ଛାଡ଼ପତ୍ର ପରେ ବଦଳିଗଲା ଏହି ୫ ଅଭିନେତ୍ରୀଙ୍କ ଭାଗ୍ୟ ! ସ୍ୱାମୀଙ୍କ ଠାରୁ ଅଲଗା ହୋଇ ବନାଇ ପାରିଥିଲେ ଏକ ବଡ଼ କ୍ୟାରିୟର ।

ଛାଡ଼ପତ୍ର ପରେ ବଦଳିଗଲା ଏହି ୫ ଅଭିନେତ୍ରୀଙ୍କ ଭାଗ୍ୟ ! ସ୍ୱାମୀଙ୍କ ଠାରୁ ଅଲଗା ହୋଇ ବନାଇ ପାରିଥିଲେ ଏକ ବଡ଼ କ୍ୟାରିୟର ।

ଚଳଚିତ୍ର ଦୁନିଆରେ ଅଭିନେତା ହେଉ ଅବା ଅଭିନେତ୍ରୀଙ୍କ ଛାଡପତ୍ର କିଛି ନୂଆ କଥା ନୁହେଁ । ଏପରି ଅନେକ ଅଭିନେତ୍ରୀ ରହିଛି, ଯେଉଁମାନେ ବିବାହର ଅଳ୍ପ ଦିନ ପରେ ଛାଡପତ୍ର ଦେଇ ପରସ୍ପର ଠାରୁ ଭିନ୍ନ ହୋଇ ଅନ୍ୟ କାହାରିକୁ ନିଜ ଜୀବନ ସାଥି ରୂପେ ବାଛି ନେଇଛନ୍ତି । କିନ୍ତୁ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କେତେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଛାଡପତ୍ର ନେବା ପରେ ସେମାନଙ୍କ ଜୀବନ ସଂପୂର୍ଣ୍ଣ ରୂପେ ବଦଳି ଯାଇଛି । ତେବେ ଆସନ୍ତୁ ଜାଣିବା ସେହିପରି କେତେକ ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ଛାଡପତ୍ର ନେବା ପରେ ସେମାନଙ୍କ ଜୀବନ ସଂପୂର୍ଣ୍ଣ ରୂପେ ବଦଳି ଯାଇଛି :

ମାହି ଗିଲ୍

google

ବଲିଉଡ଼ ଅଭିନେତ୍ରୀ ମାହି ଗିଲ୍ ଯେତେବେଳେ ୧୮ ବର୍ଷ ବୟସର ଥିଲେ ସେତେବେଳେ ସେ ବିବାହ କରିନେଇଥିଲେ । ଯଦିଓ ବିବାହ ଅଧିକ ଦିନ ଚାଲିପାରିନଥିଲା ଏବଂ କିନ୍ତୁ ତିନି ବର୍ଷ ପରେ ଦୁହିଁଙ୍କ ଛାଡ଼ପତ୍ର ହୋଇଗଲା । ଛାଡ଼ପତ୍ର ପରେ ମାହୀଙ୍କ ଭାଗ୍ୟ ବଦଳିଗଲା । ଛାଡ଼ପତ୍ର ପରେ ସେ ଦେବ ଡ଼ି, ଗୁଲାଲ, ସାହେବ ବିବି ଓ ଗେଙ୍ଗଷ୍ଟର, ପାନ୍ ସିଂହ ତୋମାର ଭଳି ଚଳଚ୍ଚିତ୍ରରେ ଅଭିନୟ କଲେ । କେବଳ ମାହି ଗିଲ୍ ନୁହଁନ୍ତି ଆହୁରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଛାଡ଼ପତ୍ର ପରେ ତାଙ୍କ କ୍ୟାରିୟର ବହୁତ ଭଲ ହୋଇଥିଲା ।

