ଲାଲ  କିଲ୍ଲା ମୋର’ ଶେଷ ମୁଗଲ ଶାସକଙ୍କ ପୌତ୍ର ବୋହୂ ଏହି ଦାବି କରିଛନ୍ତି ,

ଲାଲ କିଲ୍ଲା ମୋର’ ଶେଷ ମୁଗଲ ଶାସକଙ୍କ ପୌତ୍ର ବୋହୂ ଏହି ଦାବି କରିଛନ୍ତି ,

‘ ଲାଲ କିଲ୍ଲା ମୋର’ ଶେଷ ମୁଗଲ ଶାସକଙ୍କ ପୌତ୍ର ବୋହୂ ଏହି ଦାବି କରିଛନ୍ତି , କୋର୍ଟ କହିଲା-୧୫୦ ବର୍ଷ କେଉଁଠି ଥିଲେ ?

ଲାଲ କିଲ୍ଲା ଦିଲ୍ଲୀର ଏକ ଐତିହାସିକ ସ୍ମୃତି ଅଟେ । ୨୦୦୯ରେ ଏହାକୁ ବିଶ୍ଵ ସ୍ମାରକ ସୂଚୀରେ ସାମିଲ କରାଯାଇଛି। କିଛି ସମୟ ପୂର୍ବରୁ ଶେଷ ମୁଗଲ ସମ୍ରାଟ ବାହାଦୁର ଶାହ ଜଫରଙ୍କ ପୌତ୍ର ବଧୂ ସୁଲତାନା ବେଗମ୍ ଲାଲ କିଲ୍ଲା ଉପରେ ନିଜର ଅଧିକାର ଦାବି କରିଥିଲେ ଏବଂ ଏହି ଦାବିକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଲେ ।

ସୁଲତାନା ବେଗମଙ୍କ ଅନୁସାରେ ୧୮୫୭ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବଳ ପ୍ରୟୋଗ କରି ଲାଲ କିଲ୍ଲା ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ । ସୁଲତନାଙ୍କ ଅନୁସାରେ ବର୍ତ୍ତମାନ ତାଙ୍କର ୟାଚିକାର ସଠିକ ବିଚାର କରାଯାଇନାହିଁ ଏହାକୁ ହାତେଇବା ପାଇଁ ହୋଇଥିବା ବିଳମ୍ବ ପାଇଁ ଖାରଜ କରିଦିଆଗଲା ।

ମହିଳା କରିଲେ ଲାଲ କିଲ୍ଲା ଉପରେ ଦାବି

ଅନ୍ୟପକ୍ଷରେ ହାଇକୋର୍ଟ କହିଥିଲା , ସୁଲତାନାଙ୍କ ପୁର୍ବଜ ମାନେ ଲାଲ କିଲ୍ଲା ଉପରେ କିଛି ମଧ୍ୟ ଦାବି କରି ନାହାଁନ୍ତି, ବର୍ତ୍ତମାନ କେଉଁ ହିସାବରେ ସୁଲତାନା କୋର୍ଟରେ ଲାଲ କିଲ୍ଲା ଉପରେ କିପରି ଦାବି କରୁଛନ୍ତି ।

ୟାଚିକା ପ୍ରଦାନ କରିବାପାଇଁ ବିଳମ୍ବ କାହିଁକି ? ଏହାର ସୁଲତାନାଙ୍କ ପାଖରେ କୌଣସି ସ୍ପଷ୍ଟୀକରଣ ନାହିଁ । ଆପଣଙ୍କ ଜାଣିବା ପାଇଁ କହିରଖୁଛୁ ସୁଲତାନା, ଶେଷ ମୁଗଲ ସମ୍ରାଟ ବାହାଦୁର ଶାହ ଜଫରଙ୍କ ନାତି ମିର୍ଜା ମହମ୍ମଦ ବେଦର ସ୍ତ୍ରୀ ଅଟନ୍ତି । ସୁଲତାନାଙ୍କ ପତିଙ୍କ ମୃତ୍ୟୁ ୨୨ ମଇ ୧୯୮୦ରେ ହୋଇଥିଲା ।

ଜର୍ଜ ପ୍ରଶ୍ନ କରିଥିଲେ -୧୫୦ ବର୍ଷ ପରେ ବର୍ତ୍ତମାନ ମନେ ପଡ଼ିଲା ?

ସୁଲତାନା ବେଗମ୍ ଙ୍କ ଯାଚିକା ଉପରେ ନ୍ୟାୟାଳୟ ର ନ୍ୟାୟ ମୂର୍ତ୍ତି ରେଖା ପଲ୍ଲୀ କହିଲେ ” ମୋର ଇତିହାସ ବହୁତ ଦୁର୍ବଳ ଅଟେ, କିନ୍ତୁ ଆପଣଙ୍କ ଦାବି ଅନୁସାରେ ୧୮୫୭ ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଆପଣଙ୍କ ସହ ଅନ୍ୟାୟ କରିଥିଲେ। ଏମିତିରେ ଆପଣ ୧୫୦ ବର୍ଷରୁ ଅଧିକ ବର୍ଷ ଦାବି କରିବାରେ କାହିଁକି ବିଳମ୍ବ କଲେ ? ଆପଣ ଏତେ ବର୍ଷ ପର୍ଯ୍ୟନ୍ତ କଣ କରୁଥିଲେ ?

