ଜାଣନ୍ତୁ ବଲିଉଡ଼ର ଏହି ୪ଟି ପ୍ରସିଦ୍ଧ କଳାକାରଙ୍କ ବିଷୟରେ ! ଏମାନଙ୍କ ସହ ଜଡ଼ିତ ବିବାଦ ନଷ୍ଟ କରିଦେଲା ଏମାନଙ୍କ ସମ୍ପୂର୍ଣ୍ଣ କ୍ୟାରିୟର…

ଜାଣନ୍ତୁ ବଲିଉଡ଼ର ଏହି ୪ଟି ପ୍ରସିଦ୍ଧ କଳାକାରଙ୍କ ବିଷୟରେ ! ଏମାନଙ୍କ ସହ ଜଡ଼ିତ ବିବାଦ ନଷ୍ଟ କରିଦେଲା ଏମାନଙ୍କ ସମ୍ପୂର୍ଣ୍ଣ କ୍ୟାରିୟର…

ବଲିଉଡ଼ ଚଳଚ୍ଚିତ୍ର ଜଗତ ଏପରି ଏକ ଚଳଚ୍ଚିତ୍ର ଜଗତ ଅଟେ ଯେଉଁଥିରେ କୌଣସି ଅଭିନେତା ଓ ଅଭିନେତ୍ରୀଙ୍କ କ୍ୟାରିୟର ସ୍ଥିର ନଥାଏ । ଏଠାରେ କେହି ରାତାରାତି ଷ୍ଟାର ପାଲଟି ଯାନ୍ତି ତ ତାକୁ ଫ୍ଲପ ହେବା ପାଇଁ ମଧ୍ୟ ଅଧିକ ସମୟ ଲାଗେ ନାହିଁ । ଏଠାରେ ଏପରି ଖୁବ କମ୍ ଲୋକ ଅଛନ୍ତି ଯେଉଁମାନେ ନିଜ ସଫଳତାକୁ ବଜାୟ ରଖିଛନ୍ତି । ସେପଟେ ଆଉ କିଛି ଅଭିନେତା ଏପରି ମଧ୍ୟ ଅଛନ୍ତି ଯେଉଁମାନେ ତୁରନ୍ତ ହିଟ ହୋଇଯାନ୍ତି କିନ୍ତୁ ତାଙ୍କର ଏହି ପ୍ରସିଦ୍ଧି ଅଧିକ ସମୟ ଚାଲିପାରେ ନାହିଁ । ବାସ୍ତବରେ ବିବାଦର ବଲିଉଡ଼ ସହ ଏକ ଗଭୀର ସମ୍ପର୍କ ରହିଛି । ଏମିତିରେ ଅନେକଗୁଡ଼ିଏ ଅଭିନେତା ଓ ଅଭିନେତ୍ରୀମାନଙ୍କ ଛୋଟ ବଡ଼ ବିବାଦ ହୋଇଯାଏ । କିନ୍ତୁ କିଛି ବିବାଦ ଏପରି ମଧ୍ୟ ରହିଛି ଯାହା ଫଳରେ କଳାକାର ମାନଙ୍କ କ୍ୟାରିୟର ନଷ୍ଟ ହୋଇଯାଇଛି । ଆସନ୍ତୁ ଆପଣଙ୍କୁ ଆଜି ଆମେ ଏପରି କିଛି ବଲିଉଡ଼ କଳାକାରଙ୍କ ବିଷୟରେ ଜଣାଇବୁ, ଯେଉଁମାନେ ନିଜକୁ ବିବାଦ ଓ ଫ୍ଲପ ହେବାରୁ ଅଟକାଇ ପାରିଲେ ନାହିଁ ।

ବିବେକ ଓବରଏ :

‘ନକଶା’ ଓ ‘ପ୍ରିନ୍ସ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବିବେକ ଓବରଏଙ୍କ ଫିଲ୍ମୀ କ୍ୟାରିୟର ଏକ ସମୟରେ ବହୁତ ଭଲ ଚାଲୁଥିଲା । କିନ୍ତୁ ୨୦୦୩ ମସିହାରେ ତାଙ୍କୁ ସଲମାନ ଖାଁ ଙ୍କ ସହ ଟକ୍କର ନେବା ଭାରି ପଡ଼ିଗଲା । କୁହାଯାଏ ଯେ ସଲମାନ ଖାଁ ଙ୍କ ସହ ଜଡ଼ିତ ବିବାଦ ଯୋଗୁଁ ବିବେକଙ୍କ ଫିଲ୍ମୀ କ୍ୟାରିୟର ଶେଷ ହୋଇ ଯାଇଥିଲା । ବାସ୍ତବରେ, ସେହି ସମୟରେ ସଲମାନଙ୍କ ପୂର୍ବତନ ପ୍ରେମିକା ଐଶ୍ଚର୍ଯ୍ୟା ରାୟ ଓ ବିବେକ ଡେଟ କରୁଥିଲେ । ଏକ ଇଣ୍ଟରଭିୟୁରେ ବିବେକ କହିଥିଲେ ଯେ ତାଙ୍କୁ ସଲମାନ ଗୋଟିଏ ଦିନରେ ୪୧ ରୁ ଅଧିକ ଥର କଲ କରିଥିଲେ ଏବଂ ଧମକ ଦେଇଥିଲେ । ତାପରେ ତାଙ୍କୁ ବଲିଉଡ଼ରେ କାମ ମିଳିବା କମି ଯାଇଥିଲା । ବିବେକଙ୍କ ଅନୁସାରେ ଏପରି ଏଥିପାଇଁ କାରଣ ସେ ସଲମାନଙ୍କ ସହ ଟକ୍କର ନେଇଥିଲେ । ଯଦି ତାଙ୍କର ସଲମାନଙ୍କ ସହିତ ବିବାଦ ହୋଇ ନଥାନ୍ତା ତେବେ ବୋଧହୁଏ ଆଜି ମଧ୍ୟ ସେ ଚଳଚ୍ଚିତ୍ର ଜଗତରେ ଅଭିନୟ କରୁଥାନ୍ତେ ।

ଅରିଜିତ ସିଂହ :

୨୦୧୪ ଅରିଜିତ ସିଂହଙ୍କ ପାଇଁ ବହୁତ ଖରାପ ସମୟ ସାବ୍ୟସ୍ତ ହେଲା । ସେହି ସମୟରେ ଷ୍ଟାର ଗିଲଡ଼ ଆୱାର୍ଡ଼ରେ ଅରିଜିତ ସଲମାନ ଖାଁ ଙ୍କ ସହ ଏକ ବିବାଦ କରି ବସିଲେ ଯାହାର ପ୍ରଭାବ ତାଙ୍କ କ୍ୟାରିୟର ଉପରେ ଦୀର୍ଘ ସମୟ ଧରି ଦେଖିବାକୁ ମିଳିଥିଲା। ବାସ୍ତବରେ ଯେତେବେଳେ ହୋଷ୍ଟ କରୁଥିବା ସଲମାନ ଖାଁ ଅରିଜିତଙ୍କୁ ପୁରସ୍କାର ଗ୍ରହଣ କରିବା ପାଇଁ ମଞ୍ଚ ଉପରକୁ ଆମନ୍ତ୍ରିତ କଲେ ସେତେବେଳେ ଅରିଜିତ ଥକି ଯାଇ ନିଜ ସିଟ ଉପରେ ଶୋଇ ପଡିଥିଲେ । ଯେତେବେଳେ ସଲମାନ ଥଟ୍ଟାରେ ଅରିଜିତଙ୍କୁ ନିଦ ବିଷୟରେ ପଚାରିଲେ ସେତେବେଳେ ଅରିଜିତ କହିଲେ “ଆପଣ ମାନେ ତ ଶୁଆଇ ଦେଲେ…..” । ତାଙ୍କର ଏହି କଥା ଶୁଣି ସଲମାନ ଏତେ କ୍ରୋଧିତ ହୋଇଗଲେ ଯେ ନିଜର ସମସ୍ତ ଆଗାମୀ ପ୍ରୋଜେକ୍ଟରେ ସେ ଅରିଜିତ ବଦଳରେ ପ୍ରୀତମ ଙ୍କୁ ରିପ୍ଲେସ କରିଦେଇଥିଲେ ।

