ବିବାହିତ ଅଭିନେତାଙ୍କ ସହିତ ସମ୍ପର୍କ ରଖିଥିବା ଏହି ଅଭିନେତ୍ରୀଙ୍କ ଉପରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ୩ ବର୍ଷ ପାଇଁ ବାରଣ ଲଗାଇଥିଲା ! ପତ୍ନୀ କରିଥିଲେ ଗମ୍ଭୀର ଆରୋପ …

ବିବାହିତ ଅଭିନେତାଙ୍କ ସହିତ ସମ୍ପର୍କ ରଖିଥିବା ଏହି ଅଭିନେତ୍ରୀଙ୍କ ଉପରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ୩ ବର୍ଷ ପାଇଁ ବାରଣ ଲଗାଇଥିଲା ! ପତ୍ନୀ କରିଥିଲେ ଗମ୍ଭୀର ଆରୋପ …

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅଧିକାଂଶ ସମୟରେ ଅନୈତିକ ସମ୍ପର୍କ କିମ୍ବା ପ୍ରତ୍ୟାଶିତ ବୈବାହିକ ସମ୍ପର୍କ ଦେଖିବାକୁ ମିଳିଥାଏ । ଅନେକ କଳାକାରମାନେ ଦ୍ଵିତୀୟ ବିବାହ ମଧ୍ୟ କରିଛନ୍ତି । କିନ୍ତୁ ଏହି ସମସ୍ତ ବ୍ୟତିରେକ ଏହିପରି ଏକ ମାମଲା ସାଉଥ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଥିଲା । ଅଭିନେତା ଟୀ. ଦର୍ଶନଙ୍କ ସହିତ ସମ୍ପର୍କ ଥିବା କାରଣ ହେତୁ ଅଭିନେତ୍ରୀ ନିକିତା ଠୁକରାଲଙ୍କୁ ତିନିବର୍ଷ ପର୍ଯ୍ୟନ୍ତ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ବାରଣ କରି ଦିଆଯାଇଥିଲା । ବାସ୍ତବରେ ଦର୍ଶନ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ତାଙ୍କ ପତି ଏବଂ ନିକିତାଙ୍କ ବିରୁଦ୍ଧରେ ଅନେକ ଗମ୍ଭୀର ଆରୋପ ଲଗାଇଥିଲେ । ଏହିପରି କି ନିକିତା ପୋଲିସ୍ ଥାନାରେ ମାମଲା ମଧ୍ୟ ରୁଜୁ କରି ଦେଇଥିଲେ । ତେବେ ଆସନ୍ତୁ ଜାଣିବା କଣ ଥିଲା ଏହି ସମ୍ପୁର୍ଣ୍ଣ ମାମଲା ।

ସାଉଥ୍ ଇଣ୍ଡଷ୍ଟ୍ରି ସହିତ ବଲିଉଡରେ ମଧ୍ୟ ନିଜ ଅଭିନୟ ଏବଂ ସୌନ୍ଦର୍ଯ୍ୟକୁ ନେଇ ପ୍ରଶଂସ୍କ ମାନଙ୍କ ହୃଦୟରେ ରାଜ୍ କରୁଥିବା ନିକିତା ଠୁକରାଲଙ୍କୁ ଏକଦା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରିବାକୁ ବାରଣ କରି ଦିଆଯାଇଥିଲା ।

ସେହି ସମୟରେ ନିକିତାଙ୍କ ନାମରେ ବାରଣ ଲଗାଯାଇଥିଲା, ଯେତେବେଳେ ସେ ନିଜ ‘କ୍ୟାରିୟର୍’ର ଶୀର୍ଷତମ ସ୍ଥାନରେ ଥିଲେ । କିନ୍ତୁ ତାଙ୍କ ନାମ ବିବାହିତ ଅଭିନେତା ଟୀ. ଦର୍ଶନଙ୍କ ସହିତ ଯୋଡ଼ି ହୋଇଥିଲା ।

ଇଣ୍ଡଷ୍ଟ୍ରିରେ ନିକିତା ଏବଂ ଦର୍ଶନଙ୍କ ଅବୈଧ ସମ୍ବନ୍ଧ ବିଷୟରେ ଯେତେବେଳେ ଦର୍ଶନଙ୍କ ପତ୍ନୀ ବିଜୟଲକ୍ଷ୍ମୀ ଜାଣିବାକୁ ପାଇଥିଲେ, ସେହି ସମୟରେ ସେ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଘରୋଇ ହିଂସା ସହିତ ଅନେକ ଗମ୍ଭୀର ଆରୋପ ଲଗାଇ ଥିଲେ ।

ବିଜୟାଙ୍କ ଅଭିଯୋଗ ଏହା ଥିଲା କି, ତାଙ୍କ ସ୍ୱାମୀ ତାଙ୍କୁ ମାରପିଟ କରୁଥିଲେ । ଏଥି ସକାଶେ କନ୍ନଡ଼ ଚଳଚ୍ଚିତ୍ର ପ୍ରଯୋଜକ ସଂଘ ନିକିତାଙ୍କ ଉପରେ ୨୦୧୧ ମସିହା ଡିସେମ୍ବର ମାସ ୧୧ ତାରିଖ ଠାରୁ ଦୀର୍ଘ ତିନିବର୍ଷ ପର୍ଯ୍ୟନ୍ତ ବାରଣାଧିସ ଲଗାଇ ଦେଇଥିଲେ ।

ଯଦିଓ ପରବର୍ତ୍ତୀ ସମୟରେ ଏହାକୁ ହଟାଇ ଦିଆ ଯାଇଥିଲା, କିନ୍ତୁ ନିକିତାଙ୍କ କ୍ୟାରିୟର୍ ବହୁତ ଦୃତ ଗତିରେ ତଳକୁ ଖସି ଯାଇଥିଲା ।

Leave a Reply

Your email address will not be published. Required fields are marked *