ଏହି ପାଞ୍ଚ ଜଣ ଅଭିନେତ୍ରୀ ନିଜ ସ୍ଵାମୀଙ୍କ ଠାରୁ ଅଲଗା ହୋଇ ନିଜ ଜୀବନ ନିଜ ସନ୍ତାନଙ୍କ ସହିତ ବିତାଉଛନ୍ତି !

ଏହି ପାଞ୍ଚ ଜଣ ଅଭିନେତ୍ରୀ ନିଜ ସ୍ଵାମୀଙ୍କ ଠାରୁ ଅଲଗା ହୋଇ ନିଜ ଜୀବନ ନିଜ ସନ୍ତାନଙ୍କ ସହିତ ବିତାଉଛନ୍ତି !

୧. ପ୍ରୀତି ଝୀଂଗିୟାନୀ

newstrend

୨୦୦୦ରେ ଫିଲ୍ମ “ମୋହବ୍ବତେ”ରୁ ଲୋକପ୍ରିୟତା ଅର୍ଜନ କରିଥିବା ଅଭିନେତ୍ରୀ ପ୍ରୀତି ଝୀଂଗିୟାନୀ ପ୍ରବୀଣ ଦାବାସଙ୍କୁ ବିବାହ କରିଥିଲେ ଏବଂ ୨୦୦୮ ରେ ଅଲଗା ହୋଇଯାଇଥିଲେ । ସେମାନଙ୍କର ଛାଡ଼ପତ୍ର ହୋଇଯାଇଛି ଏବଂ ପ୍ରୀତି ନିଜ ପୁଅ ଜୟବେଶ ଦବାସଙ୍କ ସହିତ ରହୁଛନ୍ତି ।

୨ . ରୀନା ଦତ୍ତ :-

newstrend

ଅମିର ଖାନଙ୍କ ପ୍ରଥମ ସ୍ତ୍ରୀ ରୀନା ଦତ୍ତ ମଧ୍ୟ ଛାଡ଼ପତ୍ର ପରେ ନିଜ ପୁଅ ଜୁନେବ ଏବଂ ଝିଅ ଇକରା ଖାନଙ୍କୁ ଏକୁଟିଆ ପାଳିଛନ୍ତି । ଅମିର ଖାନ୍ ପ୍ରାୟ ନିଜ ପିଲାଙ୍କ ସହିତ ଦେଖା କରନ୍ତି ଏବଂ ରୀନା ମଧ୍ୟ ତାଙ୍କ ସହିତ ଭଲ ବ୍ୟବହାର କରନ୍ତି କିନ୍ତୁ ସାଙ୍ଗରେ ରୁହନ୍ତି ନାହିଁ ।

୩ . ପୂଜା ବେଦୀ :-

newstrend

ଅଭିନେତ୍ରୀ ପୂଜା ବେଦୀ ମଧ୍ୟ ନିଜ ସ୍ଵାମୀଙ୍କ ଠାରୁ ଛାଡ଼ପତ୍ର ନେବା ପରେ ନିଜ ଝିଅ ଆଲିୟା ଏବଂ ଅମରଙ୍କୁ ଏକୁଟିଆ ପାଳୁଛନ୍ତି । ତାଙ୍କ ଛାଡ଼ପତ୍ର ୨୦୦୩ରେ ହୋଇଯାଇଥିଲା ଏବଂ ୧୯୯୪ରେ ସେ ଫରହାନ୍ ଫର୍ଣ୍ଣିଚରୱାଲାଙ୍କୁ ବିବାହ କରିଥିଲେ ।

୪ . କୋଂକଣା ସେନ୍ :-

newstrend

ବଲିଉଡ଼ ଅଭିନେତ୍ରୀ କୋଂକଣା ସେନ୍ ରଣବୀର ସୌରିଙ୍କୁ ବିବାହ କରିଥିଲେ । କିନ୍ତୁ ଗର୍ଭବତୀ ଥିବା ସମୟରେ ତାଙ୍କ ସ୍ଵାମୀ ତାଙ୍କୁ ଛାଡ଼ପତ୍ର ଦେଇଥିଲେ । ସେତେବେଳେ ତାଙ୍କର ଗୋଟିଏ ପୁଅ ହୋଇଥିଲା ଏବଂ କୋଂକଣା ଆଜି ମଧ୍ୟ ସିଙ୍ଗଲ ମଦର ହୋଇ ନିଜ ପୁଅ ହରୂନ୍ ଶୌରେଙ୍କ ପ୍ରତିପୋଷଣ କରନ୍ତି ।

୫ . ଅମୃତା ସିଂହ :-

newstrend

୧୯୯୧ରେ ସୈଫ ଅଲୀ ଖାନ୍ ଅମୃତା ସିଂହଙ୍କୁ ବିବାହ କରିଥିଲେ । ଏବଂ ତା’ପରେ ୨୦୦୪ରେ ତାଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ । ସେତେବେଳେ ତାଙ୍କର ଦୁଇ ପିଲା ଇବ୍ରାହିମ୍ ଅଲୀ ଖାନ୍ ଏବଂ ସାରା ଅଲୀ ଖାନ୍ ଥିଲେ । ସୈଫ ସେତେବେଳେ ଅମୃତାଙ୍କୁ ୧୫ କୋଟି ଟଙ୍କା ଏବଂ ପିଲାଙ୍କ ଆଜୀବନ ପ୍ରତିପୋଷଣର ଦାୟିତ୍ୱ ନେଇଥିଲେ । ତଥାପି ତାଙ୍କ ପିଲାମାନେ ଅଧିକାଂଶ ସମୟରେ ଅମୃତାଙ୍କ ପାଖରେ ରହନ୍ତି । ସୈଫ ଅଲୀ ଖାନ୍ ବର୍ତ୍ତମାନ କରୀନା କପୂରଙ୍କୁ ବିବାହ କରି ସାରିଛନ୍ତି ଏବଂ ତାଙ୍କର ଗୋଟିଏ ପୁଅ ତୈମୁର ମଧ୍ୟ ଅଛି ।

୬ . କରିଶ୍ମା କପୂର :-

newstrend

ବଲିଉଡ଼ରେ ୯୦ ଦଶକରେ ପାଦ ରଖିଥିବା ଅଭିନେତ୍ରୀ କରିଶ୍ମା କପୂର ୨୦୦୪ ମସିହାରେ ଦିଲ୍ଲୀରେ ରହୁଥିବା ସଞ୍ଜୟ କପୂରଙ୍କୁ ବିବାହ କରିଥିଲେ । ତାଙ୍କ ସହିତ ଅନେକ ବର୍ଷ ରହିବା ପରେ ସେ ୨୦୧୬ରେ ଛାଡ଼ପତ୍ର ଦେଇଥିଲେ । କରିଶ୍ମାଙ୍କ ଆରୋପ ଥିଲା ଯେ ସଞ୍ଜୟ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ ଏବଂ ଖରାପ ବ୍ୟବହାର କରୁଥିଲେ । ତେଣୁ ସେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ । ତାଙ୍କର ଗୋଟିଏ ପୁଅ କିୟାନ୍ ରାଜ୍ କପୂର ଏବଂ ଝିଅ ସମାୟରା କପୂର ତାଙ୍କ ସହିତ ରହନ୍ତି ।

Leave a Reply

Your email address will not be published. Required fields are marked *