ସାଧାରଣ ଲୋକଙ୍କ ରୋଷେଇ ଘରର ମୂଲ୍ୟ ହ୍ରାସ ପାଇବ ! ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିରେ ଶସ୍ତା ହେବ ଖାଇବା ତେଲ…

ସାଧାରଣ ଲୋକଙ୍କ ରୋଷେଇ ଘରର ମୂଲ୍ୟ ହ୍ରାସ ପାଇବ ! ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିରେ ଶସ୍ତା ହେବ ଖାଇବା ତେଲ…

ରାନ୍ଧିବା ପାଇଁ ବ୍ୟବହୃତ ଖାଇବା ତେଲ ଶୀଘ୍ର ଶସ୍ତା ହୋଇପାରେ । ସରକାରଙ୍କ ସହ ଜଡିତ ଏକ ନିଷ୍ପତ୍ତିର ପ୍ରଭାବ ଖୁବ୍ ଶୀଘ୍ର ବଜାରରେ ଦେଖାଯିବ ।

ଦେଶରେ ଖାଇବା ତେଲର ମୂଲ୍ୟବୃଦ୍ଧି ସାଧାରଣ ଲୋକଙ୍କ ପକେଟର ବଜେଟକୁ ଖରାପ କରିଦେଇଛି । ରୋଷେଇର ମୂଲ୍ୟ ଏତେ ବୃଦ୍ଧି ପାଇଛି ଯେ, ସେମାନେ ଘରେ ମଧ୍ୟ ସରଳ ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି । ଏଭଳି ପରିସ୍ଥିତିରେ ମୋଦୀ ସରକାରଙ୍କ ନିଷ୍ପତ୍ତି ସାଧାରଣ ଲୋକଙ୍କୁ ଆରାମ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ପାମ୍ ଅଏଲ୍ ଉପରେ କମ୍ ଆମଦାନୀ ଶୁଳ୍କ

ଅଶୋଧିତ ପାମ୍ ଅଏଲ୍ ଉପରେ ଆମଦାନୀ ଶୁଳ୍କ ୧୦%କୁ ହ୍ରାସ କରିବାକୁ ମୋଦୀ ସରକାର ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି । ଏହା ବ୍ୟତୀତ ଅନ୍ୟ ପାମ୍ ଅଏଲ୍ ଉପରେ ଆମଦାନୀ ଶୁଳ୍କ ୩୭.୫%କୁ ହ୍ରାସ କରାଯାଇଛି । ଏହା ବଜାରରେ ଖାଇବା ତେଲର ମୂଲ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି ।

ତିନି ମାସ ପାଇଁ ପ୍ରଯୁଜ୍ୟ

କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ ବୋର୍ଡ (ସିବିଆଇସି) ଏକ ବିଜ୍ଞପ୍ତିରେ କହିଛି ଯେ, ଅଶୋଧିତ ପାମ୍ ଅଏଲ୍ ଉପରେ ମୌଳିକ କଷ୍ଟମ୍ ଶୁଳ୍କ ୧୦% ଏବଂ ଅନ୍ୟ ପାମ୍ ଅଏଲ୍ ଉପରେ ୩୭.୫%କୁ ହ୍ରାସ କରାଯାଇଛି । ପିଟିଆଇ ସମ୍ବାଦ ଅନୁଯାୟୀ, ନୂତନ ହାର ଜୁନ୍ ୩୦ରୁ ବୈଧ ହୋଇଛି ଏବଂ ସେପ୍ଟେମ୍ବର୍ ୩୦, ୨୦୨୧ ପର୍ଯ୍ୟନ୍ତ ବୈଧ ରହିବ ।

ବର୍ତ୍ତମାନ ଲାଗୁଛି ଏତିକି ଶୁକ୍ଳ

ବର୍ତ୍ତମାନ ଦେଶରେ ଅଶୋଧିତ ପାମ୍ ଅଏଲ୍ ଆମଦାନୀରେ ୧୫% କଷ୍ଟମ୍ ଡ୍ୟୁଟି ଲାଗୁଥିବାବେଳେ ଆରବିଡି ପାମ୍ ଅଏଲ୍, ଆରବିଡି ପାମୋଲିନ୍, ଆରବଡି ପାମ୍ ଷ୍ଟିଅରିନ୍ ଏବଂ ଅନ୍ୟ ପାମ୍ ଅଏଲ୍ ଭଳି ବର୍ଗରେ ଏହି ହାର ୪୫% ରହିଛି ।

ସୋଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏସଇଏ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି.ଭି. ମେହେତା କହିଛନ୍ତି ଯେ, ଅଶୋଧିତ ପାମ୍ ଅଏଲ୍ ଉପରେ ଆମଦାନୀ ଶୁଳ୍କ ୧୫%ରୁ ୧୦%କୁ ହ୍ରାସ କରାଯାଇଛି । କିନ୍ତୁ ଅଶୋଧିତ ପାମ୍ ଅଏଲ୍ ଉପରେ ପ୍ରଭାବଶାଳୀ ଶୁକ୍ଳ ୫.୫୦ ହ୍ରାସ ପାଇଛି ଏବଂ ଏହା ୩୫.୭୫% ରୁ ୩୦.୨୫%କୁ ଖସି ଆସିଛି ।

ପାମ୍ ଅଏଲକୁ ଖାଇବା ତେଲ ଭାବରେ ବ୍ୟବହାର

ଦେଶରେ ବ୍ୟବହୃତ ଅଧିକାଂଶ ଖାଇବା ତେଲରେ ପାମ୍ ଅଏଲ୍ ବ୍ୟବହୃତ ହୁଏ । ଏହା ଖାଇବା ତେଲରେ ମିଶ୍ରଣ ପାଇଁ ବ୍ୟବହୃତ ହୁଏ । ମେ ମାସରେ ସୋରିଷ ତେଲର ମୂଲ୍ୟ ଲିଟର୍ ପ୍ରତି ଦୁଇ ଶହ ପଚାଶ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା । ଯଦିଓ ଅତୀତରେ ଏଥିରେ କିଛି ନରମତା ଦେଖାଯାଇଥିଲା, ତଥାପି ବର୍ତ୍ତମାନ ଏହା ବହୁତ ଉଚ୍ଚ ସ୍ତରରେ ରହିଛି ।

Leave a Reply

Your email address will not be published. Required fields are marked *