ମାତ୍ର ୧୨ ସେକେଣ୍ଡରେ ଧ୍ୱଂସ ହୋଇଗଲା ଏହି ସହର ! ରାସ୍ତାରେ ବିଛାଇ ହୋଇ ପଡିଥିବା ମାନବ ଶରୀରର ମାଂସ ଓ ଅନେକ ଶବ !

ମାତ୍ର ୧୨ ସେକେଣ୍ଡରେ ଧ୍ୱଂସ ହୋଇଗଲା ଏହି ସହର ! ରାସ୍ତାରେ ବିଛାଇ ହୋଇ ପଡିଥିବା ମାନବ ଶରୀରର ମାଂସ ଓ ଅନେକ ଶବ !

କେବେ ଆପଣ ଭାବିଛନ୍ତି କି ହଠାତ ଆପଣଙ୍କ ସମ୍ମୁଖରେ ଏପରି ଏକ ଚିତ୍ରପଟ ଆସିବ, ଯେଉଁଥିରେ ଘରର କବାଟ ହଲିବାକୁ ଲାଗିଲା, ଝରକାର କାଚ ଫାଟିବାକୁ ଲାଗିଲା କିନ୍ତୁ ଏହାର କାରଣ ଭୂମିକମ୍ପ ନଥିଲା । ମଙ୍ଗଳବାର ଦିନ ଲେବନାନର ରାଜଧାନୀ ବେଋଟରେ ଲୋକମାନଙ୍କୁ କିଛି ଏହିପରି ଅନୁଭବ ହୋଇଥିଲା । ବେଋଟରେ ଅଚାନକ ଭୀଷଣ ଧମାକା ହୋଇଥିଲା । ଏହି ଦୁର୍ଘଟଣା ସମଗ୍ର ବେଋଟକୁ କମ୍ପିତ ହୋଇଯାଇଥିଲା । ଏହି ଧମାକା ବିସ୍ଫୋରଣ ହେଉ କିମ୍ବା ଷଡଯନ୍ତ୍ର କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିସ୍ପରଣର କାରଣ ଜଣା ପଡିନାହିଁ । ଏହି ବିସ୍ଫୋରଣ ହେତୁ ବହୁତ କ୍ଷତି ଘଟିଛି । ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ୭୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ୪ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜର୍ମାନୀର ଭୂ-ବିଜ୍ଞାନ କେନ୍ଦ୍ର ଜୀଏଫଜେଡ୍ ଅନୁସାରେ, ଏହି ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଯଦି ଏହାକୁ ଭୂମିକମ୍ପ ସହିତ ତୁଳନା କରାଯାଏ; ତେବେ ଏହାର ତୀବ୍ରତା ୩.୫ ଥିଲା । ଏହି ବିସ୍ପରଣର ଶଦ୍ଧକୁ ଭୂମଧ୍ୟସାଗରର ପାର୍ଶ୍ୱରେ ୨୦୦ କିଲୋମିଟର (୧୮୦ ମାଇଲ)ରୁ ଅଧିକ ଦୂର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା ଏବଂ ଅନୁଭବ ମଧ୍ୟ କରାଯାଇଥିଲା । ବିସ୍ଫୋରଣ ପରେ ବେଋଟ ସହରର ଅବସ୍ଥା ନଜର ଆସିଥିଲା, ତାହା ଅତ୍ୟନ୍ତ ଦୁଃଖ ବିଦାରକ ଥିଲା । ଏହି ଫୋଟୋ ଗୁଡିକ ଦେଖିବା ପୂର୍ବରୁ ଆପଣଙ୍କୁ ନିଜ ହ୍ରୁଦୟକୁ ମଜବୁତ କରିବାକୁ ପଡିବ ।

