କନ୍ୟାଙ୍କ ଓଢଣୀ କାଢ଼ିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ! ତେବେ କ’ଣ ପାଇଁ ଜାଣନ୍ତୁ…

କନ୍ୟାଙ୍କ ଓଢଣୀ କାଢ଼ିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ! ତେବେ କ’ଣ ପାଇଁ ଜାଣନ୍ତୁ…

ଉତ୍ତରପ୍ରଦେଶ ରାଜ୍ୟରେ ଜଣେ ପ୍ରେମିକ ଝିଅ ଭେଷ ହୋଇ ପ୍ରେମିକାଙ୍କ ଘରେ ପହଞ୍ଚି ଯାଇଥିଲେ । ପ୍ରେମିକ ଜଣକ ଭାବିଥିଲେ କି ଏହିପରି କରିବା ଦ୍ୱାରା ତାଙ୍କୁ ଦେଖି ତାଙ୍କ ବାନ୍ଧବୀ ଖୁସି ହୋଇଯିବେ ଏବଂ ତାଙ୍କୁ କେହି ସନ୍ଦେହ ମଧ୍ୟ କରିବେ ନାହିଁ । କିନ୍ତୁ ଝିଅର ପରିବାର ସଦସ୍ୟମାନେ ଏହି ଛଦ୍ମ ଭେଷ କଥା ଜାଣିବାକୁ ପାଇଥିଲେ ଏବଂ ଏହାପରେ ଏହିପରି କିଛି ହୋଇଥିଲା ଯାହା କି ପ୍ରେମିକ କେବେ ମଧ୍ୟ କଳ୍ପନା କରି ନଥିବେ । ଏହି ମାମଲା ଉତ୍ତରପ୍ରଦେଶ ରାଜ୍ୟର ଭଦୋହୀ ଜିଲ୍ଲାର ଅଟେ ।

ଜଣେ ଯୁବକ ଦୀର୍ଘ ଦିନ ଧରି ତାଙ୍କ ବାନ୍ଧବୀଙ୍କୁ ଭେଟି ପାରୁ ନଥିଲେ । ଏହିଭଳି ପରିସ୍ଥିତିରେ ଯୁବକ ଜଣକ ଭାବିଥିଲେ କି ସେ ନିଜେ ତାଙ୍କ ବାନ୍ଧବୀଙ୍କ ଘରକୁ ଯାଇଥିଲେ ଭଲ ହୁଅନ୍ତା । ଯଦିଓ ଝିଅଟି ତାଙ୍କ ପରିବାର ସହିତ ରୁହନ୍ତି । ଏହିପରି ପରିସ୍ଥିତିରେ ବାନ୍ଧବୀଙ୍କୁ ଭେଟିବା ଟିକେ କଷ୍ଟସାଧ୍ୟ ମଧ୍ୟ ଥିଲା । କିନ୍ତୁ ପ୍ରେମିକ ଜଣକ ଏହି ସମସ୍ୟାର ମଧ୍ୟ ସମାଧାନ କରିଥିଲେ ଏବଂ ଏକ ଶାଢ଼ୀ ପିନ୍ଧି ଜଣେ କନ୍ୟା ପରି ନିଜକୁ ପ୍ରସ୍ତୁତ କରିଥିଲେ ।

କନ୍ୟା ପରି ଛଦ୍ମଭେଷରେ ସେ ତାଙ୍କ ପ୍ରେମିକାଙ୍କ ଘରେ ମଙ୍ଗଳବାର ଦିନ ପହଞ୍ଚିଥିଲେ । ବାନ୍ଧବୀଙ୍କ ପରିବାର ସଦସ୍ୟଙ୍କୁ ଭେଟି କହିଥିଲେ କି, ସେ ତାଙ୍କ ଝିଅଙ୍କ ବନ୍ଧୁ ଅଟେ ଏବଂ ନିକଟ ଅତୀତରେ ତାଙ୍କର ବିବାହ ହୋଇଛି । ଯେଉଁଥି ପାଇଁ ସେ ଓଢଣା ଦେଇଛନ୍ତି । ବାନ୍ଧବୀଙ୍କ ପରିବାର ସଦସ୍ୟମାନେ ଏହି କଥାକୁ ବିଶ୍ୱାସ କରି ଦେଇଥିଲେ ଏବଂ ଘର ଭିତରକୁ ଆସିବାକୁ ଅନୁମତି ଦେଇଥିଲେ ।