ତନୁଶ୍ରୀ ଦତ୍ତା

ତନୁଶ୍ରୀ ଦତ୍ତାଙ୍କୁ ନାନା ପାଟେକରଙ୍କ ସହିତ ବିବାଦ ବହୁତ ମହଙ୍ଗା ପଡ଼ିଲା । ୨୦୦୮ ରେ ସେ ‘ହର୍ନ ଓକେ’ ରେ କାମ କରୁଥିଲେ । ଚଳଚ୍ଚିତ୍ରରେ ତାଙ୍କ ସହିତ ନାନା ପାଟେକର ମଧ୍ୟ କାମ କରୁଥିଲେ। ସେହି ସମୟରେ ଅଭିନେତ୍ରୀ ନାନା ପାଟେକରଙ୍କ ଉପରେ ଅଭଦ୍ରତା ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ । ଏହାର କିଛି ସମୟ ପରେ ୨୦୧୮ ମସିହାରେ ସେ ଚଳଚ୍ଚିତ୍ର ନିର୍ମାତାଙ୍କ ଉପରେ ମଧ୍ୟ କିଛି ଗମ୍ଭୀର ଅଭିଯୋଗ କରିଥିଲେ । ଏହାପରେ ଆଉ କଣ ଥିଲା, ଚଳଚ୍ଚିତ୍ର ଜଗତରୁ ତାଙ୍କୁ ଦୂରେଇ ଦିଆଗଲା ଓ ତାଙ୍କୁ ଆଉ ପୁଣିଥରେ କାମ କରିବା ପାଇଁ ସୁଯୋଗ ଦିଆଗଲା ନାହିଁ ।

କାର୍ତ୍ତିକ ଆର୍ଯ୍ୟନ

କରୋନା କାଳରେ କାର୍ତ୍ତିକ ଆର୍ଯ୍ୟନ ଦୋସ୍ତାନା ଚଳଚ୍ଚିତ୍ରର ସିକୁୱେଲରେ ଜାହ୍ନବୀ କପୂରଙ୍କ ସହ ଅଭିନୟ କରିବା କଥା ସୋସିଆଲ ମିଡ଼ିଆ ଆକାଉଣ୍ଟରେ କହିଥିଲେ । ଏହି ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଥିଲେ । ଚଳଚ୍ଚିତ୍ରର ଶୁଟିଂ ଦୁଇ ସପ୍ତାହ ଧରି ଚାଲିଲା । କିନ୍ତୁ ତାପରେ କରନ ଜୋହର ଓ କାର୍ତ୍ତିକ ଆର୍ଯ୍ୟନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଲା । ସେହି ସମୟରେ କରନ ସୋସିଆଲ ମିଡିଆରେ ଏହା କହିଲେ ଯେ କାର୍ତ୍ତିକ ତାଙ୍କ ସହିତ ଠିକ ଭାବରେ କାମ କରୁନଥିଲେ ଏଥିପାଇଁ ତାଙ୍କୁ ଚଳଚ୍ଚିତ୍ରରୁ ବାହାର କରିବାକୁ ପଡ଼ିଲା ଏଥିସହିତ ତାଙ୍କ ପ୍ରଡକ୍ସନରୁ ମଧ୍ୟ କାର୍ତ୍ତିକଙ୍କୁ ବାହାର କରିଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *