ଚଳିତ ବର୍ଷ ‘୧୦ ଜୁନ୍’ରେ ପ୍ରଥମ ସୂର୍ଯ୍ୟପରାଗ ହେବାକୁ ଯାଉଛି ! ଏହି ୪ଟି ରାଶିର ଲୋକମାନେ ବିଶେଷ ସତର୍କତାର ସହ ଦିନଚର୍ଯ୍ୟା କରିବାକୁ ପଡିବ, ନଚେତ୍ ସମସ୍ୟା ବୃଦ୍ଧି ହୋଇପାରେ…

ଚଳିତ ବର୍ଷ ‘୧୦ ଜୁନ୍’ରେ ପ୍ରଥମ ସୂର୍ଯ୍ୟପରାଗ ହେବାକୁ ଯାଉଛି ! ଏହି ୪ଟି ରାଶିର ଲୋକମାନେ ବିଶେଷ ସତର୍କତାର ସହ ଦିନଚର୍ଯ୍ୟା କରିବାକୁ ପଡିବ, ନଚେତ୍ ସମସ୍ୟା ବୃଦ୍ଧି ହୋଇପାରେ…

ହିନ୍ଦୁ କ୍ୟାଲେଣ୍ଡର୍ ଅନୁଯାୟୀ ୨୦୨୧ ମସିହାର ପ୍ରଥମ ସୂର୍ଯ୍ୟ ପରାଗ ଜୈଷ୍ଠ ମାସ ଅମାବାସ୍ୟା ତିଥି ଦିନ ହେବାକୁ ଯାଉଛି । ଆପଣଙ୍କୁ କହିରଖୁଛୁ କି ଜୁନ୍ ମାସ ୧୦ ତାରିଖ ଦିନ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ହେବ । ଏହି ଦିନ ଜୈଷ୍ଠ ଭାବୁକା ଅମାବାସ୍ୟା ସହିତ ଶନି ଜୟନ୍ତୀ ମଧ୍ୟ ଅଟେ । ହିନ୍ଦୁ ଧର୍ମରେ ଏହି ବିଷୟରେ ଉଲ୍ଲେଖ କରାଯାଇଛି କି ଗ୍ରହଣର ନକାରାତ୍ମକ ପ୍ରଭାବ ମଧ୍ୟ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଗ୍ରହଣ ହୁଏ, ତେବେ ଏହି କାରଣରୁ ସମସ୍ତ ୧୨ ଗୋଟି ରାଶି ଉପରେ ସକରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥାଏ ।

ଆଜି ଏହି ଆର୍ଟିକିଲ୍ ମାଧ୍ୟମରେ ଆମେ ଆପଣଙ୍କୁ ସୂର୍ଯ୍ୟ ପରାଗ ହେତୁ କେଉଁ ରାଶି ମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିପାରେ ସେହି ବିଷୟରେ ସୂଚନା ଦେବାକୁ ଯାଉଛୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ ହେତୁ ବୃଷ, ମିଥୁନ, ତୁଳା ଏବଂ ମକର ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିବ । କହିରଖୁଛୁ କି ସୂର୍ଯ୍ୟ ପରାଗ କେବଳ ବୃଷ ରାଶିରେ ଲାଗିବାକୁ ଯାଉଛି । ଏହି କାରଣ ହେତୁ ସବୁଠାରୁ ଅଧିକ ପ୍ରଭାବିତ ଏହି ରାଶିର ଲୋକ ମାନେ ହେବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ଗ୍ରହଣର ପ୍ରଭାବ ହେତୁ ଏହି ଲୋକମାନଙ୍କୁ କେଉଁ ପରିସ୍ଥିତି ଦେଇ ଗତି କରିବାକୁ ପଡିପାରେ ।