କିନ୍ତୁ କନ୍ୟାଙ୍କ କାର୍ଯ୍ୟକଳାପ ଦେଖି ଝିଅର ପରିବାର ସଦସ୍ୟ ତାଙ୍କୁ ସନ୍ଦେହ କରିବାକୁ ଆରମ୍ଭ କରିଥିଲେ । ସେମାନେ ଛଦ୍ମଭେଷୀ କନ୍ୟାଙ୍କୁ ଓଢଣୀ ହଟାଇବାକୁ କହିଥିଲେ । କିନ୍ତୁ ପ୍ରେମିକ ଜଣକ ଦ୍ୱିଧାବୋଧ କରିବାକୁ ଆରମ୍ଭ କରିଥିଲା ଏବଂ କହିଥିଲା କି ସେ ଏହିପରି କରିପାରିବ ନାହିଁ । ତାଙ୍କର ଏହାପରି କାର୍ଯ୍ୟକଳାପ ହେତୁ ସନ୍ଦେହ ଆହୁରି ବଢି ବାକୁ ଲାଗିଥିଲା ଏବଂ ପରିବାର ସଦସ୍ୟମାନେ ନ ପଚାରି ତାଙ୍କ ଓଢଣୀ ଉଠାଇ ଦେଇ ଥିଲେ । ଓଢଣୀ ଭିତରେ ପୁଅକୁ ଦେଖି ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଇତି ମଧ୍ୟରେ ଏହି ଖବର ସମଗ୍ର ଅଞ୍ଚଳରେ ଵ୍ୟାପି ଯାଇଥିଲା ଏବଂ ଦେଖୁ ଦେଖୁ ଘରେ ସାମ୍ନାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବାରେ ଲାଗିଥିଲା ।

କନ୍ୟା ଭେଷରେ ଆସିଥିବା ପ୍ରେମିକଙ୍କୁ ସେଠାକାର ଆଖପାଖ ଲୋକ ଘେରି ରହିଥିଲେ ଏବଂ ତାଙ୍କ ଓଢ଼ଣାକୁ ଜବରଦସ୍ତ ହଟାଇବାକୁ ଲାଗିଲେ । ପ୍ରେମିକ ଜଣକ ନିଜ ମୁହଁ ଲୁଚାଇବାକୁ ବହୁତ ଚେଷ୍ଟା କରିଥିଲା କିନ୍ତୁ ଓଢଣା କାଢି ଦିଆଗଲା । କେବଳ ଏତିକି ନୁହେଁ ତାଙ୍କ ଫୋନ୍ ମଧ୍ୟ ଛଡ଼ାଇ ନିଆ ଯାଇଥିଲା ଏବଂ ତାଙ୍କୁ ଚାପୁଡ଼ା ମରା ଯାଇଥିଲା । ତେବେ କ୍ରୋଧରେ ଆସି ପ୍ରେମିକ ଜଣକ ତାଙ୍କ ଫୋନକୁ ଛଡ଼ାଇ ନେଇଥିଲେ ।

ଭିଡିଓ କରିଥିଲେ

ଏହି ସମୟରେ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଏହି ସମଗ୍ର ଘଟଣାର ଏକ ଭିଡିଓକୁ ନିଜ କ୍ୟାମେରାରେ କଏଦ୍ କରିଥିଲେ । ଯାହା ବର୍ତ୍ତମାନ ଭାଇରାଲ୍ ହେଉଛି । ଏହି ଭିଡିଓରେ ପ୍ରେମିକ ଜଣକ ଏକ ଲାଲ୍ ରଙ୍ଗ ଶାଢୀରେ ନଜର ଆସିଛନ୍ତି । ଯାହା ଦ୍ୱାରା କି ଏହାକୁ କେହି ସନ୍ଦେହ କରିବେ ନାହିଁ । ଏଥିପାଇଁ ପ୍ରେମିକ ଜଣକ ଝିଅର ଚପଲ ପିନ୍ଧି ଥିଲେ ଏବଂ ଏକ ଲାଲ୍ ରଙ୍ଗର ବ୍ୟାଗ୍ ସାଙ୍ଗରେ ନେଇଥିଲେ । ଏହା ସହିତ ବେକରେ ଭାରୀ ଅଳଙ୍କାର ମଧ୍ୟ ପିନ୍ଧିଥିଲେ । ତାଙ୍କୁ ଧରିବା ପରେ ଝିଅର ପରିବାର ସଦସ୍ୟମାନେ ତାଙ୍କ ପିତାଙ୍କ ନାମ ଏବଂ ଗାଁ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ସେଠାରୁ ପଳାଇ ଯାଇଥିଲେ । ବାସ୍ତବରେ ପ୍ରେମିକ ଜଣକ ତାଙ୍କ ଜଣେ ସାଙ୍ଗ ସହିତ ଏକ ବାଇକ୍ ଯୋଗେ ଆସିଥିଲେ । ଯେତେବେଳେ ସେଠାରେ ଏକ କୋଳାହଳ ପରିସ୍ଥିତି ସୃଷ୍ଟି ହୋଇଥିଲା, ସେ ତାଙ୍କ ସାଙ୍ଗଙ୍କ ନିକଟକୁ ଦୌଡ଼ି ପଳାଇ ଥିଲେ ଏବଂ ବାଇକ୍ ଦ୍ୱାରା ସେ ସେହି ସ୍ଥାନରୁ ଚମ୍ପଟ୍ ମାରିଥିଲେ ।

ଅଭିଯୋଗ ଦାଖଲ କରାଯାଇ ନାହିଁ

ଲୋକଲଜ୍ଜ୍ୟା ଭୟ ହେତୁ ଝିଅର ପରିବାର ସଦସ୍ୟମାନେ ବର୍ତ୍ତମାନ ସୁଦ୍ଧା ପ୍ରେମିକଙ୍କ ବିରୋଧରେ କୌଣସି ଅଭିଯୋଗ ଦାଖଲ କରି ନାହାଁନ୍ତି । କିନ୍ତୁ ଏହି ଘଟଣାର ଭିଡିଓ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *