ଟୀକା ନେବା ସତ୍ତ୍ୱେ ମଧ୍ୟ ୩୦ ଦିନରେ ଦୁଇଥର ସଂକ୍ରମିତ ହେଲେ ବ୍ୟକ୍ତି ଜଣକ ! ବୈଜ୍ଞାନିକମାନେ ରୂପ ବଦଳଉଛି କରୋନାର ଡେଲ୍‌ଟା ଭାରିଏଣ୍ଟ !

ଟୀକା ନେବା ସତ୍ତ୍ୱେ ମଧ୍ୟ ୩୦ ଦିନରେ ଦୁଇଥର ସଂକ୍ରମିତ ହେଲେ ବ୍ୟକ୍ତି ଜଣକ ! ବୈଜ୍ଞାନିକମାନେ ରୂପ ବଦଳଉଛି କରୋନାର ଡେଲ୍‌ଟା ଭାରିଏଣ୍ଟ !

ମହାମାରୀ କରୋନା ପ୍ରକୋପରୁ ରକ୍ଷା ପାଇବା ପାଇଁ ସରକାର ସ୍ତରରେ ନାନାଦି ଚେଷ୍ଟା କରୁଛନ୍ତି ଏବଂ ଟୀକାକରଣକୁ ମଧ୍ୟ ବିଶେଷ ଗୁରୁତ୍ଵାରୋପ ଦିଆଯାଉଛି । କରୋନା ସଂକ୍ରମଣ ହେବା ପରେ ଜଣେ ବ୍ୟକ୍ତି ପ୍ରାୟତଃ ୩ ମାସ ପର୍ଯ୍ୟନ୍ତ ଦ୍ଵିତୀୟ ଥର ସଂକ୍ରମିତ ହୋଇନଥାନ୍ତି । ଡାକ୍ତରଙ୍କ ମତରେ କରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ଭୂତାଣୁ ସହ ଲଢ଼ିବା ପାଇଁ ଆବଶ୍ୟକୀୟ ଆଣ୍ଟିବଡି ବିକଶିତ ହୋଇଥାଏ । କିନ୍ତୁ ଅହମଦାବାଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି କେବଳ ୩୦ ଦିନରେ ଦୁଇଥର ସଂକ୍ରମଣ ହୋଇଛନ୍ତି । ଏହିପରି ବ୍ୟତିକ୍ରମ ହେବାର କାରଣ ଜାଣିବା ପାଇଁ ଗୁଜୁରାଟର ବୈଜ୍ଞାନିକମାନେ ଏକ ଗବେଷଣା ମଧ୍ୟ କରିଛନ୍ତି । ଗବେଷଣାରୁ ମିଳିଥିବା ତଥ୍ୟ ସମ୍ପର୍କରେ ଜାଣିବା ପୂର୍ବରୁ କମ୍‌ ଦିନରେ ଦୁଇ ଥର କରୋନା ସଂକ୍ରମଣ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜାଣିବା ଜରୁରୀ ।

ଅହମଦାବାଦରେ ମୁଖ୍ୟ ଫାୟାର ଅଫିସର ଭାବେ କାର୍ଯ୍ୟ କରୁଥିବା ରାଜେଶ ଭଟ୍ଟ କରୋନାର ଦ୍ଵିତୀୟ ଲହରରେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେତେବେଳେ ସେ ଗୁରୁତର ହୋଇନଥିଲେ । ଘରେ କ୍ଵାରେଣ୍ଟାଇନ୍‌ରେ ରହି ସୁସ୍ଥ ହୋଇଥିଲେ । କିନ୍ତୁ ଗୋଟିଏ ମାସ ପରେ ପୁଣି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ରାଜେଶ । ପୂର୍ବାପେକ୍ଷା ରାଜେଶଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ୧୩ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସିତ ହେବା ପ​‌ରେ ସେ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି ।

ସାଧାରଣତଃ ଦ୍ଵିତୀୟ ଥର ସଂକ୍ରମଣ ହେଲେ ସାମାନ୍ୟ ଲକ୍ଷଣ ଦେଖାଯାଇଥାଏ ବୋଲି ଡାକ୍ତରମାନେ କୁହନ୍ତି । ଏପରିକି ରୋଗୀଙ୍କୁ ହସ୍ପିଟାଲ ଯିବାର ଆବଶ୍ୟକତା ପଡ଼ିନଥାଏ । କିନ୍ତୁ ରାଜେଶ ଭଟ୍ଟଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରଥମ ସଂକ୍ରମଣ ହାଲକା ଥିବା ବେଳେ ଦ୍ଵିତୀୟ ଥର ସଂକ୍ରମଣ ଅଧିକ ଘାତକ ହୋଇଥିଲା । ଏହାକୁ ଧ୍ୟାନରେ ରଖି ଗୁଜୁରାଟ ବାୟୋଟେକନୋଲୋଜି ରିସର୍ଚ୍ଚ ସେଣ୍ଟରରେ ଏକ ଗବେଷଣା ମଧ୍ୟ କରାଯାଇଛି । ଭାରତରେ କରୋନାର ଦ୍ଵିତୀୟ ଲହରରେ B.1.617.2 ଭାରିଏଣ୍ଟ ଘାତକ ସାବ୍ୟସ୍ତ ହୋଇଛି ।

ଏହି ଭାରିଏଣ୍ଟ ନିଜର ରୂପ ବଦଳାଇଛି । ଏଥିରୁ ଦୁଇଟି ଆମିନୋ ଏସିଡ୍‌ ଗାଏବ ରହିଥିବା ଜଣାପଡ଼ିଛି । ଭାରିଏଣ୍ଟରେ ପରିବର୍ତ୍ତନ ଶରୀରରେ ଆଣ୍ଟିବଡିକୁ ମାତ ଦେବାକୁ ସଫଳ ହୋଇଥିବା ବୈଜ୍ଞାନିକମା​‌ନେ କହିଛନ୍ତି । ଭୂତାଣୁର ବଦଳୁଥିବା ରୂପକୁ ଜାଣିବାକୁ ହେଲେ ଅଧିକରୁ ଅଧିକ ଜିନୋମ ସିକ୍ବେନ୍ସିଂର ଆବଶ୍ୟକତା ରହିଥିବା କହିଛନ୍ତି ବୈଜ୍ଞାନିକ ।

ସୌଜନ୍ୟ : prameyanews7.com/

Leave a Reply

Your email address will not be published. Required fields are marked *