ଏହି ବିସ୍ଫୋରଣରେ ମାତ୍ର ୧୨ ସେକେଣ୍ଡରେ ସମଗ୍ର ସହର ଧ୍ୱଂସ ହୋଇଯାଇଥିଲା । ବିସ୍ଫୋରଣ ପରେ ସ୍ଥାନ ସ୍ଥାନରେ ଦେଖାଯାଇଥିଲା କେବଳ ଧୂଆଁର ବେଲୁନ । ଦୁର୍ଘଟଣା ପୂର୍ବରୁ ବେଋଟର ଫୋଟୋ । ସେହି ସମୟରେ ସେଠାରେ ବହୁତ ଶାନ୍ତି ଥିଲା । କେହି ମଧ୍ୟ ଭାବି ନଥିଲେ ଯେ ମାତ୍ର କିଛି କ୍ଷଣ ପରେ ଏଠାରେ ସବୁକିଛି ଧ୍ୱଂସ ହୋଇଯିବ । ଦ୍ୱୀପ ଉପରେ ଏକ ହଳଦିଆ ପତାକା ଉଡୁଥିଲା ।

Google

ମାତ୍ର ୧୨ ସେକେଣ୍ଡରେ ସେଠାରେ ଏତେ ବଡ଼ ବିସ୍ଫୋରଣ ହୋଇଗଲା ଯେ, ସବୁକିଛି ଥରି ଉଠିଲା । ଦୁର୍ଘଟଣା ପରେ ଆହତ ମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଫୋଟୋରେ ଦେଖନ୍ତୁ ଆହାତଙ୍କୁ ଡାକ୍ତରଖାନାକୁ ନିଆଯାଉଥିବା ଜଣେ ବ୍ୟକ୍ତି ।

Google

ରକ୍ତାକ୍ତ ଅବସ୍ଥାରେ ଯନ୍ତ୍ରଣାରେ ଲୋକମାନେ ନଜର ଆସୁଛନ୍ତି । ଗାଡି ଜରିଆରେ ଡାକ୍ତରଖାନା ନିଆଯାଉଥିବା ସମୟରେ ଲୋକମାନେ ଦୃଷ୍ଟି ଗୋଚର ହେଉଛନ୍ତି । ଚତୁଃପାର୍ଶ୍ବ ରକ୍ତମୟ ହୋଇଯାଇଥିଲା । ଏହା ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ ଥିଲା ।

ଜୋରଦାର ଧାମାକା ହେବା କାରଣରୁ ଆକାଶରେ ଧୂଆଁର ବେଳୁନ ଖେଳିଯାଇଥିଲା । ପୁଣି ଲାଲ ରଙ୍ଗର ଧୂଆଁ ଦେଖା ଦେବାକୁ ମିଳିଥିଲା ।

Google

ଫୋଟୋରେ ଆପଣ ଦେଖିପାରିବେ କ୍ଷତିଗ୍ରସ୍ତ କୋଠାମାନଙ୍କରେ ନିଆଁ ଲିଭାଇବା ପାଇଁ ପହଞ୍ଚିଥିବା ଟିମ୍ ଯେଉଁମାନେ ବହୁତ କଠୋର ପରିଶ୍ରମ ପରେ ନିଆଁକୁ ଆୟତ କରିପାରିଥିଲେ । ଦୁର୍ଘଟଣା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଯାଞ୍ଚ କରୁଛନ୍ତି । ବର୍ତ୍ତମାନ ଏହା ଜାଣିବା ପାଇଁ ଚେଷ୍ଟା କରାଯାଉଛି ଯେ, ଏଥିରେ କିଛି ଷଡଯନ୍ତ୍ର ନାହିଁ ତ ?

Google

ଦୁର୍ଘଟଣାରେ ହଜାର ହଜାର ସଂଖ୍ୟାରେ ଗାଡି ଧ୍ୱଂସ ହୋଇଯାଇଛି । କେଉଁ ଗାଡିର କାଚ ଭାଙ୍ଗିଛି ତ ପୁଣି କିଛି ଗାଡି ସମ୍ପୁର୍ଣ୍ଣ ଭାବେ ଜଳି ଯାଇଛି । ଏହି ସମସ୍ତ ଫୋଟୋ ଦେଖିବା ପରେ ଆପଣ କହିବେ, “ହେ ! ଭଗବାନ ଏ କଣ ହେଲା ?” ନିଜକୁ ଖୋଜୁଥିବା ଜଣେ ଅସହାୟ ବ୍ୟକ୍ତି ।

କୁହାଯାଉଅଛି ଯେ ଏହି ବିସ୍ପରଣ ହେତୁ କୋଟି କୋଟି ଟଙ୍କା ନଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୭୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି, ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ।

Leave a Reply

Your email address will not be published. Required fields are marked *