ଜିଭର ବର୍ଣ୍ଣରୁ ଜଣା ପଡେ ସ୍ୱାସ୍ଥ୍ୟ ଅବସ୍ଥା ! ବର୍ଣ୍ଣ ଦେଖି ଜାଣନ୍ତୁ କେତେ ସୁସ୍ଥ ଅଛନ୍ତି ଆପଣ…

ଜିଭର ବର୍ଣ୍ଣରୁ ଜଣା ପଡେ ସ୍ୱାସ୍ଥ୍ୟ ଅବସ୍ଥା ! ବର୍ଣ୍ଣ ଦେଖି ଜାଣନ୍ତୁ କେତେ ସୁସ୍ଥ ଅଛନ୍ତି ଆପଣ…

ଜିଭ ବର୍ଣ୍ଣ ସାହାଯ୍ୟରେ ଆପଣ ନିଜ ସ୍ୱାସ୍ଥ୍ୟ ବିଷୟରେ ଜାଣିପାରିବେ । ଯଦି ଆପଣଙ୍କ ଜିଭର ବର୍ଣ୍ଣ ବଦଳି ଯାଏ । ତେବେ ବୁଝିଯାନ୍ତୁ ଯେ ଆପଣ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି । ବାସ୍ତବରେ ସାଧାରଣତଃ ଜିଭର ରଙ୍ଗ ହାଲୁକା ଗୋଲାପୀ ରଙ୍ଗର ହୋଇଥାଏ । କିନ୍ତୁ ଅନେକଥର ରୋଗ ହେଲେ ଜିଭର ବର୍ଣ୍ଣ ପରିବର୍ତ୍ତିତ ହୋଇଥାଏ । ଏଥିପାଇଁ ଜିଭର ରଙ୍ଗ ବଦଳିଲେ ଏହାକୁ ଅଣଦେଖା କରନ୍ତୁ ନାହିଁ ଓ ଡାକ୍ତରଙ୍କ ଠାରୁ ନିଜ ଯାଞ୍ଚ କରାଇ ନିଅନ୍ତୁ ।

ଯେପରିକି ଆମେ ଆପଣଙ୍କୁ କହିଦେଉଛୁ ଯେ ସାଧାରଣତଃ ଜିଭର ରଙ୍ଗ ହାଲୁକା ଗୋଲାପୀ ହୋଇଥାଏ । ଯଦିଓ କିଛି ଲୋକଙ୍କ ଜିଭରେ ହାଲୁକା ଧଳା କୋଟିଙ୍ଗ ଚଢ଼ି ଥାଏ । ଯାହା ଫଳରେ ଜିଭ ଟିକିଏ ଶ୍ୱେତ ଦେଖାଯାଏ । ଯାହାକି ସାମାନ୍ୟ କଥା ଅଟେ ।

ନୀଳ ବର୍ଣ୍ଣର ଜିଭ

ଯଦି ଜିଭର ବର୍ଣ୍ଣ ନୀଳ ପଡ଼ିଯାଏ । ତେବେ ସାବଧାନ ହୋଇଯାନ୍ତୁ । ନୀଳ ରଙ୍ଗର ଅର୍ଥ ଏହିକିଯେ ଆପଣଙ୍କୁ ହୃଦୟ ସମ୍ବନ୍ଧୀୟ କୌଣସି ରୋଗ ହୋଇଛି । କୁହାଯାଏ ଯେ ଜିଭର ରଙ୍ଗ ସେତେବେଳେ ନୀଳ ପଡ଼ିଯାଏ । ଯେତେବେଳେ ହୃଦୟ ରକ୍ତକୁ ଠିକ୍ ଭାବେ ସଞ୍ଚାଳନ କରିପାରେ ନାହିଁ କିମ୍ବା ଅମ୍ଳଜାନ କମ୍ ହୋଇଯାଏ । ଅନେକଥର ରକ୍ତରେ ଅମ୍ଳଜାନ ହ୍ରାସ ପାଇଲେ ନଖର ରଙ୍ଗ ମଧ୍ୟ ନୀଳ ପଡ଼ିଯାଏ । ଯଦି ଆପଣଙ୍କ ସହିତ ଏପରି କିଛି ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ଠାରୁ ଯାଞ୍ଚ କରିନିଅନ୍ତୁ । କାରଣ ସମୟ ଥାଉ ଥାଉ ଆପଣଙ୍କୁ ଚିକିତ୍ସା ମିଳିଯିବ ।

କଳା ବର୍ଣ୍ଣର ଜିଭ

ଜିଭର ବର୍ଣ୍ଣ କଳା ହେବାର ଅର୍ଥ କର୍କଟ ରୋଗ ଭଳି ସାଙ୍ଘାତିକ ରୋଗର ସଂକେତ ବୋଲି କୁହାଯାଏ । ଏହାବ୍ୟତୀତ ଅଲାଲା ଅଲସର୍ କିମ୍ବା ଫଙ୍ଗଲ୍ ସଂକ୍ରମଣ ହେଲେ ମଧ୍ୟ ଜିଭର ବର୍ଣ୍ଣ କଳା ହେବାକୁ ଲାଗେ । ସମୟ ଥାଉ ଥାଉ ଡାକ୍ତରଙ୍କ ଠାରୁ ଚିକିତ୍ସା କରାନଯିବା ତେବେ ସ୍ଥିତି ଆହୁରି ଖରାପ ହୋଇପାରେ ।

ହଳଦିଆ ବର୍ଣ୍ଣର ଜିଭ

ଜିଭର ବର୍ଣ୍ଣ ହଳଦିଆ ହେବା ମଧ୍ୟ ସାଧାରଣ ନୁହେଁ । ଡାକ୍ତର ମାନଙ୍କ ଅନୁସାରେ ଜିଭର ରଙ୍ଗ ଯେତେବେଳେ ହଳଦିଆ ହେବାକୁ ଲାଗେ ତେବେ ଏହାର ଅର୍ଥ ଶରୀରରେ ପୋଷକ ତତ୍ତ୍ୱ ହ୍ରାସ ପାଉଛି । ଏଥିସହିତ ପାଚନ ଶକ୍ତି ମଧ୍ୟ ଠିକ୍ ଭାବରେ କାମ କରେ ନାହିଁ । ଅନେକଥର ଯକୃତ କିମ୍ବା ପେଟ ସମ୍ବନ୍ଧୀୟ ରୋଗ ହେଲେ ଜିଭର ବର୍ଣ୍ଣ ହଳଦିଆ ପଡ଼ିଯାଏ । ଏଥିପାଇଁ ଜିଭର ବର୍ଣ୍ଣ ହଳଦିଆ ପଡ଼ିଗଲେ ଡ଼ାକ୍ତରଙ୍କ ନିକଟକୁ ଯାଇ ନିଜ ଚିକିତ୍ସା କରାଇ ନିଅନ୍ତୁ ।

ଧଳା ରଙ୍ଗର ଜିଭ

ଜିଭର ବର୍ଣ୍ଣ ଧଳା ପଡିବା ମଧ୍ୟ ଗମ୍ଭୀର ରୋଗ ହେବା ଆଡ଼କୁ ସଂକେତ କରେ । ଯଦି ଜିଭ ପୁରାପୁରି ଧଳା ଦେଖାଯାଏ ତେବେ ଏହା ଶରୀରରେ ପାଣିର ଅଭାବର ସମସ୍ୟା ବୋଲି କୁହାଯାଏ । ଏପରି ସ୍ଥିତିରେ ଆପଣ ଅଧିକ ପାଣି ପିଅନ୍ତୁ । ଏହା ଫଳରେ ଶରୀରରେ ହାଇଡ୍ରେସନର ଅଭାବ ଠିକ୍ ହୋଇଯାଏ ।

ଧୂମ୍ରପାନ କାରଣରୁ ମଧ୍ୟ ଜିଭର ବର୍ଣ୍ଣ ଧଳା ପଡ଼ିଯାଏ । ଯେବେକି କିଛି ଲୋକଙ୍କ ଜିଭ ଲ୍ୟୁକୋପ୍ଲାକିୟା ରୋଗ କାରଣରୁ ଧଳା ରଙ୍ଗର ଦେଖାଯାଏ ।

ଏପରି ଭାବରେ ରଖନ୍ତୁ ନିଜ ଜିଭର ଯତ୍ନ

ଜିଭକୁ ପ୍ରତିଦିନ ପରିଷ୍କାର କରନ୍ତୁ ।

ସକାଳେ କିମ୍ବା ରାତିରେ ଶୋଇବା ପୂର୍ବରୁ ଜିଭକୁ ପରିଷ୍କାର କରିବା ଭୁଲନ୍ତୁ ନାହିଁ ।

ଟଙ୍ଗ କ୍ଲିନର୍ ସାହାଯ୍ୟରେ ଖୁବ୍ ସହଜରେ ଏହାକୁ ପରିଷ୍କାର କରାଯାଇପାରେ ।

ପ୍ରଚୁର ପରିମାଣରେ ଜଳ ପିଇବା ଫଳରେ ଜିଭ ସଫା ରହେ ଓ ବ୍ୟାକ୍ଟେରିଆ ଶେଷ ହୋଇଥାଏ ।

Leave a Reply

Your email address will not be published. Required fields are marked *