୯୦ ଦଶକର ଏହି ଖଳନାୟକ ମାନଙ୍କର ବର୍ତ୍ତମାନ ଅବସ୍ଥା ହୋଇଯାଇଛି ଖରାପ

୯୦ ଦଶକର ଏହି ଖଳନାୟକ ମାନଙ୍କର ବର୍ତ୍ତମାନ ଅବସ୍ଥା ହୋଇଯାଇଛି ଖରାପ

ପ୍ରତ୍ୟେକ କଳାକାରଙ୍କ ଏକ ସମୟ ଥାଏ ଏବଂ ସେହି ସମୟରେ ସେମାନେ ନିଜ କାମ ବଳରେ ନାମ ଅର୍ଜନ କରନ୍ତି । ତାହା ଯେଉଁ କ୍ଷେତ୍ରର ବ୍ୟକ୍ତି ହୋଇଥାନ୍ତୁ ନା କାହିଁକି ! ଯାହାକୁ ଯେଉଁ କାର୍ଯ୍ୟ ଆସେ, ସେ ସେହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ପୂରଣ କରନ୍ତି । ଆମେ ଏଠାରେ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରୁଛୁ, ସମସ୍ତ କଳାକାରମାନଙ୍କ ଏକ ନିର୍ଦ୍ଦିଷ୍ଟ ସମୟ ରହିଥାଏ । ସେହି ସମୟ ମଧ୍ୟରେ ସେମାନେ ପ୍ରସିଦ୍ଧତା ପ୍ରାପ୍ତ କରିଥାନ୍ତି । ଆଜିର ଏହି ଅନୁଛେଦରେ ଆମେ କିଛି ଖଳନାୟକ ମାନଙ୍କ ବିଷୟରେ ଆଲୋଚନା କରୁଛୁ ଯେଉଁମାନେ ଚଳଚ୍ଚିତ୍ର ବଳରେ ଏକ ବଡ଼ ଓ ସଫଳ ପଦ ହାସଲ କରିଛନ୍ତି । କିନ୍ତୁ ଆଜିକାର ସମୟରେ ତାଙ୍କ ଅବସ୍ଥା ଅତି ଶୋଚନୀୟ ଖରାପ ହୋଇଯାଇଛି । ୯୦ ଦଶକର ଏହି ମହାନ ଖଳନାୟକ ମାନଙ୍କ ଅବସ୍ଥା ବର୍ତ୍ତମାନ ଖରାପ ହୋଇଯାଇଛି, ଏମାନଙ୍କ ସମୟ ବର୍ତ୍ତମାନ ସମାପ୍ତ ହୋଇଯାଇଛି ।

୯୦ ଦଶକର ଏହି ଖଳନାୟକଙ୍କ ଅବସ୍ଥା ହୋଇଯାଇଛି ଖରାପ :

୮୦ ଓ ୯୦ ଦଶକରେ ବଲିଉଡ ଚଳଚିତ୍ର ପାଇଁ ଖଳନାୟକର ଭୂମିକା ଯେତିକି ଜରୁରୀ ଥିଲା, ହିରୋ ଓ ଏକ ସୁନ୍ଦରୀ ହିରୋଇନର ଭୂମିକା ମଧ୍ୟ ସେତେ ଗୁରୁତ୍ୱପୂର୍ଣ୍ଣ ଥିଲା । ସେହି ସମୟରେ ଖଳନାୟକ ବିନା ଚଳଚିତ୍ରଟି ପୂର୍ଣ୍ଣତା ଆସୁନଥିଲା । ଏହି ସମୟରେ ଖଳନାୟକମାନଙ୍କୁ ବହୁତ ଭୟଙ୍କର ଓ ଭୟାନକ କରାଯାଉଥିଲା । ଏହି ଖଳନାୟକମାନଙ୍କ ଚରିତ୍ର ଏତେ ଜବରଦସ୍ତ ହେଉଥିଲା ଯେ, ଦର୍ଶକଙ୍କ ମସ୍ତିଷ୍କରେ ତାଙ୍କର ସେପରି ଛବି ସୃଷ୍ଟି ହୋଇଯାଉଥିଲା ଏବଂ ଲୋକମାନେ ତାଙ୍କୁ ସେପରି ହିଁ ଭାବିବାକୁ ଲାଗୁଥିଲେ । କିନ୍ତୁ ସେହି ଯୁଗ ବର୍ତ୍ତମାନ ହଜିଯାଇଛି । ତେବେ ଚାଲନ୍ତୁ କିଏ ଅଟନ୍ତି ସେହି ଅଭିନେତାମାନେ ?