ୟାଚିକ ରେ କଣ ଥିଲା ?

ସୁଲତାନ ବେଗମ୍ ନିଜର ୟାଚିକା ରେ କହିଲେ କି ତାଙ୍କ ପୁର୍ବ ପୁରୁଷଙ୍କ ଦ୍ଵାରା ୨୫୦ଶହ ଏକରରେ ନିର୍ମିତ ଲାଲ କିଲ୍ଲା ଉପରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ୧୮୫୭ ରେ କବଜା କରିନେଲା । କମ୍ପାନୀ ତାଙ୍କର ଜେଜେ ଶଶୁର ଅର୍ଥାତ ଶେଷ ମୁଗଲ ବାଦଶାହ ବାହାଦୁର ଶାହ ଜଫରଙ୍କୁ ହୁମାୟୁନଙ୍କ ସମାଧି ସ୍ଥଳରୁ ଗିରଫ କରି ରଙ୍ଗୁନ ପଠେଇ ଦେଇଥିଲେ ।

ସେଇଠାରେ ରହିବା କାରଣରୁ ଜଫରଙ୍କ ୧୮୭୨ରେ ମୃତ୍ୟୁ ହୋଇଥିଲା । ଗୁମାନମୀରେ ନିଧନ ହୋଇଥିବା କାରଣରୁ ଶହେ ବର୍ଷ ରେ ମଧ୍ୟ ଭାରତୀୟଙ୍କୁ ଜଫରଙ୍କ ସମାଧିର ତଥ୍ୟ ହାତକୁ ଲାଗି ନାହିଁ ।ପୁଣି ଅଧିକ ଖୋଜିବା ଏବଂ ତଥ୍ୟ ବାହାର କରିବା ପରେ ୧୪୦ ବର୍ଷ ପରେ ଜଣା ପଡ଼ିଲା କି ବାଦଶାହଙ୍କ ସମାଧି ରଙ୍ଗୁନର କୌଣସି ଏକ ଅଜଣା ସ୍ଥାନରେ ରହିଛି ।

ମୁଗଲ ଶାସକ ଶାହାଜାହାନ ଯମୁନା ନଦୀ ତଟରେ ୧୬୪୮ ରୁ ୧୬୫୮ ମଧ୍ୟରେ ଲାଲ କିଲ୍ଲାର ନିର୍ମାଣ କରିଥିଲେ । ପରେ ବାଦଶାହ ଔରଙ୍ଗଜେବ ଲାଲ କିଲ୍ଲାରେ ଧଳା ଶଙ୍ଖମଲମଲରେ ଗୋଟିଏ ସୁନ୍ଦର କଳାତ୍ମକ ମୋତି – ମସଜିଦ ନିର୍ମାଣ କରିଛନ୍ତି ।

ଏହା ପରେ ୧୮୫୭ ରେ ଇଂରାଜ ମାନେ ବାହାଦୁର ଶାହ ଜଫର ସମେତ ତାଙ୍କ ସାହି ପରିବାରକୁ ବଳ ପୂର୍ବକ କଲିକତା ପଠେଇ କିଲ୍ଲା ଉପରେ କବଜା କରିନେଲେ । ଇଂରେଜମାନେ ଲାଲ କିଲ୍ଲାରେ ଥିବା ସାହି ସମ୍ପତ୍ତିକୁ ଲୁଟି ନେଲେ ଏବଂ ମୁଗଲ ପତାକା ବଦଳରେ ନିଜର ୟୁନୀୟନ୍ ଜୈକ ଲଗେଇ ଦେଲେ।

ପୁଣି ଯେତେବେଳେ ଦେଶକୁ ସ୍ଵାଧୀନତା ମିଳିଲା ତେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହଲାଲ ନେହେରୁ ଏହି ପ୍ରାଚୀର ଉପରେ ତ୍ରିରଙ୍ଗା ଉଡ଼ାଇ ଥିଲେ । ସେ ଦେଶ ନାମରେ ସନ୍ଦେଶ ଦେଇ ଗୋଟିଏ ନୂତନ ପରମ୍ପରା ଆରମ୍ଭ କରିଥିଲେ । ପୁଣି ଏହି ଲାଲ କିଲ୍ଲାରେ ଏକ ଦଶକ ପର୍ଯ୍ୟନ୍ତ ସୈନିକ ପ୍ରଶିକ୍ଷଣ କରାଯାଇଥିଲା ।ପରେ ଏହା ଏକ ଐତିହାସିକ ସ୍ମାରକ ରୂପରେ ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *