ !

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେତିକି ଫିଲ୍ମ ରିଲିଜ୍ ହୁଏ ନାହିଁ ସେତିକି ପ୍ରେମ, ବିବାହ ଏବଂ ଛାଡ଼ପତ୍ରର ଖବର ସାମ୍ନାକୁ ଆସିଥାଏ । ଏହିପରିରେ ଆମେ ଆଜି ଆପଣଙ୍କୁ ବଲିଉଡର ସେହି ୫ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବୁ । ଯେଉଁମାନେ ବିବାହ ସମୟରେ ନିଜ ସ୍ଵାମୀଙ୍କୁ ସାତ ଜନ୍ମ ପର୍ଯ୍ୟନ୍ତ ରହିବାର ପ୍ରତିଜ୍ଞା କରିଥିଲେ । କିନ୍ତୁ ଏକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ସେହି ଅଭିନେତ୍ରୀ ମାନେ ସ୍ଵାମୀଙ୍କ ସହିତ ରହି ନଥିଲେ ।

୧ . ଶ୍ରଦ୍ଧା ନିଗମ୍ :-

Google

‘ ଦେଖ ମଗର ପ୍ୟାର୍ ସେ ‘ ଏବଂ ‘ ଦୂରିୟା ‘ ଭଳି ଅନେକ ଟିଭି ଧାରାବାହିକରେ ନଜର ଆସିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ନିଗମ୍ । ସେ କରନ୍ ସିଂହ ଗ୍ରୋବରଙ୍କୁ କିଛିଦିନ ଡେଟ୍ କରିବା ପରେ ୨୦୦୮ରେ ବିବାହ କରିଥିଲେ । କିନ୍ତୁ ଏକ ବର୍ଷ ହେବା ପୂର୍ବରୁ ହିଁ ଶ୍ରଦ୍ଧା ନିଗମ୍ ସ୍ଵାମୀ ସହିତ ସମ୍ପର୍କ ତୁଟାଇ ଦେଇ ଛାଡ଼ପତ୍ର ଦେଇଥିଲେ ।

୨ . ଶ୍ଵେତା ବସୁ ପ୍ରସାଦ :-

Google

ଫିଲ୍ମ ମଖିରୁ ଶିଶୁ କଳାକାର ରୂପରେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ଶ୍ଵେତା ବସୁ ପ୍ରସାଦ ଫିଲ୍ମ ନିର୍ଦେଶକ ରୋହିତ ମିତଲଙ୍କୁ ୨୦୧୮ରେ ବିବାହ କରିଥିଲେ । କିନ୍ତୁ ବିବାହର ୩ ମାସରେ ହିଁ ସେ ରୋହିତଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ ।

୩ . ଚିତ୍ରାଙ୍ଗଦା ସିଂହ :-

Google

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ କିଛି ସମୟ ପର୍ଯ୍ୟନ୍ତ ଡେଟ୍ କରିବା ପରେ ଇଣ୍ଡିଆନ ପ୍ରଫେସନଲ ଗ୍ଲୋଫର। ଜ୍ୟୋତି ରଂଧାୱାଙ୍କୁ ୨୦୦୧ରେ ବିବାହ କରିଥିଲେ । କିନ୍ତୁ ବିବାହର ଏକ ବର୍ଷରେ ହିଁ ସ୍ଵାମୀ ସହିତ ଝଗଡ଼ା କାରଣରୁ ଚିତ୍ରାଙ୍ଗଦା ସିଂହ ତାଙ୍କ ଠାରୁ ଅଲଗା ରହିଥିଲେ ଏବଂ କାନୁନ ମୁତାବକ ୨୦୧୪ରେ ଛାଡ଼ପତ୍ର ଦେଇଥିଲେ ।

୪ . କଲ୍କି କୋଚଲିନ :-

Google

ବଲିଉଡର ବୋଲ୍ଦ ଅଭିନେତ୍ରୀ କଲ୍କି କୋଚଲିନ ୩ ବର୍ଷ ପର୍ଯ୍ୟନ୍ତ ଡେଟ୍ କରିବା ପରେ ନିଜ ବଏଫ୍ରେଣ୍ଡ ଅନୁରାଗ କାଶ୍ୟପଙ୍କୁ ୨୦୧୧ରେ ବିବାହ କରିଥିଲେ । ବିବାହର ଏକ ବର୍ଷ ସମ୍ପୂର୍ଣ୍ଣ ହୋଇ ନଥିଲା ଯେ, କଲ୍କି ଅନୁରାଗଙ୍କୁ ଛାଡ଼ି ଚାଲି ଯାଇଥିଲେ । ଯାହାପରେ ୨୦୧୫ରେ ଦୁଇଜଣ ଛାଡ଼ପତ୍ର ନେଇଥିଲେ ।

୫ . ରୀନା ରାୟ :-

Google

୮୦ ଦଶକର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ରୀନା ରାୟ ପାକିସ୍ତାନୀ କ୍ରିକେଟର ମୋହସିନ ଖାନଙ୍କୁ କିଛି ସମୟ ପର୍ଯ୍ୟନ୍ତ ଡେଟ୍ କରିବା ପରେ ୧୯୮୯ରେ ବିବାହ କରିଥିଲେ । ବିବାହର ଏକ ବର୍ଷ ମଧ୍ୟରେ ପାକିସ୍ତାନରେ ରହିବାକୁ ଲାଗିଲେ ରୀନା । ପୂରା ଏକ ବର୍ଷ ମଧ୍ୟ ନିଜ ସ୍ଵାମୀଙ୍କ ସହିତ ରୀନା ବୈବାହିକ ଜୀବନ ବିତାଇ ପାରି ନଥିଲେ ।

Leave a Reply

Your email address will not be published. Required fields are marked *