ଶାକାଳ (କୂଳଭୂଷଣ ଖରବନ୍ଦା) :

google

ଶାକାଳ ଭଳି ଭୟଙ୍କର ଚରିତ୍ରରେ ଅଭିନୟ କରିଥିବା କୂଳଭୂଷଣ ଖରବନ୍ଦା ନିଜ ବ୍ୟକ୍ତିଗତ ଜୀବନରେ ବହୁତ ସରଳ ଓ ସୌମ୍ୟ କଳାକାର ଅଟନ୍ତି । ଶାକାଳକୁ ସେହି ସମୟରେ ସବୁଠାରୁ ଅଧିକ ଭୟଙ୍କର ଖଳନାୟକ ଭାବେ ଗଣନା କରାଯାଉଥିଲା । ଯାହାଙ୍କ ନିଜର ଶାର୍କ ପୁଲ ଥିଲା ଏବଂ ଟେବୁଲ ଘୁରୁଥିଲା । ଭିଡ଼ିଓ କନ୍ଫରେନସିଂ ଜରିଆରେ ସେ କଥାବାର୍ତ୍ତା କରୁଥିଲେ ଏବଂ ଯଦି କେହି କୋୖଣସି ପ୍ରକାର ଚତୁରତା କରୁଥିଲେ, ତାକୁ କୁମ୍ଭୀର ମୁଖରେ ପକାଇ ଦେଉଥିଲେ । କୂଳଭୂଷଣ ବର୍ତ୍ତମାନ ୭୪ ବର୍ଷ ବୟସ୍କ ହୋଇଯାଇଛନ୍ତି ଏବଂ ଶେଷ ଥର ପାଇଁ ତାଙ୍କୁ ୨୦୧୬ ମସିହାରେ ଏକ ଚଳଚ୍ଚିତ୍ରରେ ଦେଖାଯାଇଥିଲା ।

ପ୍ରେମ ଚୋପଡ଼ା :

Google

ପ୍ରେମ… ପ୍ରେମ ନାମ ହେ ମେରା… ପ୍ରେମ ଚୋପଡ଼ା ! ଏହି ଡାଇଲଗରୁ ଆପଣଙ୍କୁ କିଛି ମନେ ପଡ଼ିଲା ? ବଲିଉଡ଼ରେ ସେମିତିରେ ଆପଣ ଅନେକ ଗୁଡ଼ିଏ ଖଳନାୟକଙ୍କୁ ଦେଖିଥିବେ କିନ୍ତୁ ପ୍ରେମ ଚୋପଡ଼ା ଭଳି ଭୟଙ୍କର ଖଳନାୟକ ବୋଧ ହୁଏ ଆପଣ କେବେ ଦେଖିଥିବେ ! ବଲିଉଡ଼ରେ ପ୍ରେମ ଚୋପଡ଼ା ପାଖାପାଖି ୩୮୦ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ଯେଉଁଥିରେ ପାଖାପାଖି ୨୫୦ଟି ବଳାତ୍କାର କରାଯାଇଥିବା ସିନ୍ ସାମିଲ ରହିଛି । ସର୍ବଦା ଏକ ଚତୁର ସରପଞ୍ଚରୁ ଆରମ୍ଭ କରି ଭୟଙ୍କର ଡନ୍ ପର୍ଯ୍ୟନ୍ତ ସମସ୍ତ ଭୂମିକାରେ ପ୍ରେମ ଚୋପଡ଼ା ଲୋକଙ୍କ ହୃଦୟ ଜିଣୁଥିଲେ ଏବଂ ଲୋକେ ତାଙ୍କୁ ବାସ୍ତବ ଜୀବନରେ ମଧ୍ୟ ଏକ ଖଳନାୟକ ବୋଲି ଭାବୁଥିଲେ । କିନ୍ତୁ ସେ ଜଣେ ବହୁତ ଶାନ୍ତ ସ୍ଵଭାବର ବ୍ୟକ୍ତି ଥିଲେ ଏବଂ ୮୧ ବର୍ଷ ବୟସରେ ମଧ୍ୟ ତାଙ୍କର ଶରୀରର ଚମତ୍କାରତା ଅକ୍ଷୁର୍ଣ୍ଣ ରହିଛି ।

ଲୋଟିୟା ପଠାନ (କିରଣ କୁମାର) :

google

ଗତ ଯୁଗର ଏକ ଖଳନାୟକ ଜୀବନର କିରଣ କୁମାର ୯୦ ଦଶକରେ “ତେଜାବ”, “ଖୁଦା ଗଭା” ଭଳି କିଛି ସୁପରହିଟ୍ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ୧୯୮୮ ମସିହାରେ ଚଳଚ୍ଚିତ୍ର “ତେଜାବ”ରେ ଲୋଟିୟା ପଠାନଙ୍କ ଚରିତ୍ରରେ ଅଭିନୟ କରିଥିବା କିରଣ କୁମାରଙ୍କ ଏହି ଚରିତ୍ର ଏତେ ପ୍ରସିଦ୍ଧ ହୋଇଥିଲା ଯେ, ଲୋକେ ତାଙ୍କୁ ଏହି ନାମରେ ଜାଣିବାକୁ ଲାଗୁଥିଲେ । କିରଣଙ୍କ ଜନ୍ମ ୧୯୭୧ ମସିହାରେ ହୋଇଥିଲା ଏବଂ ବର୍ତ୍ତମାନ ସେ ଅଧିକାଂଶ ଟିଭି ଧାରାବାହିକ ମାନଙ୍କରେ ଅଭିନୟ କରନ୍ତି । ବର୍ତ୍ତମାନ ସେ ଚଳଚ୍ଚିତ୍ର ମାନଙ୍କରେ ନଜର ଆସୁ ନାହାଁନ୍ତି ।

ଗୁଜ୍ଜର ସିଂହ (ଟିନୁ ଶର୍ମା) :

ବଲିଉଡ଼ର ଏପରି ଏକ ପ୍ରସିଦ୍ଧ କଳାକାର ଅଛନ୍ତି ଯିଏ ନିଜର ନେଗେଟିଭ ଭୂମିକା ସହିତ ସମସ୍ତଙ୍କ ହୃଦୟରେ ଭୟ ସୃଷ୍ଟି କରାଇଥିଲେ । ଚଳଚ୍ଚିତ୍ର “ମେଳା”ରେ ଗୁଜ୍ଜର ସିଂହଙ୍କ ଭୂମିକାରେ ନଜର ଆସୁଥିବା ଟିନୁ ଶର୍ମା କେବଳ ଅଭିନୟ ପାଇଁ ନୁହେଁ ବରଂ ଅଭିନୟ ସଙ୍ଗେ ସଙ୍ଗେ ନିର୍ଦେଶନା, ପ୍ରଯୋଜନା ଓ ଲେଖକ ଭାବେ ପରିଚିତ । ଟିନୁ ଶର୍ମା ବର୍ତ୍ତମାନ ଟିଭି ଧାରାବାହିକ ମାନଙ୍କରେ ନଜର ଆସୁଛନ୍ତି ।

ଜିତୁ ଶର୍ମା (ଜିତୁ ବର୍ମା) :

google

ସୋଲଜର୍ ଓ ବଡ଼ିଗାର୍ଡ ଭଳି ଚଳଚ୍ଚିତ୍ରରେ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଜିତୁ ବର୍ମା ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ର ଜଗତରେ ବର୍ତ୍ତମାନ ମଧ୍ୟ ସକ୍ରିୟ ଅଛନ୍ତି କିନ୍ତୁ ଚଳିତ ବର୍ଷ ଏପ୍ରିଲରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ଏବଂ ଏଥିରେ ତାଙ୍କ ଆଖିରେ ଆଘାତ ଲାଗିଯାଇଛି । ଆଘାତ ଲାଗିବା ପୂର୍ବରୁ ସେ “ସନ୍ ଅଫ୍ ସର୍ଦାର”ରେ କାର୍ଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *