ରହସ୍ୟ ହୋଇ ରହିଗଲା ଏହି ଷ୍ଟାର ମାନଙ୍କ ମୃତ୍ୟୁ..

ରହସ୍ୟ ହୋଇ ରହିଗଲା ଏହି ଷ୍ଟାର ମାନଙ୍କ ମୃତ୍ୟୁ..

ରହସ୍ୟ ହୋଇ ରହିଗଲା ଏହି ଷ୍ଟାର ମାନଙ୍କ ମୃତ୍ୟୁ, ଆଜି ମଧ୍ୟ ହୋଇନାହିଁ ଏହାର ପ୍ରକାଶ ..

ବଲିଉଡର ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତ ୧୪ ଜୁନ ଦୁଇପ୍ରହରରେ ହଟାତ ଫାଶୀ ଲଗେଇ ଆତ୍ମହତ୍ୟା କରିନେଲେ । ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ପୂର୍ବତନ ମ୍ୟାନେଜର ୨୮ ବର୍ଷୀୟ ଦିଶା ସାଲିୟାନ ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଦିଶା ସାଲିୟାନଙ୍କ ଆକସ୍ମିକ ମୃତ୍ୟୁ ଅନେକ ବଡ ପ୍ରଶ୍ନ ଠିଆ କରିଥିଲା । ଖୋଜାଖୋଜିରୁ ଜଣା ପଡ଼ିଲା ଯେ, ଦିଶା ଯେଉଁ ସମୟରେ ଆତ୍ମହତ୍ୟା କରିଥିଲେ, ସେହି ସମୟରେ ସେ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ, ସେ ଝରକାରୁ ପଡ଼ିଯାଇ ମୃତ୍ୟୁ ବରଣ କରିଥିଲେ ।

ଶ୍ରୀଦେବୀ

୨୪ ଫେବୃଆରୀ ୨୦୧୮ ରେ ଯେବେ ହଠାତ ଶ୍ରୀଦେବୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଲା , ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ମନେ ପକାଇ ଦେଉଛୁ କି ଶ୍ରୀଦେବୀ ଦୁବାଇରେ ବିବାହ ସମାରୋହରେ ଭାଗ ନେବାକୁ ଯାଇଥିଲେ । ସେହି ଠାରେ ୱାଶ ରୁମ୍ ରେ ବାଥ ଟବରେ ବୁଡି ଯିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି କଥା ଅବିଶ୍ବାସ ଯୋଗ୍ୟ ଜଣେ କେମିତି ବାଥ ଟବ୍ ରେ ବୁଡ଼ିଲେ ଜଣଙ୍କ ମୃତ୍ୟୁ ହୋଇଯିବ ? ଏହି ପୁରା ଘଟଣାରେ ସ୍ବାମୀ ବୋନୀ କପୁର ମଧ୍ୟ ସନ୍ଦେହ ଘେରକୁ ଆସିଗଲେ । ପୁଲିସ ପରେ ଖୋଜାଖୋଜି କରିବା ପରେ ବୋନୀ କପୂରଙ୍କୁ କ୍ଲିନ୍ ଚିଟ ଦେଇଥିଲା ଏବଂ ଶ୍ରୀଦେବୀ ମୃତ୍ୟୁ ଦୁର୍ଘଟଣାରେ ବୁଡିବା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ସମ୍ବାଦ ପ୍ରସାର ହୋଇଥିଲା ।

ଦିବ୍ୟା ଭାରତୀ

ଅତୀତ ସମୟର ସବୁଠୁ ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦିବ୍ୟା ଭାରତୀ , ଯାହାଙ୍କ ମୃତ୍ୟୁ ମଧ୍ୟ ରହସ୍ୟ ଘେରରେ ରହିଯାଇଛି । ଦିବ୍ୟାଙ୍କ ମୃତ୍ୟୁ ୧୯ ବର୍ଷ ବୟସରେ ହୋଇଥିଲା । ପୋଲିସ ଖୋଜାଖୋଜି କରି ପାଇଥିଲା ଯେଉଁ ରାତିରେ ଦିବ୍ୟାଙ୍କ ମୃତ୍ୟୁ ହୋଇଥିଲା , ସେହି ରାତିରେ ସେ ନିଶାଯୁକ୍ତ ଅବସ୍ଥାରେ ଥିଲେ ଏବଂ ପାଞ୍ଚ ମହଲାରୁ ପଡ଼ିଯିବା କାରଣରୁ ତାଙ୍କର ଦୁର୍ଘଟଣା ବଶତଃ ମୃତ୍ୟୁ ହୋଇଯାଇଥିଲା । ଆଜି ମଧ୍ୟ ତାଙ୍କ ଫ୍ୟାନ ଦିବ୍ୟାଙ୍କ ସ୍ବାମୀ ସାଜିଦ ନାଡିୟାଡବାଲାଙ୍କ ଉପରେ ପ୍ରଶ୍ନ ଉଠାଉଛି ।

ଜିୟା ଖାନ

ଟ୍ୟାଲେଣ୍ଟଟେଡ ଏବଂ ସୁନ୍ଦରୀ ଏକ୍ଟ୍ରେସ ଜିୟା ଖାନ ୨୫ ବର୍ଷ ବୟସରେ ନିଜର ଫ୍ଲାଟ୍ ରେ ଫାଶୀ ଲଗେଇ ଆତ୍ମହତ୍ୟା କରିନେଲେ । ମୃତ୍ୟୁ ପରେ ଜିୟା ଖାନଙ୍କ ମାଆ ଜିୟାଙ୍କ ପୁରୁଷ ବନ୍ଧୁ ସୂରଜ୍ ପାଞ୍ଚୋଲିଙ୍କ ଉପରେ ଆରୋପ ଲଗାଇଥିଲେ । ଜିୟାଙ୍କ ଫ୍ୟାନ ମାନେ ମଧ୍ୟ ତାଙ୍କର ମୃତ୍ୟୁର ଆରୋପ ସୂରଜ ପାଞ୍ଚୋଲିଙ୍କ ଉପରେ ଲଗେଇଥିଲେ । କହିବା ପାଇଁ ଚାହୁଁଛୁ ଜିୟା ଖାନଙ୍କ ମର୍ଡର ହୋଇଥିଲା କିମ୍ବା ସେ ଆତ୍ମହତ୍ୟା କରିଥିଲେ , ଏହା ଆଜି ମଧ୍ୟ ରହସ୍ୟ ହୋଇରହିଛି ।

ପରବୀନ ବାବୀ

ବିଗତ ସମୟର ସବୁଠାରୁ ହଟ ଏବଂ ଗ୍ଲେମରେସ କଳାକାର ପରବୀନ ବାବିଙ୍କୁ ସ୍କିଜୋ ଫ୍ରେନିୟା ନାମକ ରୋଗ ଥିଲା ।୨୨ଜାନୁୟାରୀ ୨୦୦୫ରେ ପରବୀନଙ୍କ ଶବ ମୁମ୍ବାଇ ସ୍ଥିତ ତାଙ୍କର ଫ୍ଲାଟ୍ ରେ ମିଳିଥିଲା । ପରବୀନ ବାବୀ ମୃତ୍ୟୁ ଉପରେ ଅନେକ ପ୍ରଶ୍ନ ଉଠିଲା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି କି ପରବୀନଙ୍କ ମୃତ୍ୟୁ ଭୋକ କାରଣରୁ ହୋଇଛି, ତାଙ୍କୁ ଗୌଗରୀନ ଏବଂ ଡାଇବେଟିସ ଭଳି ଘାତକ ରୋଗ ଥିଲା ।

ପ୍ରତ୍ୟୁଷା ବନର୍ଜୀ

ବାଳିକା ବୋଧୂ ଧାରାବାହିକରେ ଆନନ୍ଦୀ ଭୂମିକାରେ ଅଭିନୟ କରିଥିବା ପ୍ରତ୍ୟୁଷା ବନର୍ଜୀଙ୍କ ମୃତ୍ୟୁ ୧ ଏପ୍ରିଲ ୨୦୧୬ରେ ହୋଇଥିଲା । ପ୍ରତ୍ୟୁଷା ମଧ୍ୟ ନିଜ ଫ୍ଲାଟ୍ ରେ ଫାଶୀ ଲଗେଇ ଆତ୍ମହତ୍ୟା କରିଥିଲେ । ପ୍ରତ୍ୟୁଷାଙ୍କ ମାତାପିତା ଏବଂ ସାଙ୍ଗ ମାନେ ତାଙ୍କ ମୃତ୍ୟୁର କାରଣ ତାଙ୍କ ପୁରୁଷ ସାଥୀ ରାହୁଲ ରାଜ ସିଂହ ଉପରେ ଲଗେଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ କୁହାଗଲା କି ପ୍ରତ୍ୟୁଷଙ୍କ ମୃତ୍ୟୁ ନିଃଶ୍ୱାସ ନନେବା ଯୋଗୁଁ ହୋଇଛି ।

ମନମୋହନ ଦେଶାଈ

କୁଲି, ଧରମ- ବୀର, ଅମର ଅକବର ଏଁଥନୀ ଭଳି ସୁପର ହିଟ ଫିଲ୍ମର ନିର୍ଦେଶକ ମନମୋହନ ଦେଶାଈଙ୍କ ମୃତ୍ୟୁର କାରଣ ମଧ୍ୟ ଏବେ ପର୍ଯ୍ୟନ୍ତ କେହି ଜାଣିପାରିଲେ ନାହିଁ । ତାଙ୍କ ମୃତ୍ୟୁ ହତ୍ୟାଥିଲା , ଆତ୍ମହତ୍ୟା ଥିଲା ନା ଦୁର୍ଘଟଣା ଥିଲା ଏହି କଥା ଏବେ ପର୍ଯ୍ୟନ୍ତ ରହସ୍ୟମୟ ହୋଇଛି । କହିଦେଉଛୁ ମନମୋହନ ଦେଶାଈଙ୍କ ମୃତ୍ୟୁ ତାଙ୍କ ଫ୍ଲାଟ୍ ରୁ ପଡ଼ିଯିବା କାରଣରୁ ହୋଇଥିଲା ।

Leave a Reply

Your email address will not be published. Required fields are marked *