ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆଧ୍ୟାତ୍ମିକ ଗୁରୁଙ୍କ ଏଣ୍ଟ୍ରି ! କହିଲେ ରିୟା ଏହି ଅଭିନେତାଙ୍କୁ ଚିକିତ୍ସା ମୋ ଠାରେ କରାଇଥିଲେ ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆଧ୍ୟାତ୍ମିକ ଗୁରୁଙ୍କ ଏଣ୍ଟ୍ରି ! କହିଲେ ରିୟା ଏହି ଅଭିନେତାଙ୍କୁ ଚିକିତ୍ସା ମୋ ଠାରେ କରାଇଥିଲେ ।

ମୋହନ ସଦାଶିବ ଯୋଶୀଙ୍କ କହିବାନୁସାରେ, ରିୟା ଚକ୍ରବର୍ତ୍ତୀଙ୍କ ତାଙ୍କ ନିକଟକୁ ଗତ ବର୍ଷ ନଭେମ୍ବରରେ ସୁଶାନ୍ତଙ୍କ ସହ ଆସିଥିଲେ ।

ସୁଶାନ୍ତ ସିଂଙ୍କର ମୃତ୍ୟୁ ମାମଲାକୁ ନେଇ ଦିନକୁ ଦିନ ନୂଆ ନୂଆ ଘଟଣାର ପର୍ଦାଫାଶ ହେଉଛି । ଏମିତି କିଛି କଥା ସାମ୍ନାକୁ ଆସିଛି । ଯେଉଁଥିରେ ନିଜକୁ ଆଧ୍ୟାତ୍ମିକ ଗୁରୁ କହୁଥିବା ସଦାଶିବ ଯୋଶୀ ସମ୍ମୁଖକୁ ଆସି ନିଜର ପରିଚୟ ଦେଇ କହିଛନ୍ତି ଯେ, ରିୟା ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଚିକିତ୍ସା ପାଇଁ ତାଙ୍କ ସହ ଯୋଗାଯୋଗ କରିଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ସଦାଶିବ ହେଉଛନ୍ତି ଜଣେ ଆଧ୍ୟାତ୍ମିକ ଗୁରୁ ଯିଏକି ଥାନେ ଅଞ୍ଚଳର ବାସିନ୍ଦା ଅଟନ୍ତି ।

Google

ଟାଇମ୍ସ ନାଓ ରିପୋର୍ଟ ଅନୁସାରେ, ସଦାଶିବ ଯୋଶୀ କହୁଛନ୍ତି ଯେ ବିଗତ ବର୍ଷ ନଭେମ୍ବର ମାସ ୨୨/୨୩ ତାରିଖରେ ସୁଶାନ୍ତ ଓ ରିୟା ତାଙ୍କ ପାଖକୁ ସୁଶାନ୍ତଙ୍କର ଚିକତ୍ସା ପାଇଁ ଆସିଥିଲେ ଓ ସେ ସୁଶାନ୍ତଙ୍କ ଚିକିତ୍ସା କରାଇଥିଲେ ପରେ ସୁଶାନ୍ତ ମଧ୍ୟ ଭଲ ହୋଇଯାଇଥିଲେ । କେବଳ ଏତିକି ନୁହେଁ ସେ ନିଜ ବିବୃତ୍ତିରେ ଏହା ମଧ୍ୟ କହିଛନ୍ତି ଯେ ତା’ପରଦିନ ସେ ସୁଶାନ୍ତ ଓ ରିୟାଙ୍କ ସହିତ ଭୋଜନ ମଧ୍ୟ କରିଥିଲେ ଓ ରିୟା ତାଙ୍କୁ ସୁଶାନ୍ତଙ୍କ ଚିକିତ୍ସା ପାଇଁ କହିଥିଲେ ଓ ସେ ଏହା ମଧ୍ୟ କହିଥିଲେ ସୁଶାନ୍ତ ବହୁତ ଡିପ୍ରେସନରେ ରହୁଛନ୍ତି ।

ସଦାଶିବ କହିଥିଲେ, ସେ କେବଳ ସୁଶାନ୍ତ ନୁହେଁ ବରଂ ଧିରୁଭାଇ ଅମ୍ବାନୀ ଓ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଚିକିତ୍ସା କରାଇଛନ୍ତି । ସେ କହିଛନ୍ତି ତାଙ୍କ ଚିକିତ୍ସା ଦ୍ୱାରା ସୁଶାନ୍ତ ୯୦ ପ୍ରତିଶତ ସୁସ୍ଥ ହୋଇଯାଇଥିଲେ ।

Google

ଏହାପୂର୍ବରୁ ଏକ ଘଟଣା ସାମ୍ନାକୁ ଆସିଥିଲା, ଯେଉଁଥିରେ ରିୟା ସୁଶାନ୍ତଙ୍କ ଉପରେ କଳାଯାଦୁ କରୁଥିଲେ । ଜଣେ ତାନ୍ତ୍ରିକ ସୁଶାନ୍ତଙ୍କ ଘରକୁ ବାରମ୍ବାର ଆସୁଥିଲା ବୋଲି ପୂର୍ବରୁ କୁହାଯାଉଥିଲା ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ସୁଶାନ୍ତଙ୍କ ମୃତ୍ୟୁର ମାମଲାରେ ପ୍ରତିଦିନ ନୂଆ ଘଟଣା ସାମ୍ନାକୁ ଆସୁଛି । ବର୍ତ୍ତମାନ ଅଭିନେତାଙ୍କ ମୃତ୍ୟୁ ମାମଲାରେ CBI ଯାଞ୍ଚ କରୁଛି ବୋଲି ତଥ୍ୟ ସାମ୍ନାକୁ ଆସୁଛି । ଏହାପୂର୍ବରୁ ED ମଧ୍ୟ ଟଙ୍କା ସମ୍ବନ୍ଧୀୟ ସୂଚନା ପାଇଁ ରିୟା ଓ ତାଙ୍କ ପରିବାରକୁ ପଚରା ଉଚରା କରିସାରିଛି ।

Leave a Reply

Your email address will not be published. Required fields are marked *