ବୃଷ ରାଶି

ବୃଷ ରାଶି ବ୍ୟକ୍ତି ବିଶେଷ ମାନଙ୍କ ଉପରେ ସୂର୍ଯ୍ୟ ପରାଗର ଅଶୁଭ ପ୍ରଭାବ ପଡ଼ିବ । ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଧନ ସହ ଜଡିତ ପ୍ରସଙ୍ଗରେ ବହୁତ ସତର୍କ ରହିବା ଆବଶ୍ୟକ କାରଣ ଧନ ହାନୀ ହେବାର ଆଶଙ୍କା ରହିଛି । ଆପଣଙ୍କୁ ଆପଣଙ୍କ ଆୟ ଅନୁଯାୟୀ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ପଡିବ । ବୁଝି ବିଚାରି ଲେଣ-ଦେଣ ଏବଂ ଖର୍ଚ୍ଚ କରନ୍ତୁ, ନଚେତ୍ ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ମୋଟ ଉପରେ, ପରାଗର ଖରାପ ପ୍ରଭାବକୁ ଏଡାଇବା ପାଇଁ ଆପଣଙ୍କୁ ବିଶେଷ ଯତ୍ନ ନେବା ଆବଶ୍ୟକ ।

ମିଥୁନ ରାଶି

ମିଥୁନ ରାଶିର ଲୋକଙ୍କ ଉପରେ ସୂର୍ଯ୍ୟ ପରାଗର ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ । ଏହି ରାଶି ବିଶିଷ୍ଟ ବ୍ୟକ୍ତିମାନଙ୍କ ବ୍ୟବସାୟରେ କ୍ଷତି ହେବାର ଆଶଙ୍କା ରହିଛି । ଆପଣଙ୍କୁ ଏକ ପ୍ରକାର ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡିପାରେ । ପରାଗ ସମୟରେ କାରବାର କରିବା ସମୟରେ ଆପଣଙ୍କୁ ବହୁତ ସତର୍କ ହେବା ଆବଶ୍ୟକ ରହିଛି । ଏହା ବ୍ୟତୀତ କାର୍ଯ୍ୟରେ କଠିନ ପରିଶ୍ରମ କରିବା ପରେ ଆପଣ ସଫଳତା ପାଇପାରିବେ ।

ତୁଳା ରାଶି

ଯେଉଁ ବ୍ୟକ୍ତି ମାନଙ୍କର ତୁଳା ରାଶି ଅଟେ, ସେମାନଙ୍କୁ ସୂର୍ଯ୍ୟ ପରାଗ ହେତୁ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଚାକିରୀ କରୁଥିବା ଲୋକ ମାନଙ୍କ ନିମନ୍ତେ ଏହା କଠିନ ସମୟ ରହିବ । କାର୍ଯ୍ୟାଳୟରେ କାହା ସହିତ ଝଗଡା ହେବାର ସମ୍ଭାବନା ରହିଛି । ବ୍ୟବସାୟରେ କ୍ଷତି ସହିବାକୁ ପଡିପାରେ । ଗ୍ରହଣ ସମୟରେ ଆପଣଙ୍କୁ ଆପଣଙ୍କ ମନକୁ ଶାନ୍ତ ରଖିବାକୁ ପଡିବ କାରଣ ମନରେ ବିଶୃଙ୍ଖଳା ଉତ୍ପନ୍ନ ହୋଇପାରେ । ବୈବାହିକ ଜୀବନରେ ତିକ୍ତତା ଦେଖିବାକୁ ମିଳି ପାରେ ।

ମକର ରାଶି

ସୂର୍ଯ୍ୟ ପରାଗ ମକର ରାଶି ବିଶିଷ୍ଟ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ, ତେଣୁ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ । ବ୍ୟବସାୟ ସହିତ ଜଡିତ ଲୋକମାନଙ୍କୁ ଏହା ପରାମର୍ଶ ଦିଆଯାଇଛି କି, ଆପଣ ଆପଣଙ୍କ ବ୍ୟବସାୟ ବିଷୟରେ ବହୁତ ସଚେତନ ହେବା ଉଚିତ୍, ନଚେତ୍ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ଏହି ରାଶିର ଲୋକଙ୍କୁ ମାନସିକ ଚାପ ଦେଇ ଗତି କରିବାକୁ ପଡିପାରେ । ସୂର୍ଯ୍ୟ ପରାଗ ସମୟରେ କୌଣସି ମଧ୍ୟ ନୂତନ କାର୍ଯ୍ୟ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *