ସ୍ୱାମୀ ନିଜ କାମରେ ବାହରେ ରହୁଥିଲେ, ଶ୍ୱଶୁର ତିନି ବର୍ଷ ପର୍ଯ୍ୟନ୍ତ ବୋହୂକୁ ଦୁଷ୍କର୍ମ କରିଆସୁଥିଲା ଏବଂ ପୁଣି…

ସ୍ୱାମୀ ନିଜ କାମରେ ବାହରେ ରହୁଥିଲେ, ଶ୍ୱଶୁର ତିନି ବର୍ଷ ପର୍ଯ୍ୟନ୍ତ ବୋହୂକୁ ଦୁଷ୍କର୍ମ କରିଆସୁଥିଲା ଏବଂ ପୁଣି…

ଘରର ବୋହୂ ଲକ୍ଷ୍ମୀ ସଦୃଶ୍ୟ ହୋଇଥାନ୍ତି । ତାଙ୍କୁ ତାଙ୍କ ଶାଶୁ ଘରେ ସେହିପରି ସମାନ ସମ୍ମାନ ମିଳିବା ଉଚିତ ଯାହା ତାଙ୍କ ମାତା ପିତାଙ୍କ ଘରେ ମିଳୁଥିଲା । କିନ୍ତୁ ବିହାରର ଭାଗଲପୁରରେ ସମ୍ପର୍କକୁ ନେଇ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଯାହା ଶୁଣି ଆପଣଙ୍କୁ ମଧ୍ୟ କ୍ରୋଧ ଆସିଯିବ । ଏଠାରେ ଜଣେ ଶ୍ୱଶୁର ସ୍ୱାମୀଙ୍କ ଅନୁପସ୍ଥିତିରେ ବୋହୂଙ୍କ ଇଜ୍ଜତ ଲୁଟି ନେଇଛନ୍ତି । କେବଳ ଏତିକି ନୁହେଁ ସେ ଏହିପରି ଅମାନବୀୟ କାର୍ଯ୍ୟକଳାପ ନିଜ ବୋହୂ ସହିତ ଗତ ତିନି ବର୍ଷ ଧରି କରି ଆସୁଥିଲା । ଶ୍ୱଶୁରଙ୍କ ଏହିପରି କାର୍ଯ୍ୟକଳାପରେ ବିରକ୍ତିଭାଵ ପ୍ରକାଶ କରି ବୋହୂ ଏହିପରି ଏକ ପଦକ୍ଷେପ ନେଇଥିଲେ ଯେ, ତାଙ୍କ ଶ୍ୱଶୁର ତାଙ୍କୁ ଜୀଵନସାରା ମନେ ରଖିବ । ଆସନ୍ତୁ ଏହି ମାମଲାକୁ ବିସ୍ତାର ଭାବେ ଜାଣିବା ।

ସ୍ୱାମୀଙ୍କ ଅନୁପସ୍ଥିତରେ ଶ୍ୱଶୁର ବୋହୂର ବଳାତ୍କାର କରୁଥିଲା :

Google

ବାସ୍ତବରେ ବିହାରର ଭାଗଲପୁରର ସବୌରରେ ପୀଡିତାଙ୍କ ଶାଶୁଘର ଅଟେ । ତାଙ୍କ ସ୍ୱାମୀ ଉତ୍ତରପ୍ରଦେଶର ଲୌକ୍ଷ୍ନରେ ଏକ ୱେଲଡିଂ ମେସିନ୍ ଚଲାଇବା କାମ କରନ୍ତି । ଏହିପରି ପରିସ୍ଥିତିରେ ସ୍ୱାମୀ ଘରଠାରୁ ଦୂରରେ ଅନ୍ୟ ରାଜ୍ୟରେ ରହୁଥିଲେ, ଯେତେବେଳେ କି ପତ୍ନୀ ତାଙ୍କ ଶାଶୁ ଘରେ ରହୁଥିଲେ । ଏହି ସମୟରେ ଶ୍ୱଶୁରଙ୍କ ମନ ବିଚଳିତ ହୋଇଗକା ଏବଂ ସେ ନିଜ ବୋହୂକୁ ବଳାତ୍କାର କରିବା ଆରମ୍ଭ କରିଦେଇଥିଲା ।

ଏହି କାରଣରୁ ଚୁପ୍ ଥିଲେ ବୋହୂ :

Google

ଶ୍ୱଶୁର ତାଙ୍କ ବୋହୂ ସହିତ ଏହିପରି ଅଶ୍ଲୀଳ କାର୍ଯ୍ୟ କରିବାର ପ୍ରାୟ ତିନି ବର୍ଷ ହୋଇଯାଇଥିଲା । ବୋହୂ ଭୟ ହେତୁ କିଛି କହି ପାରୁନଥିଲେ । ବଳାତ୍କାର ପରେ ଶ୍ୱଶୁର ଧମକ ଦେଉଥିଲେ ଯେ, ଯଦି ସେ ପାଟି ଖୋଲନ୍ତି ତେବେ ସେ ତାଙ୍କୁ ଏବଂ ତାଙ୍କ ପିତୃ ଘର ଲୋକମାନଙ୍କୁ ଗୁଳି ମାରିଦେବେ ।

ଲକ୍ଡ଼ାଉନ୍ ସମୟରେ ସାମ୍ନାକୁ ଆସିଲା ଶ୍ୱଶୁରର ଅଶ୍ଳୀଳ କାର୍ଯ୍ୟକଳାପ :

Google

ନିକଟ ଅତୀତରେ ଯେତେବେଳେ ଲକ୍ଡ଼ାଉନ୍ ହୋଇଥିଲା, ତେବେ ସ୍ୱାମୀ ଉତ୍ତର ପ୍ରଦେଶରୁ ବିହାର ତାଙ୍କ ଘରକୁ ଆସିଥିଲେ । ସ୍ଵାମୀ ଆସିବା ପରେ ପତ୍ନୀ ନିଜ ସହିତ ସ୍ଵାମୀକୁ ମଧ୍ୟ ଦୁଇ ଦିନ ପାଇଁ ନିଜ ବାପା ଘରକୁ ଚାଲିଯାଇଥିଲେ । ସେଠାରେ ତାଙ୍କୁ ଚିନ୍ତିତ ଦେଖି ଏବଂ ତାଙ୍କ କଥା ଉପରେ ସନ୍ଦେହ ହେବା ପରେ ସମସ୍ତେ ଜବରଦସ୍ତ ପଚାରିଥିଲେ । ଏହିପରି ପରିସ୍ଥିତିରେ ବୋହୂ ସମ୍ପୁର୍ଣ୍ଣ ସତ୍ୟକୁ ଉନ୍ମକ୍ତ କରିଥିଲେ ।

ଥାନାରେ ଅଭିଯୋଗ ଦାଖଲ କରିଥିଲେ :

ଘଟଣାର ସୂଚନା ଜଣା ପଡିବା ମାତ୍ରେ ପୀଡିତାଙ୍କ ସ୍ୱାମୀ ଏବଂ ତାଙ୍କ ବାପା ଘର ଲୋକ ତାଙ୍କୁ ମହିଳା ପୋଲିସ ଥାନାକୁ ନେଇ ଯାଇଥିଲେ । ସେଠାରେ ସେ ୫୫ ବର୍ଷୀୟ ଶ୍ୱଶୁରଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ । ଯେତେବେଳେ ଶ୍ୱଶୁରଙ୍କୁ ଏହି ବିଷୟରେ ଖବର ଜଣାପଡିଲା ସେ ଫେରାର ହୋଇଗଲେ । ପୋଲିସ ବର୍ତ୍ତମାନ ଅଭିଯୁକ୍ତ ଶ୍ୱଶୁରଙ୍କୁ ଖୋଜୁଛି । କୁହାଯାଉଛି କି ମହିଳାଙ୍କର ଝିଅ ମଧ୍ୟ ଅଛି ।

Google

ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଅଟେ । ଜଣେ ଶ୍ୱଶୁର ଏବଂ ବୋହୂର ସମ୍ପର୍କ ବାପା-ଝିଅ ପରି ହୋଇଥାଏ । ସେମାନଙ୍କ ମଧ୍ୟରେ ମାନ-ସମ୍ମାନ ଏବଂ ମର୍ଯ୍ୟାଦା ରହିବା ଉଚିତ । କହିରଖୁଛୁ କି ଏହା ପ୍ରଥମ ଥର ନୁହେଁ ଯେତେବେଳେ କୌଣସି ଶ୍ୱଶୁରଙ୍କ ଉଦ୍ଦେଶ୍ୟ ନିଜ ବୋହୂ ପ୍ରତି ଖରାପ ହେବା । ଏହା ପୂର୍ବରୁ ମଧ୍ୟ ଏହିପରି ଅନେକ ଖବର ଆସିଛି । କେବଳ ଶ୍ୱଶୁର ନୁହଁନ୍ତି ବରଂ ଦେଢଶୁର, ଦିଅରଙ୍କ ଦ୍ୱାରା ଘରର ବୋହୂ ସହିତ ଜବରଦସ୍ତ ପରି ମାମଲା ମଧ୍ୟ ସାମ୍ନାକୁ ଆସିଥାଏ । ବଳାତ୍କାର ମାମଲାରେ ଏହା ଦେଖାଯାଇଛି ଯେ, ଅଧିକାଂଶ ମାମଲାରେ କେବଳ ଅଭିଯୁକ୍ତ ପୀଡିତାଙ୍କ ଜଣଶୁଣା ହିଁ କେହି ହୋଇଥାନ୍ତି ।

ଏହିପରି ଘଟଣା ଗୁଡିକୁ ରୋକିବା ପାଇଁ ଆମେ ପିଲାଦିନରୁ ହିଁ ଘରେ ପିଲା ଏବଂ ବୟସ୍କମାନଙ୍କୁ ଭଲ ଶିକ୍ଷା ଦେବା ଉଚିତ । ଯେତେବେଳେ ପର୍ଯ୍ୟନ୍ତ ଲୋକଙ୍କ ମାନସିକତା ବଦଳିବ ନାହିଁ, ସେତେ ଦିନ ପର୍ଯ୍ୟନ୍ତ ଏହିପରି ଘଟଣା ସାମ୍ନାକୁ ଆସୁଥିବ । ଏମିତିରେ ଏହି ମାମଲାରେ ଆପଣଙ୍କୁ କଣ କହିବାର ଅଛି ।

Leave a Reply

Your email address will not be published. Required fields are marked *