ଏହି ପିଲାର ଅକ୍ଷର ଆଗରେ କମ୍ପ୍ୟୁଟର ବି ଫିକା ପଡିଯିବା ! ଆପଣ ମଧ୍ୟ ଦେଖି ବିଶ୍ଵାସ କରିବେ ନାହିଁ !

ଏହି ପିଲାର ଅକ୍ଷର ଆଗରେ କମ୍ପ୍ୟୁଟର ବି ଫିକା ପଡିଯିବା ! ଆପଣ ମଧ୍ୟ ଦେଖି ବିଶ୍ଵାସ କରିବେ ନାହିଁ !

ନେପାଳରେ ରହୁଥିବା ପ୍ରକୃତି ମଲ୍ଲାଙ୍କ ଅକ୍ଷରକୁ ଦେଖି ଲାଗୁଛି ଯେପରି ଏହି ଝିଅଟି ନିଜ ହାତରେ ନଲେଖି କୌଣସି କମ୍ପ୍ୟୁଟରରୁ ତାହାର ପ୍ରିଣ୍ଟ ବାହାର କରିଛି । ତେବେ ସେହି କଥାର ଅର୍ଥ କ’ଣ…

ହସ୍ତଲିଖନ ଦେଖି, ଲାଗୁଛି ଯେପରି ଆପଣ କମ୍ପ୍ୟୁଟରରୁ ପ୍ରିଣ୍ଟଆଉଟ୍ କରିଛନ୍ତି:-

ଆକାଶରେ ଯେପରି ଗର୍ତ୍ତ ନାହିଁ, ଠିକ ସେହିପରି ଏହି ଝିଅର ଅକ୍ଷର ଏତେ ସୁନ୍ଦରରେ କେହି ହେଲେ ମଧ୍ୟ ଏହି ଅକ୍ଷର ଦେଖିବା କ୍ଷଣେ କୌଣସି ଖୁଣ ବାହାର କରିପାରିବେ ନାହିଁ । ସତେ ଯେପରି ଲାଗୁଛି ଏହା କମ୍ପୁଟରର ପ୍ରିଣ୍ଟଆଉଟ୍ !

ପ୍ରକୃତି ଏବେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଟନ୍ତି । ସେ ନେପାଳର ସୈନିକ ଆବସିୟ ମହାବିଦ୍ୟାଳୟରେ ପଢ଼ନ୍ତି । ତାଙ୍କ ଅକ୍ଷର ଦେଖି ବଡ଼ବଡ଼ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ନିଜର ଏହି ସୁନ୍ଦର ଅକ୍ଷର ପାଇଁ ପ୍ରକୃତିଙ୍କୁ ନେପାଳ ସରକାର ଏବଂ ସେନା ପୁରସ୍କୃତ ମଧ୍ୟ କରିଛନ୍ତି । ଏକ ଫୋଟରେ ଆପଣ ପ୍ରକୃତିଙ୍କ ଅକ୍ଷର ଦେଖି ପାରୁଥିବେ ଯେ ତାହା କେତେ ସୁନ୍ଦର ଅଟେ ।

ସୁନ୍ଦର ଅକ୍ଷର ରହିଲେ ଅନେକ ଫାଇଦା ଅଛି । ଯଦି ଆପଣଙ୍କ ଅକ୍ଷର ଭଲ ହୋଇଥାଏ ତେବେ ସାମ୍ନା ଲୋକଙ୍କର ଇଂପ୍ରେସନ୍ ଆପଣଙ୍କ ପ୍ରତି ଭଲ ପଡ଼ିବ । ବରଂ ଶିକ୍ଷକ ମଧ୍ୟ ଏହା କହିଥାନ୍ତି ଯେ ସୁନ୍ଦର ଅକ୍ଷର ଥିବା ଛାତ୍ର ଛାତ୍ରୀମାନେ ଭଲ ମାର୍କ ଆଣିଥାନ୍ତି ।

ଏତେ କମ ବୟସରୁ ଏହି କୁନି ଝିଅର ଅକ୍ଷର କୌଣସି ଚମତ୍କାର ଠାରୁ କମ୍ ନୁହେଁ । କିନ୍ତୁ ଏହି ସୁନ୍ଦର ଅକ୍ଷର ପିଲାଟି ଖୁବ୍ ପରିଶ୍ରମ ବଳରେ ପାଇଛି । ପ୍ରକୃତି ଖୁବ୍ ପରିଶ୍ରମ କରି ନିଜର ଅକ୍ଷରକୁ ଏହିପରି ବନାଇଛନ୍ତି । ପ୍ରକୃତିଙ୍କ ସମ୍ପର୍କୀୟଙ୍କ କହିବା କଥା ଯେ ସେ ପ୍ରତିଦିନ ଦୁଇଘଣ୍ଟା ହସ୍ତାକ୍ଷର ଅଭ୍ୟାସ କରୁଥିଲେ । ଯେଉଁ କାରଣରୁ ଆଜି ସେ ଏପରି ଅକ୍ଷର ଲେଖି ପାରୁଛନ୍ତି ।

Leave a Reply

Your email address will not be published. Required fields are marked *