ସେପ୍ଟେମ୍ବର ୩୦ ସୁଦ୍ଧା ବିଶ୍ଵବିଦ୍ୟାଳୟର ଫାଇନାଲ ପରୀକ୍ଷା ହେବ : ସୁପ୍ରିମକୋର୍ଟର ନିଷ୍ପତ୍ତି !

ନୂଆଦିଲ୍ଳୀ,୨୮/୮: ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ଅନ୍ତିମ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଆୟୋଜନ କରିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩୦ ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା କରିବା ନେଇ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ଜାରି କରିଥିବା ସର୍କୁଲାରକୁ ଠିକ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Google

ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି, ରାଜ୍ୟ ସରକାର କରୋନା ସଙ୍କଟ କାଳରେ ପରୀକ୍ଷା ନ କରିବାର ନିଷ୍ପତ୍ତି ନିଜେ ନେଇ ପାରିବେ ନାହିଁ। ଏହାବ୍ୟତୀତ ରାଜ୍ୟ ସରକାର ୟୁଜିସି ଅନୁମତି ବିନା କୌଣସି ଛାତ୍ରଙ୍କୁ ପ୍ରମୋଟ କରିପାରିବେ ନାହିଁ ।

ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ବରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଯେଉଁ ରାଜ୍ୟରେ କରୋନା ସଙ୍କଟ କାଳରେ ପରୀକ୍ଷା ଦେବାରେ ଅସୁବିଧା ରହିଛି, ସେମାନେ ୟୁଜିସି ପାସରେ ଏହାକୁ ଘୁଞ୍ଚାଇବା ପାଇଁ ଆପ୍ଲିକେସନ୍ ଦେଇପାରିବେ । ଦିଲ୍ଲୀ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ହରିୟାଣା ଏବଂ ମଧ୍ୟପ୍ରଦେଶ ସମେତ କେତେକ ରାଜ୍ୟ ବାର୍ଷିକ ବିଶ୍ଵବିଦ୍ୟାଳୟ ପରୀକ୍ଷା ବାତିଲ କରିଦେଇଛନ୍ତି ।

Google

ସୁପ୍ରିମକୋର୍ଟ ଏହି ମାମଲାରେ ୧୮ ଅଗଷ୍ଟରେ ଶୁଣାଣି ଶେଷ କରିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ । ଶୁଣାଣି ବେଳେ ୟୁଜିସି ବହୁ ରାଜ୍ୟ ସରକାରଙ୍କ ଦ୍ଵାରା ନିଜ ରାଜ୍ୟର ବିଶ୍ଵବିଦ୍ୟାଳୟର ଅନ୍ତିମ ବର୍ଷର ପରୀକ୍ଷାକୁ ରଦ୍ଦ କରିବାର ନିଷ୍ପତ୍ତିକୁ ବିରୋଧ କରିଥିଲେ । ସୁପ୍ରିମକୋର୍ଟ କହିଥିଲେ, ୟୁଜିସି ଏକ ସ୍ଵତନ୍ତ୍ର ସଂସ୍ଥା । ବିଶ୍ଵବିଦ୍ୟାଳୟ ପରୀକ୍ଷାର ଆୟୋଜନ ଦାୟିତ୍ଵ ୟୁଜିସିର ରହିଛି । ତେଣୁ କୌଣସି ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା ଆୟୋଜନ କରାଯାଉ ।

ଶୁଣାଣି ବେଳେ ୟୁଜିସି ଏହା ମଧ୍ୟ କହିଥିଲେ ଯେ ବିନା ପରୀକ୍ଷାରେ ମିଳିଥିବା ଡିଗ୍ରୀ ବୈଧ ନୁହେଁ । ପରୀକ୍ଷାକୁ ନେଇ ନିଷ୍ପତ୍ତି ନେବାର ଅଧିକାର କେବଳ ୟୁଜିସିର ରହିଛି, କାରଣ ୟୁଜିସି ହିଁ ଡିଗ୍ରୀ ଦେଇଥାଏ । ୟୁଜିସି ପକ୍ଷରୁ ସଲିସିଟର୍ ଜେନେରାଲ୍ ତୁଷାର ମେହଟ୍ଟା କହିଥିଲେ, ରାଜ୍ୟ ସରକାର ନୁହନ୍ତି, କେବଳ ବୈଧାନିକ ସଂସ୍ଥାନର ହିଁ ପରୀକ୍ଷା ବାତିଲ କରିବାର କ୍ଷମତା ରହିଛି ।

Be the first to comment

Leave a Reply

Your email address will not be published.


*