ଶୋଲେ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଗବ୍ବର ସିଂଙ୍କ ଝିଅ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଆପଣ ମଧ୍ୟ ଦେଖନ୍ତୁ !

ଶୋଲେ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଗବ୍ବର ସିଂଙ୍କ ଝିଅ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଆପଣ ମଧ୍ୟ ଦେଖନ୍ତୁ !

ଆପଣ ସମସ୍ତେ ବ୍ଲୋକ୍ ବାଷ୍ଟର ଚଳଚ୍ଚିତ୍ର ” ଶୋଲେ ” ନିଶ୍ଚୟ ଦେଖିଥିବେ । ଏଥିରେ ସବୁଠାରୁ ଲୋକପ୍ରିୟ ଡ଼ାଏଲୋଗ୍ ହେଉଛି ” କିତନେ ଆଦମୀ ଥେ ” ଏହା ଆପଣ ନିଶ୍ଚୟ ଜାଣିଥିବେ । ଏହି ଦମଦାର ଡ଼ାଏଲୋଗ୍ କହିଥିବା ଅଭିନେତାଙ୍କ ନାମ ହେଉଛି ଆମଜାଦ୍ ଖାନ୍ । ଏହି ଚଳଚ୍ଚିତ୍ରରେ ସେ ଯେଉଁ ଚରିତ୍ରରେ ଅଭିନୟ କରିଥିଲେ ତାହା ବଲିଉଡ଼ ଇଣ୍ଡଷ୍ଟ୍ରିର ସବୁଦିନ ପାଇଁ ଅମର ହୋଇ ରହିଗଲା । ଆପଣ ସମସ୍ତେ ଆମଜାଦ୍ ଖାନଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । କିନ୍ତୁ ତାଙ୍କ ଝିଅ ବିଷୟରେ ଜାଣିଛ କି, ସେ କିଏ ଅଟନ୍ତି, କଣ କରନ୍ତି ଓ କିଭଳି ଦେଖା ଯାଇଥାନ୍ତି ? ତେବେ ଚାଲନ୍ତୁ ତାଙ୍କ ଝିଅଙ୍କ ବିଷୟରେ ଜାଣିବା ।

ଆମଜାଦ୍ ଖାନଙ୍କ ଜନ୍ମ ଭାରତ ବିଭାଜନ ପୂର୍ବରୁ ୧୯୪୩ରେ ଲାହୋରରେ ହୋଇଥିଲା । କିନ୍ତୁ ବିଭାଜନ ପରେ ତାଙ୍କର ପରିବାର ଭାରତକୁ ଆସି ଯାଇଥିଲେ । ଏଠାରେ ସେ ନିଜ ପୁରା ପାଠ ପଢିଥିଲେ ଓ ନିଜକୁ ଅଭିନୟ କରିବା ଆଡ଼କୁ ଧ୍ୟାନ କେନ୍ଦ୍ରୀଭୂତ କରିଲେ । ଅଭିନେତା ହେବା ଆଗରୁ ସେ ଆସିଫଙ୍କ ସହିତ ସହାୟକ ନିର୍ଦେଶକ ରୂପେ କାମ କରିଥିଲେ । ଏହି ମଧ୍ୟରେ ତାଙ୍କର ପ୍ରଥମଥର ପାଇଁ କ୍ୟାମେରାର ସାମ୍ନା ହେଲା । ସେତେବେଳେ ହିଁ ଲୋଭ ଇଂନ୍ ଗୋଡ଼ ଓ ହିନ୍ଦୁସ୍ତାନରେ କାମ କରିବାକୁ ସୁଯୋଗ ମିଳିଲା । ଏହି ଚଳଚ୍ଚିତ୍ରରେ ସେ ସାଇଡ଼ ରୋଲରେ ଅଭିନୟ କରିଥିଲେ । କିନ୍ତୁ ଏହି ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରି ସେତେ ଖାସ୍ ନାମ ଆସି ନଥିଲା । କିନ୍ତୁ ଶତ୍ରୁଘନ ସିହ୍ନା କହିବା ପରେ ତାଙ୍କୁ ଶୋଲେ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ରରେ ସେ ଗବ୍ବର ରୋଲରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା ।

ଏହି ଚଳଚ୍ଚିତ୍ର ହିନ୍ଦୀ ଚଳଚ୍ଚିତ୍ର ମାନଙ୍କରେ ସବୁଦିନ ପାଇଁ ଜୀବନ୍ତ ହୋଇ ରହିଗଲା । ଯାହା ପରେ ସେ ଅନେକ ଚଳଚ୍ଚିତ୍ର ମାନଙ୍କରେ ନଜରରେ ଆସିଥିଲେ । ଯେପରିକି କୁର୍ବାଣୀ, ଚାରସ, ଇଙ୍କାର ଓ ମିଷ୍ଟର ନଟବର ଲାଲ୍ ଭଳି ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିଥିଲେ । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଛୋଟ ପରଦାରେ ଖଳନାୟକ ରୂପେ ଅଭିନୟ କରୁଥିବା ଆମଜାଦ୍ ଖାନ୍, ଅସଲି ଜୀବନରେ ବହୁତ ଶାନ୍ତ ସ୍ୱଭାବର ଅଟନ୍ତି । କିନ୍ତୁ ୨୭ ଜୁଲାଇ ୧୯୯୨ରେ ହାର୍ଟ ଅଟାକ୍ ହେବା ଯୋଗୁଁ ସେ ଦୁନିଆରୁ ବିଦାୟ କରି ଦେଇଥିଲେ ।

ଯଦି ଆମେ ତାଙ୍କ ଝୁଅଙ୍କ ବିଷୟରେ କଥାହେବା, ତେବେ ତାଙ୍କ ଝିଅଙ୍କ ନାମ ହେଉଛି ଏହମାଲ ଖାନ୍ ମୁମ୍ବାଇ ୟୁନିଭେର୍ସିଟିରେ ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି । ନିଜ ବାପାଙ୍କ ଭଳି ସେ ମଧ୍ୟ ଏକ ଅଭିନେତ୍ରୀ ଅଟନ୍ତି । ସେ ନିଜ କ୍ୟାରିଅରର ଆରମ୍ଭ ଥିଏଟରରୁ କରିଥିଲେ । ସେ ଏବେ ପର୍ଯ୍ୟନ୍ତ ଅନେକ ନାଟକରେ ମଧ୍ୟ କାମ କରି ସାରିଛନ୍ତି । ବହୁତ ଶୀଘ୍ର ସେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ସେ ୨୦୧୧ରେ ଜାଫର ସହିତ ବିବାହ ହୋଇଥିଲେ । ଯିଏ କି ଏକ ଭଲ ଅଭିନେତା ଅଟନ୍ତି । ଯାହାଙ୍କୁ କି, ଆପଣ ହିପ୍ ହିପ୍ ହୁରେ ଟିଭି ଶୋ’ରେ ଅଭିନୟ କରିଥିବା ଦେଖିଥିବେ । ଯଦି ଆମେ ଏହମଲଙ୍କ ବିଷୟରେ କଥା ହେବା ତେବେ ସେ କୌଣସି ବଲିଉଡ଼ ଅଭିନେତ୍ରୀଙ୍କ ଠାରୁ ସୁନ୍ଦରତାରେ କମ୍ ନୁହଁନ୍ତି ।

Leave a Reply

Your email address will not be published. Required fields are marked *