ଜୁନ୍ ୧୦ ତାରିଖରେ : ବର୍ଷର ପ୍ରଥମ ସୂର୍ଯ୍ୟପରାଗ ! ଆସନ୍ତୁ ଜାଣିବା କେଉଁ ରାଶି ଉପରେ କଣ ପ୍ରଭାବ ପଡିବ…

ଜୁନ୍ ୧୦ ତାରିଖରେ : ବର୍ଷର ପ୍ରଥମ ସୂର୍ଯ୍ୟପରାଗ ! ଆସନ୍ତୁ ଜାଣିବା କେଉଁ ରାଶି ଉପରେ କଣ ପ୍ରଭାବ ପଡିବ…

ଜୁନ୍ ମାସରେ ସୂର୍ଯ୍ୟ ପରାଗ ହେବାକୁ ଯାଉଛି ଯାହାର ପ୍ରଭାବ ୧୨ଟି ଯାକ ରାଶି ଉପରେ ପଡିବ । ପଞ୍ଚାଙ୍ଗ ଅନୁଯାୟୀ ଜୁନ୍ ୧୦ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ହେବ । ଯାହା ଅପରାହ୍ନ ପ୍ରାୟ ୧:୪୨ରେ ଆରମ୍ଭ ହୋଇ ଏବଂ ସନ୍ଧ୍ୟା ୬:୪୧ ସୁଦ୍ଧା ଶେଷ ହେବ । ଏହାର ଅବଧି ପ୍ରାୟ ୫ଘଣ୍ଟା ରହିବ । ଏହି ସୂର୍ଯ୍ୟଗ୍ରହଣ ଉତ୍ତର ପୂର୍ବ ଆମେରିକା, ୟୁରୋପ, ଉତ୍ତର ଏସିଆ ଏବଂ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଦୃଶ୍ୟମାନ ହେବ । ଯଦିଓ ଏହି ସୂର୍ଯ୍ୟ ପରାଗ ଭାରତରୁ ଦେଖାଯିବ ନାହିଁ କିନ୍ତୁ ୧୨ଟି ଯାକ ରାଶି ଉପରେ ଏହାର ପ୍ରଭାବ ରହିବ ।

ରାଶି ଉପରେ ସୂର୍ଯ୍ୟ ପରାଗର ପ୍ରଭାବ

ମେଷ ରାଶି

ଏହି ରାଶିର ଲୋକମାନେ ଯୁକ୍ତିତର୍କରୁ ଦୂରେଇ ରହିବା ଉଚିତ ଏବଂ କ୍ରୋଧିତ ନହେବା ଉଚିତ । ଧନ ହାନି ହୋଇପାରେ ତେଣୁ ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରନ୍ତୁ ।

ବୃଷ ରାଶି

ରାହୁ ଏହି ରାଶିରେ ଗମନାଗମନ କରୁଛନ୍ତି ଯେଉଁ କାରଣରୁ ବୃଷ ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ । ଆପଣ ନିଜ ଶକ୍ତିର ସଠିକ୍ ଭାବରେ ବ୍ୟବହାର କରନ୍ତୁ ଏବଂ ନିଜର ଚିନ୍ତାଧାରାକୁ ସକାରାତ୍ମକ ରଖନ୍ତୁ ।

ମିଥୁନ ରାଶି

ଏହି ରାଶିରେ ଧନ ହାନିର ଯୋଗ ସୃଷ୍ଟି ହେଉଛି ଏପରି ପରିସ୍ଥିତିରେ ଟଙ୍କା ପ୍ରତି ସାବଧାନ ରୁହନ୍ତୁ ଏବଂ ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରନ୍ତୁ । ପରିବାର ସଦସ୍ୟଙ୍କ ସହିତ ବିବାଦ ମଧ୍ୟ ହୋଇପାରେ ।

କର୍କଟ ରାଶି

ସୂର୍ଯ୍ୟ ପରାଗ ସମୟରେ ମନ ଅସ୍ଥିର ରହିପାରେ ଏବଂ ଛୋଟ ଛୋଟ କଥାରେ ମଧ୍ୟ କ୍ରୋଧିତ ହୋଇପାରନ୍ତି ତେଣୁ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ ଅନ୍ୟମାନଙ୍କ ସହିତ କଳହରୁ ଦୂରରେ ରୁହନ୍ତୁ । ଶତ୍ରୁମାନଙ୍କ ପ୍ରତି ମଧ୍ୟ ସତର୍କ ରୁହନ୍ତୁ ।

ସିଂହ ରାଶି

ସିଂହ ରାଶିର ଲୋକମାନେ ବୁଦ୍ଧିମାନ୍ ଭାବରେ ସମସ୍ତ ନିଷ୍ପତ୍ତି ନେବା ଉଚିତ ଏବଂ କୌଣସି ବିବାଦ ଭିତରକୁ ନ ପଶିବା ଉଚିତ୍ । ଅନ୍ୟମାନଙ୍କୁ ଆଘାତ କରିବା ଠାରୁ ଦୂରେଇ ରୁହନ୍ତୁ । କୌଣସି କାର୍ଯ୍ୟରୁ ଅଚାନକ ଲାଭ ମିଳିପାରେ । ଧର୍ମର କାର୍ଯ୍ୟରେ ଆଗ୍ରହ ବଢ଼ିବ ।

କନ୍ୟା ରାଶି

ପରିବାର ସଦସ୍ୟଙ୍କ ସହିତ ସମୟ ବିତାନ୍ତୁ । ସ୍ୱାସ୍ଥ୍ୟ ପାଇଁ ସାବଧାନ ରୁହନ୍ତୁ । ଋଣ ନେବା ଏବଂ ଋଣ ଦେବା ଠାରୁ ଦୂରେଇ ରୁହନ୍ତୁ । କ୍ରୋଧ ଠାରୁ ଦୂରେଇ ରୁହନ୍ତୁ ।

ତୁଳା ରାଶି

ଏହି ରାଶିର ବ୍ୟକ୍ତିମାନେ ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଜୀବନ ସାଥୀଙ୍କ ସହ ଭାବିଚିନ୍ତି କଥାବାର୍ତା କରନ୍ତୁ । ନଚେତ ଘରେ କଳହ ଏବଂ ମତଭେଦ ସୃଷ୍ଟି ହୋଇପାରେ ।

ବିଛା ରାଶି

ନକାରାତ୍ମକ ଚିନ୍ତାଧାରା ମନକୁ ଆସିପାରେ । କାହାକୁ ଅପମାନ କରନ୍ତୁ ନାହିଁ । ପରିବାର ପାଇଁ ଚିନ୍ତା ବଢିପାରେ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ନିଜ ବକ୍ତବ୍ୟକୁ ନିୟନ୍ତ୍ରଣ ରଖନ୍ତୁ ।

ଧନୁ ରାଶି

ଧନୁ ରାଶି ପାଇଁ ଏହି ସମୟ ଭଲ ରହିବ ଭଲ ଫଳ ପ୍ରାପ୍ତି ହେବ । କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିବ । ଯଦି ଆପଣ ବୁଦ୍ଧିମାନ୍ ଭାବରେ ଟଙ୍କା ବିନିଯୋଗ କରନ୍ତି ତେବେ ଏହା ଭଲ ଫଳ ଦେବ ।

ମକର ରାଶି

ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲଭାବରେ ଭାବିଚିନ୍ତି କରନ୍ତୁ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ପରିବାର ସହିତ ଏକାଠି ରୁହନ୍ତୁ କାହାକୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ ।

କୁମ୍ଭ ରାଶି

କ୍ରୋଧ ଏବଂ ଅହଂକାର ଠାରୁ ଦୂରେଇ ରୁହନ୍ତୁ । ସଜାଗ ରୁହନ୍ତୁ ଏବଂ ସହଜରେ କାହାକୁ ବିଶ୍ୱାସ କରନ୍ତୁ ନାହିଁ । ନିଜ ମାତାଙ୍କର ସେବା କରନ୍ତୁ ଏବଂ ମନରେ ନକାରାତ୍ମକ ଚିନ୍ତାଧାରା ଆଣନ୍ତୁ ନାହିଁ ।

ମୀନ ରାଶି

ନିଷ୍ପତ୍ତି ନେବାବେଳେ ଶହେ ଥର ଭାବନ୍ତୁ କାହାକୁ ଋଣ ଦିଅନ୍ତୁ ନାହିଁ । ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଦୂର ଯାତ୍ରା କରିବା ଠାରୁ ଦୂରେଇ ରୁହନ୍ତୁ । ମନ ଅସ୍ଥିର ରହିପାରେ ଏବଂ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ ।

Leave a Reply

Your email address will not be published. Required fields are marked *