ଏକା ସହ ବଞ୍ଚିବା ମରିବାର ପ୍ରତିଜ୍ଞା ସତରେ ପୂରା କରିଗଲେ ଦମ୍ପତି ! ପତ୍ନୀଙ୍କ ଶବ ଉଠିବା ପୂର୍ବରୁ ସ୍ୱାମୀଙ୍କର ଜୀବନ ଚାଲିଗଲା…

ଏକା ସହ ବଞ୍ଚିବା ମରିବାର ପ୍ରତିଜ୍ଞା ସତରେ ପୂରା କରିଗଲେ ଦମ୍ପତି ! ପତ୍ନୀଙ୍କ ଶବ ଉଠିବା ପୂର୍ବରୁ ସ୍ୱାମୀଙ୍କର ଜୀବନ ଚାଲିଗଲା…

ସ୍ଵାମୀ ଏବଂ ସ୍ତ୍ରୀଙ୍କର ସମ୍ପର୍କ ଅତ୍ୟନ୍ତ ନିଆରା ହୋଇଥାଏ । ଯେତେବେଳେ ଦୁହିଁଙ୍କର ବିବାହ ହୋଇଥାଏ, ସେତେବେଳେ ସେମାନେ ଏକାଠି ବଞ୍ଚିବା ଏବଂ ମରିବାର ରାଣ ଖାଇଥାନ୍ତି । କିଛି ଲୋକଙ୍କ ପାଇଁ ଏହା କେବଳ ଏକ କଥା ଅଟେ କିନ୍ତୁ ଝାଡ଼ଖଣ୍ଡର ପଲାମୁରେ ଏକ ଦମ୍ପତି ଏକାଠି ବଞ୍ଚିବା ଏବଂ ମରିବାର କଥାକୁ ସତ ପ୍ରମାଣିତ କରିଦେଇଛନ୍ତି । ଏଠାରେ ପ୍ରଥମେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ପତ୍ନୀଙ୍କର ମୃତ୍ୟୁ ତାଙ୍କ ସ୍ୱାମୀ ସହନ କରିପାରିନଥିଲେ ଏବଂ ଆଘାତରେ ନିଜ ପ୍ରାଣ ହରାଇ ବସିଥିଲେ ।

ଏହି ସମ୍ପୂର୍ଣ୍ଣ ମାମଲା ପଲାମୁ ଜିଲ୍ଲାର ମେଦିନୀନଗର ସହର ଛତ୍ରପୁର ଥାନା ଅଞ୍ଚଳର ବୋଲି କୁହାଯାଉଛି । ଏଠାରେ ଲୁଗା ବ୍ୟବସାୟୀ ବିଶ୍ଵନାଥ ଗୁପ୍ତାଙ୍କର ପତ୍ନୀ ଲୀଳାବତୀ ଦେବୀଙ୍କର (୬୨) ଗତ ସୋମବାର ଦିନ ମୃତ୍ୟୁ ହୋଇ ଯାଇଥିଲା । ସେ କିଛିଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁ ଯୋଗୁଁ ପରିବାରରେ ଦୁଃଖର ଛାୟା ଖେଳି ଯାଇଥିଲା । ସମସ୍ତେ ଅନ୍ତିମ ସଂସ୍କାରର ପ୍ରସ୍ତୁତିରେ ବ୍ୟସ୍ତ ହୋଇ ଯାଇଥିଲେ । ଏହି ସମୟ ମଧ୍ୟରେ ଲୀଳାବତୀଙ୍କର ସ୍ୱାମୀ ବିଶ୍ୱନାଥ ଗୁପ୍ତାଙ୍କର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ହଠାତ୍ ଖରାପ ହୋଇ ଯାଇଥିଲା । ଏଭଳି ପରିସ୍ଥିତିରେ ପରିବାର ଲୋକେ ଅନ୍ତିମ ସଂସ୍କାରକୁ କିଛି ସମୟ ପାଇଁ ଅଟକି ଦେଇଥିଲେ ଏବଂ ସେମାନେ ବିଶ୍ୱନାଥଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ ।

ହସ୍ପିଟାଲ ପହଞ୍ଚିବା ମାତ୍ରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲା । ଡାକ୍ତର ତାଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କହିଥିଲେ । ବୋଧହୁଏ ପତ୍ନୀଙ୍କର ମୃତ୍ୟୁକୁ ସେ ସହନ କରିପାରିନଥିଲେ ଏବଂ ତାଙ୍କର ହୃଦଘାତ ହୋଇଗଲା । ଏହିଭଳି ଭାବରେ ସ୍ତ୍ରୀଙ୍କର ଶବ ଘରୁ ଉଠିବା ପୂର୍ବରୁ ସ୍ଵାମୀଙ୍କର ମଧ୍ୟ ମୃତ୍ୟୁ ହୋଇଗଲା । ଉଭୟଙ୍କର ଶବ ଏକାଠି ଉଠିବାର ଦେଖି ଲୋକମାନେ ଭଲପାଇବା ଏବଂ ବଳିଦାନ ବିଷୟରେ କଥା ହେବାକୁ ଲାଗିଥିଲେ । ପରିବାର ଲୋକେ ଉଭୟଙ୍କର ଅନ୍ତିମ ସଂସ୍କାର ଏକାଠି କରିଥିଲେ ।

ମୃତ ଦମ୍ପତିଙ୍କର ଚାରୋଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି । ବିଶ୍ୱନାଥ ଏବଂ ଲୀଳାବତୀ ପରସ୍ପରଙ୍କୁ ବହୁତ ଭଲ ପାଉଥିଲେ ବୋଲି ସେମାନେ କହନ୍ତି । ବୃଦ୍ଧାବସ୍ଥାରେ ଉଭୟଙ୍କ ମଧ୍ୟରେ ବହୁତ ଭଲପାଇବା ଥିଲା । ସେମାନଙ୍କ ଭଲପାଇବାର ଆକଳନ ଆପଣ ଏହି କଥାରୁ କରିପାରିବେ କି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁ ମଧ୍ୟ ସେମାନେ ପରସ୍ପର ବିନା ଖାଦ୍ୟ ଖାଉନଥିଲେ । ପରିବାର ଲୋକେ ଉଭୟଙ୍କର ଅନ୍ତିମ ସଂସ୍କାର ଛତ୍ରପୁରର ମନ୍ଦେୟା ନଦୀ କୂଳରେ କରିଥିଲେ ।

ଏହି ଦମ୍ପତିଙ୍କ ଶବ ଏକାଠି ଯିବାର ଦେଖି ସମସ୍ତଙ୍କ ଆଖି ଲୁହରେ ଛଳଛଳ ହୋଇ ଯାଇଥିଲା । ସବୁଆଡେ ଏମାନଙ୍କ ଭଲପାଇବା ବିଷୟରେ ଚର୍ଚ୍ଚା ହେଉଥିଲା । ଲୋକମାନେ ଏମାନଙ୍କ ଭଲପାଇବାର ଉଦାହରଣ ଦେଉଥିଲେ । ଏଥିସହ ଆଉ କେତେକ ଏଭଳି ଜୀବନସାଥୀ ପାଇବା ପାଇଁ ଆଶା କରୁଥିଲେ । ଏହି ଦମ୍ପତି ସେହି ଲୋକମାନଙ୍କ ପାଇଁ ଉଦାହରଣ ଥିଲେ, ଯେଉଁମାନେ କହୁଥିଲେ କି ବିବାହର କିଛିବର୍ଷ ପରେ ଭଲପାଇବା ଶେଷ ହୋଇଯାଏ । କିନ୍ତୁ ବାସ୍ତବରେ ଏଭଳି ନୁହେଁ, ଯଦି ଆପଣ ଚାହିଁବେ ତେବେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମଧ୍ୟ ଭଲ ପାଇପାରିବେ ।

Leave a Reply

Your email address will not be published. Required fields are marked *