କପୂର ପରିବାରର ପ୍ରଥମ ଝିଅ, ଯିଏ ଭାଙ୍ଗି ଥିଲେ ପୃଥ୍ୱୀରାଜଙ୍କ ଦ୍ଵାରା ସ୍ଥାପିତ ପରମ୍ପରା !

କପୂର ପରିବାରର ପ୍ରଥମ ଝିଅ, ଯିଏ ଭାଙ୍ଗି ଥିଲେ ପୃଥ୍ୱୀରାଜଙ୍କ ଦ୍ଵାରା ସ୍ଥାପିତ ପରମ୍ପରା !

୯୦ ଦଶକର ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତ୍ରୀ କରିଷ୍ମା କପୂରଙ୍କ ଅନେକ ପ୍ରଶଂସକ ରହିଛନ୍ତି । କରିଷ୍ମା କପୂର ସେହି ସମୟର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ । କରିଷ୍ମା କପୂର, କପୂର ପରିବାରର ପ୍ରଥମ ଝିଅ ଅଟନ୍ତି ଯିଏ ନିଜ ଦାଦା ପୃଥ୍ୱୀରାଜ କପୂରଙ୍କ ପରମ୍ପରାକୁ ଭାଙ୍ଗିଥିଲେ ଯେଉଁ ପରମ୍ପରାକୁ ଭାଙ୍ଗିବା ପାଇଁ କିଏ ସାହସ କରିନଥିଲେ ।

google

କରିଷ୍ମା କପୂର ନିଜ ମାତାପିତାଙ୍କ ପରି ବଲିଉଡ଼ରେ ଅଭିନୟ କରିବା ପାଇଁ ଚାହୁଁଥିଲେ ଏବଂ ପ୍ରସିଦ୍ଧ ହେବା ପାଇଁ ଚାହୁଁଥିଲେ ତାଙ୍କ ମାତାପିତା ବବିତା ଓ ରଣଧୀର କପୂର ଖୁବ୍ ପ୍ରସିଦ୍ଧି ଲାଭ କରିଥିଲେ କିନ୍ତୁ କପୂର ପରିବାରଙ୍କ ବୋହୂ ଓ ଝିଅ ମାନଙ୍କୁ ବଲିଉଡ଼ରେ କାମ କରିବା ପାଇଁ ଅନୁମତି ନଥିଲା ଏବଂ ଏହି ନିୟମ କରିଷ୍ମା କପୂରଙ୍କ ଦାଦା ସ୍ଥିର କରିଥିଲେ ଏବଂ କିଏ ମଧ୍ୟ ଏହି ନିୟମକୁ ଭାଙ୍ଗିବା ପାଇଁ ସାହସ କରିନଥିଲେ ଜଣଙ୍କ ବ୍ୟତୀତ ସେ ହେଉଛନ୍ତି କରିଷ୍ମା ।

google

କରିଷ୍ମା ୧୭ ବର୍ଷ ବୟସରେ ପ୍ରଥମ ଚଳଚ୍ଚିତ୍ର “ପ୍ରେମ କେଦି”ରେ କାମ କରିଥିଲେ ।

google

କରିଷ୍ମା କପୂର ତାଙ୍କ ପରିବାରର ପ୍ରଥମ ଝିଅ ଅଟନ୍ତି ଯିଏକି ବଲିଉଡ଼ରେ କାମ କଲେ ଓ ଏଥିରେ ତାଙ୍କ ମାଁ ବବିତା ସର୍ବଦା ତାଙ୍କ ସାଥିରେ ଥିଲେ କିନ୍ତୁ ତାଙ୍କ ପିତା ଏହା ବିରୁଦ୍ଧରେ ଥିଲେ ଏବଂ ଏହି କାରଣରୁ କରିଷ୍ମାଙ୍କ ମାଁ ଓ ବାପା ଅଲଗା ହୋଇଯାଇଥିଲେ । ଏବଂ କିଛି ବର୍ଷ ଅଲଗା ରହିବା ପରେ ୨୦୦୭ ମସିହାରେ ସେ ଦୁହେଁ ପୁଣିଥରେ ଏକାଠି ହୋଇଗଲେ ଓ ଏହିସବୁ ପରେ ମଧ୍ୟ ବବିତା ବହୁତ ଅସୁବିଧାରେ କରିଷ୍ମା ଓ କରିନାଙ୍କୁ ଲାଳନପାଳନ କଲେ ।

google

କରିଷ୍ମା କପୂର ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ର ଯୋଗୁଁ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲେ । ଏହି ଚଳଚ୍ଚିତ୍ରରେ କରିଷ୍ମା ଆମୀରଙ୍କ ସହିତ ନଜର ଆସିଥିଲେ । କରିଷ୍ମା, ଗୋବିନ୍ଦା ଓ ସଲମାନଙ୍କ ସହିତ ମଧ୍ୟ ଅଭିନୟ କରି ପ୍ରସିଦ୍ଧ ହୋଇଗଲେ ଯେପରିକି ଚଳଚ୍ଚିତ୍ର ହିରୋ ନମ୍ବର ୧, କୁଲି ନମ୍ବର ୧ ଓ ବିବି ନମ୍ବର ୧ ।

