ବୈଜ୍ଞାନିକମାନଙ୍କ ଏହି ପଦ୍ଧତି ମାଧ୍ୟମରେ କରୋନା ଭୂତାଣୁ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇପରିବ !

ବୈଜ୍ଞାନିକମାନଙ୍କ ଏହି ପଦ୍ଧତି ମାଧ୍ୟମରେ କରୋନା ଭୂତାଣୁ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇପରିବ !

କରୋନା ସଙ୍କଟକାଳୀନ ପରିସ୍ଥିତିରେ ଏକ ଖୁସି ଖବର ସମ୍ମୁଖକୁ ଆସିଛି । କରୋନା ପରି ମହାତ୍ମକ ଭୂତାଣୁରୁ ରକ୍ଷା ପାଇବା ପାଇବା ପାଇଁ ବିଶେଷଜ୍ଞମାନେ ଏକ ଥେରାପି ପ୍ରସ୍ତୁତ କରିଛନ୍ତି, ଏହି ଥେରାପି କରୋନା ମହାମାରୀକୁ ୯୯% ମାରିବାରେ ସକ୍ଷମ ହୋଇପାରୁଛୁ । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏହି ଆବିଷ୍କାର କୋରୋନା ବିରୋଧରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିବ । ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡର ମେଞ୍ଜିସ୍ ହେଲ୍ଥ ଇନଷ୍ଟିଚ୍ୟୁଟର ଆନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କ ଏକ ଦଳ ଦ୍ୱାରା ଏହି ଥେରାପି ପ୍ରସ୍ତୁତ କରାଯାଇଛି । ସେମାନେ କହିଛନ୍ତି ଯେ, ଏହି ଥେରାପି କରୋନା ବିରୋଧରେ ଏକ କ୍ଷେପଣାସ୍ତ୍ର ପରି କାମ କରିବା । ଏହି ଥେରାପି ପ୍ରଥମେ ଏହାର ଲକ୍ଷ୍ୟ ଚିହ୍ନଟ କରିବ ଏବଂ ପରେ କରୋନା ଭୂତାଣୁକୁ ସଂପୂର୍ଣ୍ଣ ରୂପେ ନଷ୍ଟ କରିବାରେ ସାହାଯ୍ୟ କରିବ ।

‘ଡେଲି ମେଲ୍’ ରିପୋର୍ଟ ଅନୁସାରେ, ଏହି ପରବର୍ତ୍ତୀ ପିଢିର ଟେକ୍ନୋଲୋଜି ‘ହିଟ୍ ସିଙ୍କିଙ୍ଗ୍ ମିସାଇଲ୍’ ଭଳି କାର୍ଯ୍ୟ କରିଥାଏ । ଏହା ପ୍ରଥମେ COVID ଭୁତାଣୁଗୁଡ଼ିକୁ ଚିହ୍ନଟ କରେ ଏବଂ ତା’ପରେ ସେମାନଙ୍କୁ ଆକ୍ରମଣ କରେ । ଅନୁସନ୍ଧାନରେ ଜଡିତ ପ୍ରଫେସର ନିଗେଲ ମ୍ୟାକମିଲନ (Nigel McMillan) କହିଛନ୍ତି ଯେ, ଏହି ଅଭୂତପୂର୍ବ ଚିକିତ୍ସା ଭୂତାଣୁଙ୍କ ନକଲକୁ ରୋକିଥାଏ ଏବଂ କୋରୋନା (Coronavirus) ଜନିତ ମୃତ୍ୟୁକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ପ୍ରଫେସର ମ୍ୟାକମିଲନଙ୍କ କହିବା ଅନୁସାରେ, ଏହା ଏକ ସନ୍ଧାନ ଅଟେ ଓ କରୋନା ପରି ମହାମାରୀକୁ ସଂପୂର୍ଣ୍ଣ ବିନାଶ କରିବାର ମିଶନ ଅଟେ । ଏହି ଥେରାପି ସାହାଯ୍ୟରେ ଆମେ ଜଣେ ବ୍ୟକ୍ତିଙ୍କ ଫୁସଫୁସରେ ଥିବା ଭୂତାଣୁ ଚିହ୍ନଟ କରି ନଷ୍ଟ କରିପାରିବା । ମ୍ୟାକମିଲନଙ୍କ କହିବାନୁଯାୟୀ, ଥେରାପି ଜିନ୍-ସାଇଲେନ୍ସିଂ ନାମକ ଏକ ଡାକ୍ତରୀ କୌଶଳ ଉପରେ ଆଧାରିତ, ଯାହା ୧୯୯୦ ଦଶକରେ ଅଷ୍ଟ୍ରେଲିଆରେ ପ୍ରଥମେ ଆବିଷ୍କୃତ ହୋଇଥିଲା । ଜିନ୍-ସାଇଲେନ୍ସିଂ ଶ୍ୱାସକ୍ରିୟା ରୋଗ ଉପରେ ଆକ୍ରମଣ କରିବା ପାଇଁ RNA ବ୍ୟବହାର କରେ ।