କଲ୍କି କୋଚଲୀନ୍

google

କଲ୍କି କୋଚଲୀନ୍ ଅନୁରାଗ କଶ୍ୟପଙ୍କ ଚଳଚ୍ଚିତ୍ର ‘ଦେବ ଡ଼ି’ରୁ ବଲିଉଡ଼ରେ ଆଗମନ କରିଥିଲେ । ଏହି ଚଳଚ୍ଚିତ୍ର ପରେ ଦୁହିଁଙ୍କ ଅଫେୟାର ଆରମ୍ଭ ହୋଇଯାଇଥିଲା ଏବଂ ଦୁହେଁ ବିବାହ କରି ନେଇଥିଲେ । ଯଦିଓ ୨୦୧୧ ମସିହାରେ ଦୁଇଜଣଙ୍କ ଛାଡ଼ପତ୍ର ହୋଇଯାଇଥିଲା । କଲ୍କି ସୈତାନ, ଜିନ୍ଦଗୀ ନା ମିଲେଗି ଦୋବାରା, ମାର୍ଗରିଟା ବିଦ ଏ ଷ୍ଟ୍ର, ୟେ ଜବାନୀ ହେ ଦିୱାନୀ ଭଳି ଚଳଚ୍ଚିତ୍ର ଛାଡ଼ପତ୍ର ପରେ କରିଥିଲେ ।

ଚିତ୍ରାଙ୍ଗଦା

google

ସୁଧୀର ମିଶ୍ରାଙ୍କ ଚଳଚ୍ଚିତ୍ର ‘ହଜାର ଖୁଆଇସେ ଏସି’ରୁ ବଲିଉଡ଼ରେ ଡେବ୍ୟୁ କରିଥିବା ଚିତ୍ରାଙ୍ଗଦା ସିଂହ ୨୦୦୧ ମସିହାରେ ଗୋଲଫର ଜ୍ୟୋତି ରନ୍ଧାବାଙ୍କ ସହିତ ବିବାହ କରିଥିଲେ । ବିବାହ ପରେ ସେମାନେ କିଛି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ କିନ୍ତୁ ଏହା ବିଶେଷ କିଛି କରିପାରିଲା ନାହିଁ । ପରେ ୨୦୧୪ ମସିହାରେ ତାଙ୍କ ଛାଡ଼ପତ୍ର ହୋଇଗଲା । ଛାଡ଼ପତ୍ର ପରେ ତାଙ୍କ କ୍ୟାରିୟର ଗ୍ରାଫ ବଢିବାକୁ ଲାଗିଲା ।

ମଲ୍ଲିକା ଶେରାୱତ୍

google

ମଲ୍ଲିକା ଶେରାୱତ୍ ବଲିଉଡ଼ରେ ଆସିବାକୁ ପୂର୍ବରୁ କରନ୍ ସିଂହ ଗିଲ୍ ନାମକ ଏକ ପାଇଲଟ ସହିତ ବିବାହ କରିଥିଲେ । କୁହାଯାଏ ଯେ କରନଙ୍କ ତରଫରୁ ମଲ୍ଲିକାଙ୍କୁ ଅଭିନୟ କରିବା ପାଇଁ ମନା କରାଯାଉଥିଲା । କରନଙ୍କ ସହିତ ଛାଡ଼ପତ୍ର ନେବା ପରେ ହିଁ ମଲ୍ଲିକା ଚଳଚ୍ଚିତ୍ରରେ ଆଗମନ କରିଥିଲେ ଏବଂ ମର୍ଡର ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେଇଥିଲେ ।

ରାକ୍ଷୀ

google

ନିଜ ସମୟର ପ୍ରସିଦ୍ଧ ଅଭିନେତ୍ରୀ ରାକ୍ଷୀ ୧୯୭୩ ମସିହାରେ ଗୀତକାର ଗୁଲଜାରଙ୍କ ସହିତ ବିବାହ କରିଥିଲେ । କିଛି ବର୍ଷ ପରେ ଦୁହିଁଙ୍କ ଛାଡ଼ପତ୍ର ହୋଇଗଲା । ଯଦିଓ ଛାଡ଼ପତ୍ର ପରେ ରାକ୍ଷୀ ଅନେକ ହିଟ୍ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିଥିଲେ ।

Leave a Reply

Your email address will not be published. Required fields are marked *