google

ଏହା ସେହି ସମୟ ଥିଲା ଯେତେବେଳେ କରିଷ୍ମାଙ୍କ ସହିତ ତାଙ୍କ ମାଁଙ୍କ ବ୍ୟତୀତ ଆଉ କେହି ସାଥିରେ ନଥିଲେ । ତାଙ୍କ ବଲିଉଡ଼ରେ ଅଭିନୟ କରିବାକୁ ନେଇ ସମସ୍ତେ ତାଙ୍କ ବିପକ୍ଷରେ ଥିଲେ । କେବଳ ତାଙ୍କ ମାଁ ହିଁ ସବୁ ପରିସ୍ଥିତିରେ ତାଙ୍କ ସାଥିରେ ଥିଲେ । ବହୁତ ପ୍ରସିଦ୍ଧ ପରିବାରର ଝିଅ ହୋଇ ସୁଦ୍ଧା ବଲିଉଡ଼ରେ ପ୍ରସିଦ୍ଧ ଓ ଲୋକପ୍ରିୟ ହେବା ପାଇଁ କରିଷ୍ମାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା । ଚଳଚ୍ଚିତ୍ର ଜଗତରେ ନାମ ଅର୍ଜନ କରିବା ପାଇଁ କରିଷ୍ମା ଖୁବ ଚିନ୍ତିତ ଓ ଖୁବ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

google

କରିଷ୍ମା କପୂର ୯୦ ଦଶକର ଜଣେ ବହୁ ପ୍ରତିଭାବାନ ହିରୋଇନ ଥିଲେ ସେ ଅନେକଗୁଡ଼ିଏ ରୋମାଣ୍ଟିକ୍ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିବା ସଙ୍ଗେ ସଙ୍ଗେ ନିଜ କମେଡ଼ି ଦ୍ୱାରା ମଧ୍ୟ ଲୋକଙ୍କ ପ୍ରଶଂସାର ପାତ୍ର ହୋଇପାରିଥିଲେ । ତାଙ୍କ କମେଡି ଟାଇମିଙ୍ଗ ବହୁତ ଭଲ ଥିଲା ।

google

କରିଷ୍ମାଙ୍କୁ ତାଙ୍କ ଚଳଚ୍ଚିତ୍ର ଦିଲ୍ ତୋ ପାଗଳ ହେ ପାଇଁ ସର୍ବଶ୍ରେଷ୍ଠ ସହ କଳାକାର ଭାବେ ଜାତୀୟ ପୁରସ୍କାର ଲାଭ ହୋଇଥିଲା । ତାଙ୍କ ଚଳଚ୍ଚିତ୍ର ରାଜା ହିନ୍ଦୁସ୍ତାନୀ ଓ ଫିଜା ପାଇଁ ମଧ୍ୟ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ମିଳିଥିଲା ଏବଂ ବହୁତଗୁଡିଏ ଚରିତ୍ର ପାଇଁ ଭିନ୍ନ ଭିନ୍ନ ପୁରସ୍କାର ପାଇଁ ନମିନେସନ ମିଳିଥିଲା ।

google

କରିଷ୍ମା ବଲିଉଡ଼ ସଙ୍ଗେ ସଙ୍ଗେ ଟିଭି ଧାରାବାହିକ ମାନଙ୍କରେ ମଧ୍ୟ ଅଭିନୟ କରିଛନ୍ତି । ୨୦୦୩ ମସିହାରେ କରିଷ୍ମା ଧାରାବାହିକ କରିଷ୍ମା ଦ ମିରେକ୍ଳେସ ୱେବ୍ ସିରିଜରେ କାମ କରିଥିଲେ । ବର୍ତ୍ତମାନ କରିଷ୍ମା ଅଭିନୟ ଜଗତରୁ କିଛି ସମୟ ପାଇଁ ଦୂରେଇ ଯାଇଛନ୍ତି ଏବଂ ନିଜ ଶିଶୁ ମାନଙ୍କ ଉପରେ ଧ୍ୟାନ ଦେଉଛନ୍ତି ।

google

କରିଷ୍ମା ନିଜ ପରିବାରର ପ୍ରଥା ଭାଙ୍ଗି ବଲିଉଡ଼ରେ ବହୁତ ପ୍ରସିଦ୍ଧ ହେଲେ ଓ ନିଜ କ୍ୟାରିୟରରେ ବହୁତ ସଫଳ ହେଲେ । କରିଷ୍ମା ବହୁତ ଗୁଡିଏ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ଅଟନ୍ତି ।

ତାଙ୍କ ଛୋଟ ଭଉଣୀ କରିନା କପୂର ମଧ୍ୟ ତାଙ୍କର ବହୁତ ବଡ଼ ଫ୍ୟାନ୍ ଅଟନ୍ତି ଏବଂ ସେ ନିଜ ମାଁ ଓ ଭଉଣୀଙ୍କ ସଂଘର୍ଷକୁ ଦେଖି ବହୁତ ପରିଶ୍ରମ କଲେ ଓ ବଲିଉଡରେ ସଫଳ ହେଲେ ।

Leave a Reply

Your email address will not be published. Required fields are marked *