ପ୍ରଫେସର କହିଛନ୍ତି ଯେ, ଏହା ହେଉଛି ଏକ କୌଶଳ ଯାହା RNAର ଛୋଟ କଣିକାଗୁଡ଼ିକ ସହିତ କାମ କରେ, ଯାହା ନିର୍ଦ୍ଦିଷ୍ଟ ଭାବରେ ଭୂତାଣୁଙ୍କ ଜୀନୋମ ସହିତ ବାନ୍ଧି ହୋଇପାରେ । ଏହି ବନ୍ଧନ ଜୀନୋମକୁ ଅଧିକ କାର୍ଯ୍ୟ କରିବାକୁ ଅନୁମତି ଦିଏ ନାହିଁ ଏବଂ ଶେଷରେ ଏହାକୁ ନଷ୍ଟ କରେ । ଅବଶ୍ୟ, ଅନ୍ୟାନ୍ୟ ଆଣ୍ଟିଭାଇରାଲ୍ ଚିକିତ୍ସା ଯେପରିକି ଜୋନାମଭିର ଏବଂ ରେମଡେସିଭିର, ଯାହା କୋରୋନାର ଲକ୍ଷଣକୁ ହ୍ରାସ କରିଥାଏ ଏବଂ ରୋଗୀମାନଙ୍କୁ ଶୀଘ୍ର ସୁସ୍ଥ ହେବାକୁ ସାହାଯ୍ୟ କରିଥାଏ । କିନ୍ତୁ ଏହି ଚିକିତ୍ସା କୋରୋନା ଭୂବାଣୁ ଦୂର କରିବା ପାଇଁ ସିଧାସଳଖ କାମ କରେ ।

ନିଗେଲ ମ୍ୟାକମିଲନ କହିଛନ୍ତି ଯେ, ଏହି ଔଷଧକୁ ‘ନାନୋପାର୍ଟିକଲ’ ନାମକ ଏକ ଇଞ୍ଜେକ୍ସନ ମାଧ୍ୟମରେ ରକ୍ତ ପ୍ରବାହରେ ଇଞ୍ଜେକ୍ଟ କରାଯାଏ । ଏହି ନାନୋପାର୍ଟିକଲ୍ସ ଫୁସଫୁସରେ ପ୍ରବେଶ କରେ ଏବଂ RNA ବିତରଣ କରୁଥିବା କୋଷରେ ମିଶିଯାଏ । RNA ତା’ପରେ ଭୂତାଣୁ ଚିହ୍ନଟ କରେ ଏବଂ ଏହାର ଜୀନୋମକୁ ନଷ୍ଟ କରିଦେଇଥାଏ । ସେ କହିଛନ୍ତି ଯେ, ଗତବର୍ଷ ଏପ୍ରିଲରୁ ବୈଜ୍ଞାନିକମାନେ ଏହି ଚିକିତ୍ସା ଉପରେ କାର୍ଯ୍ୟ କରୁଛନ୍ତି ।

ବି.ଦ୍ର: କରୋନା ପରି ମହାମାରୀରୁ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ଦ୍ଵାରା ଜାରି ହୋଇଥିବା ନିୟମକୁ ପାଳନ କରନ୍ତୁ । ସର୍ବଦା ମାସ୍କ ବ୍ୟବହାର କରନ୍ତୁ ।

Leave a Reply

Your email address will not be published. Required fields are marked *