ଯୌତୁକରେ ପିତା ଦେଲା ଗାଡ଼ି, ଯୁବତୀ ବ୍ୟାଙ୍କରେ କରୁଥିଲେ ଚାକିରୀ ! କିନ୍ତୁ ଶାଶୁଘର ଲୋକେ ବିବାହିତା ବହୂ ସହିତ କରିଲେ ଏହିପରି…

ଯୌତୁକରେ ପିତା ଦେଲା ଗାଡ଼ି, ଯୁବତୀ ବ୍ୟାଙ୍କରେ କରୁଥିଲେ ଚାକିରୀ ! କିନ୍ତୁ ଶାଶୁଘର ଲୋକେ ବିବାହିତା ବହୂ ସହିତ କରିଲେ ଏହିପରି…

କୁହାଯାଏ ଯେ ଲୋଭର କୌଣସି ସୀମା ନଥାଏ । ଯେଉଁ ବ୍ୟକ୍ତି ଲୋଭୀ ହୋଇଥାଏ ତାକୁ ଯେତିକି ମିଳିଲେ ମଧ୍ୟ ତାହା କମ୍ ଲାଗେ । ଯୌତୁକ ଲୋଭୀ ମାନଙ୍କ ଏହି ଅବସ୍ଥା ଥାଏ । ତାଙ୍କୁ କେବଳ ବୋହୂର ଟଙ୍କା ଓ ଧନ ସମ୍ପତ୍ତି ନଜର ଆସେ । କିଛି ଲୋକ ଯୌତୁକ ଲୋଭରେ ଏତେ ତଳକୁ ଖସି ଯାଆନ୍ତି ଯେ ବୋହୂଙ୍କ ସହିତ ଅତ୍ୟାଚାରରୁ ଆରମ୍ଭ କରି ତାହାର ହତ୍ୟା ମଧ୍ୟ କରିଦିଅନ୍ତି । ବର୍ତ୍ତମାନ ହରିୟାଣାର ଗୁରୁଗ୍ରାମର ଏହି ଘଟଣାକୁ ଲକ୍ଷ୍ୟ କରନ୍ତୁ ।

ଏଠାରେ ଜଣେ ପିତା ନିଜ ଝିଅର ବିବାହ ଖୁବ୍ ଧୁମଧାମର ସହିତ କଲେ । ଯୌତୁକରେ ନିଜ ଜ୍ଵାଇଁକୁ ସବୁକିଛି ଦେଲେ । ଏତିକିନୁହେଁ ତାକୁ ‘କ୍ରେଟା’ ଗାଡ଼ି ମଧ୍ୟ ଦେଲେ । କିନ୍ତୁ ଏହା ସତ୍ତ୍ୱେ ଶାଶୁଘର ଲୋକେ ନିଜ ବୋହୂକୁ ବିବାହର ଏକ ବର୍ଷ ମଧ୍ୟରେ ଯୌତୁକ ପାଇଁ ହତ୍ୟା କରିଦେଲେ । ବର୍ତ୍ତମାନ ଅସହାୟ ପିତା ନିଜ ଝିଅର ହତ୍ୟାକାରୀ ମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଆବେଦନ ଓ ଗୁହାରୀ କରୁଛନ୍ତି ।

ବାସ୍ତବରେ ଗୁରୁଗ୍ରାମର ବିଳାସପୁର ଥାନା କ୍ଷେତ୍ରରେ ୨୬ ବର୍ଷୀୟ ତନୁଜା ନିଜ ଶାଶୁଘରେ ସନ୍ଦିଗ୍ଧ ଅବସ୍ଥାରେ ମୃତ ଭାବେ ଉଦ୍ଧାର ହେଲେ । ଏମିତିରେ ପୀଡ଼ିତାଙ୍କ ପିତା ଥାନାକୁ ଯାଇ ପହଞ୍ଚିଲେ ଏବଂ ଝିଅର ଶାଶୁଘର ଲୋକଙ୍କ ବିରୁଦ୍ଧରେ ହତ୍ୟାର ମାମଲା ରୁଜୁ କରିଦେଲେ । ପିତାଙ୍କ ଅନୁଯାୟୀ ଏହି ଯୌତୁକ ଲୋଭୀ ଶାଶୁଘର ଲୋକଙ୍କୁ ଫାଶୀଦାଣ୍ଡ ଦିଆଯାଉ । ସେପଟେ ପୋଲିସ୍ ଯେତେବେଳେ ମୃତକଙ୍କ ପୋଷ୍ଟମର୍ଟମ୍ କଲେ ସେତେବେଳେ ଜଣାପଡ଼ିଲା ଯେ ତାଙ୍କ ମୃତ୍ୟୁ ବିଷାକ୍ତ ପଦାର୍ଥ ଖାଇବା ଯୋଗୁଁ ଘଟିଛି ।

ମୃତ୍ୟୁ ବରଣ କରିଥିବା ତନୁଜା ଦଶ ମାସ ପୂର୍ବରୁ ସନ୍ଦୀପ୍ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ୨୦ ମେ’ ୨୦୨୦କୁ ଲକଡାଉନରେ ହୋଇଥିବା ଏହି ବିବାହ ସୀମିତ ଲୋକଙ୍କ ମଧ୍ୟରେ ରୀତିନୀତି ପରମ୍ପରାରେ ବିବାହ ସମ୍ପନ୍ନ ହୋଇଥିଲା । ତନୁଜା ସନ୍ଦୀପଙ୍କୁ ଭଲ ପାଉଥିଲେ । ଏହିପରି ସ୍ଥଳରେ ମାତା-ପିତା ଝିଅର ଖୁସି ପାଇଁ ଝିଅର ବିବାହ ଝିଅର ମନପସନ୍ଦ ବରପାତ୍ର ସହିତ କରିଦେଲେ । ଯଦିଓ ବାହାଘର ପରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ସହ୍ୟ କରିବାକୁ ପଡ଼ିଲା । ଶାଶୁଘର ଲୋକେ ଯୌତୁକ ପାଇଁ ଦାବି କରିଲେ । ଯେତେବେଳେ ତନୁଜା ଏହାକୁ ବିରୋଧ କଲେ ସେତେବେଳେ ତାକୁ ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ ।

ତନୁଜା ଯୌତୁକକୁ ନେଇ ପ୍ରତିଦିନ ନିର୍ଯ୍ୟାତନା ଭୋଗିବାକୁ ପଡ଼ୁଥିଲା । କିନ୍ତୁ ଝିଅ ନିଜ ମାତା-ପିତାର ସମ୍ମାନ ରକ୍ଷା କରିବା ପାଇଁ ସବୁକିଛି ସହ୍ୟ କରୁଥିଲା । ତନୁଜାଙ୍କ, ପିତାଙ୍କ ଅଭିଯୋଗ ଅନୁସାରେ ତା’ର ଶାଶୁଘର ଲୋକେ ତାକୁ ଲଗାତାର ଦୁଃଖ ଦେଲେ । ପରେ ଦିନେ ହତ୍ୟାକାରୀମାନେ ମୋ ଝିଅକୁ ଜୀବନରୁ ମାରିଦେଲେ ।

ଏହା ଏକ ବହୁତ ଲଜ୍ଜା ଜନକ ବିଷୟ ଯେ ଦେଶରେ ଆଜି ମଧ୍ୟ ଯୌତୁକକୁ ନେଇ ମୃତ୍ୟୁ ଘଟଣା ଗୁଡ଼ିକ ସାମ୍ନାକୁ ଆସୁଅଛି । ସରକାର ଯୌତୁକ ବିରୁଦ୍ଧରେ କଠୋର ଆଇନ୍ ପ୍ରଣୟନ କରିଛନ୍ତି କିନ୍ତୁ ଏହା ସତ୍ତ୍ୱେ ଲୋକମାନେ ଏହାର ଲୋଭ ଛାଡ଼ୁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *