ସମଗ୍ର ଦୁନିଆରେ ବଢୁଥିବା କରୋନା ମହାମାରୀକୁ ରୋକିବା ପାଇଁ ଵୈଜ୍ଞାନିକମାନେ କ୍ରମାଗତ ଭାବରେ ଭ୍ୟାକସିନ ପ୍ରସ୍ତୁତି କରିବାର ପ୍ରଚେଷ୍ଟାରେ ଲାଗି ପଡ଼ିଛନ୍ତି । ଏହି ମଧ୍ୟରେ, ଭାରତ, ଚୀନ, ଆମେରିକା, ଋଷ, ବ୍ରିଟେନ ସମେତ ଅନେକ ଦେଶମାନଙ୍କରେ ଭ୍ୟାକସିନର କ୍ଲିନିକାଲ ପରୀକ୍ଷଣ ମଧ୍ୟ କରାଯାଉଛି । ଅପରପକ୍ଷରେ ଋଷ ଏହି ଭ୍ୟାକସିନକୁ ପ୍ରସ୍ତୁତ କରି ଦେଇଥିବା ଦାବି କରିଛି । ବାସ୍ତବରେ, ନିକଟ ଅତୀତରେ ଋଷର ସେଚନୋବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦାବି କରାଯାଉଅଛି ଯେ, ଦୁନିଆର କରୋନା ଭ୍ୟାକସିନ ସହିତ ଜଡିତ ସମସ୍ତ ପରୀକ୍ଷଣ ସମ୍ପୁର୍ଣ୍ଣ ହୋଇସାରିଛି । ଏପରି କି ମଣିଷ ଉପରେ କରାଯାଇଥିବା ପରୀକ୍ଷଣ ମଧ୍ୟ ସଫଳ ସାବ୍ୟସ୍ତ ହୋଇଛି । ଏପରି ପରିସ୍ଥିତିରେ, ଯଦି ସମ୍ପୂର୍ଣ୍ଣ ବ୍ୟବସ୍ଥା ଠିକ୍ ରୁହେ, ତେବେ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ବଜାରକୁ ଭ୍ୟାକସିନ ଆସିଯିବ । ଋଷ ପକ୍ଷରୁ କୁହାଯାଇଛି ଯେ, ସେମାନେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ଅନ୍ୟ ମାନଙ୍କ ଠାରୁ ବହୁତ ଆଗକୁ ଚାଲିଯାଇଛନ୍ତି । ପ୍ରସ୍ତୁତ କରାଯାଇଥିବା ଭ୍ୟାକ୍ସିନର ନାମ Gam-COVID-Vac Lyo ରଖାଯାଇଛି ।

ବାସ୍ତବରେ ଋଷର ସେଚନୋବ ବିଶ୍ୱବିଦ୍ୟାଳୟ କହିବା ଅନୁସାରେ, ମନୁଷ୍ୟମାନଙ୍କ ଉପରେ ମଧ୍ୟ ଏହି ଭ୍ୟାକସିନର ପରୀକ୍ଷଣ ସଫଳ ହୋଇଛି । ଏହା ସହିତ ଭ୍ୟାକସିନକୁ ନେଇ ଏହି କଥାକୁ ମଧ୍ୟ ଦାବି କରାଯାଉଛି ଯେ, ଥର ମଣିଷମାନଙ୍କ ଉପରେ ଏହାର ବ୍ୟବହାର କରିଲେ ଏହାର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ।

ଆପଣଙ୍କୁ କହିରଖୁଛୁ ଯେ, ସେଚନୋବ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ପାରାସିଟୋଲୋଜି ଟ୍ରପିକାଲ୍ ଏବଂ ଭେକ୍ଟର-ବୋନ ରୋଗର ନିର୍ଦ୍ଦେଶକ ଅଲେକଜଣ୍ଡର ଲୁକାଶେବ ଏହି ବିଷୟରେ ଆଲୋଚନା କରିବା ସହ କହିଛନ୍ତି, ଆମର ଲକ୍ଷ୍ୟ ମଣିଷମାନଙ୍କୁ ମହାମାରୀରୁ ରକ୍ଷା କରିବା ପାଇଁ ଏକ ସଫଳ କରୋନା ଭ୍ୟାକସିନକୁ ପ୍ରସ୍ତୁତ କରିବାର ଥିଲା । ଆଗକୁ ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ଭ୍ୟାକସିନର ସୁରକ୍ଷା ସହିତ ଜଡିତ ସମସ୍ତ ଅନୁସନ୍ଧାନ ଭଲ ଭାବରେ ସମ୍ପର୍ଣ୍ଣ କରାଯାଇଛି । ଏପରି ଯଦି ଏହା ସହିତ ସମ୍ବନ୍ଧିତ ସମସ୍ତ ପ୍ରକାର ଅନୁମତି ମିଳେ ତେବେ ଏହି ଭ୍ୟାକସିନ ସେପ୍ଟେମ୍ବର ମାସ ସୁଦ୍ଧା ବଜାରରେ ଉପଲବ୍ଧ କରାଯାଇପାରିବ ।

ଏହା ବ୍ୟତୀତ ଏହି ବିଷୟରେ ସେଚନୋବ ବିଶ୍ୱବିଦ୍ୟାଳୟରେ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଲେସନାଲ୍ ମେଡିସିନ ଏବଂ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ବଦିମ ତରାସୋବ କଥାବାର୍ତ୍ତା କରିବା ସମୟରେ କହିଛନ୍ତି ଯେ, ଏହି ଭ୍ୟାକସିନକୁ ପ୍ରସ୍ତୁତ କରିବାରେ ଗୋମଲୀ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜିର ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । କୁହାଯାଉଛି ଯେ, ମଣିଷକୁ ଏହି ଭ୍ୟାକସିନ ଦେବା ପରେ ସେମାନଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ସଂକ୍ରମଣରୁ ରକ୍ଷା କରାଯାଇପାରିବ । ଏହା ସହିତ ଅନ୍ତର୍ଜାତୀୟ ସମ୍ବାଦ ଏଜେନ୍ସି TASS ଅନୁଯାୟୀ, ଏହି ଟୀକାକରଣର ପ୍ରଥମ ପରୀକ୍ଷା ପର୍ଯ୍ୟାୟରେ ୧୮ ଜଣ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଜଣ ସ୍ୱେଚ୍ଛାସେବୀଙ୍କୁ ଏହି ଭ୍ୟାକସିନ ଦିଆଯାଇଥିଲା । ସୂଚନା ଅନୁଯାୟୀ ଋଷର ରକ୍ଷା ମନ୍ତ୍ରଣାଳୟ ମଧ୍ୟ ତାଙ୍କ ତରଫରୁ ସବୁ ପ୍ରକାରର ସାହାଯ୍ୟ କରୁଛନ୍ତି । ଏହି ବିଷୟରେ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଭ୍ୟାକସିନରେ ସ୍ୱେଚ୍ଛାସେବୀଙ୍କ ଦୁଇ ଗୋଷ୍ଠୀକୁ ସାମିଲ କରାଯାଇଛି । ଏହି ଭ୍ୟାକ୍ସିନ ସହିତ ଜଡିତ ଶେଷ ପରୀକ୍ଷଣ ଜୁଲାଇ ମାସ ୧୫ ତାରିଖରେ ସମାପ୍ତ ହୋଇଯିବ ।