WHO ମୁଖ୍ୟଙ୍କ କରୋନା ଭୂତାଣୁକୁ ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା ! WHO ନିଜେ ଜଣାଇଲ ବାସ୍ତବରେ ସତ୍ୟ କ’ଣ ?

WHO ମୁଖ୍ୟଙ୍କ କରୋନା ଭୂତାଣୁକୁ ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା ! WHO ନିଜେ ଜଣାଇଲ ବାସ୍ତବରେ ସତ୍ୟ କ’ଣ ?

ଚୀନର ଉହାନ୍ ସହରରୁ ସମଗ୍ର ବିଶ୍ୱକୁ ବ୍ୟାପୀଥିବା କରୋନା ମହାମାରୀ ବର୍ତ୍ତମାନ ଦିନକୁ ଦିନ ନିଜର କାୟ ବିସ୍ତାର କରିବାରେ ଲାଗିଛି । କରୋନା ମହାମାରୀ ବିଷୟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) ଅନେକ ଥର କହିଛି ଯେ, ଆମକୁ ଏହା ସହ ବଞ୍ଚି ରହିବାର ଶିଖିବାକୁ ପଡିବ ଏବଂ ବର୍ତ୍ତମାନ ପୁଣି ଥରେ WHOର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ କହିଛନ୍ତି ଯେ, ଆପଣ ଏହି ଭୂତାଣୁ ଠାରୁ ଶୀଘ୍ର ମୁକ୍ତି ପାଇପାରିବ ନାହିଁ । WHO ମୁଖ୍ୟଙ୍କ କହିବାନୁସାରେ, ଏପରି ମହାମାରୀ ଶତାବ୍ଦୀରେ ଥରେ ଘଟିଥାଏ କିନ୍ତୁ ଏହାର ପ୍ରଭାବ ଆଗାମୀ ବର୍ଷ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ।

କରୋନାର ସତ୍ୟତା :

WHO ମୁଖ୍ୟ କରୋନାଙ୍କୁ ଏକ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରେ ଚତୁର୍ଥ ବୈଠକରେ ଯୋଗ ଦେଇଥିଲେ, ଯେଉଁଥିରେ ସେ ବିଶ୍ୱକୁ କରୋନା ମହାମାରୀର ସତ୍ୟତା ବିଷୟରେ କହିଥିଲେ । ବୈଠକରେ “ଅନେକ ଦେଶ ଯୋଗ ଦେଇଥିଲେ, ଯେଉଁମାନେ ବିଶ୍ୱାସ କରୁଥିଲେ ଯେ ସେମାନେ କରୋନାକୁ ପରାସ୍ତ କରିଦେଇଛନ୍ତି ଏବଂ ସେହି ଦେଶଗୁଡିକ କରୋନା ସମ୍ପର୍କିତ ନୂଆ ନୂଆ ମାମଲାର ସମ୍ମୁଖୀନ ହେଉଛନ୍ତି । ଏଥି ସହିତ, ଯେଉଁ ଦେଶ କରୋନା ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ ପ୍ରଭାବିତ ହୋଇଥିଲେ, ବର୍ତ୍ତମାନ ସେଠାରେ ଥିବା ଅବସ୍ଥା ବିଶ୍ୱକୁ ଭୟଭୀତ କରୁଅଛି । ଯଦିଓ ଟିକା ପ୍ରସ୍ତୁତ କରିବା ଉପରେ କାମ ଶୀଘ୍ର କରାଯାଉଛି କିନ୍ତୁ ଆମକୁ କରୋନା ଭୂତାଣୁ ସହ ବଞ୍ଚିବାର ଶିଖିବାକୁ ପଡିବ ଏବଂ ଏହାର ମୁକାବିଲା କରିବାକୁ ପଡ଼ିବ ।

Google

ଏହାର ପ୍ରଭାବ ମଧ୍ୟ ଆଗାମୀ ବର୍ଷରେ ଦେଖା ଯାଇପାରେ :

WHO ମୁଖ୍ୟ କହିଛନ୍ତି ଯେ, କରୋନା ଭୂତାଣୁ ଉପରେ ଅନେକ ବୈଜ୍ଞାନିକ ପ୍ରଶ୍ନର ସମାଧାନ କରାଯାଇଛି ଏବଂ ବର୍ତ୍ତମାନ ଏପରି ଅନେକ ପ୍ରଶ୍ନ ରହିଛି ଯାହାର ଉତ୍ତର ମଧ୍ୟ ଦିଆଯାଉଛି । ଏହି କରୋନା ମହାମାରୀର ସମ୍ବେଦନଶୀଳତା ହେତୁ ଦୁନିଆର ଅଧିକାଂଶ ଲୋକ ସତର୍କତା ଅବଲମ୍ବନ କରୁଛନ୍ତି, ତଥାପି ଅନେକ ଲୋକ ଏହି କରୋନା ମହାମାରୀକୁ ହାଲକାରେ ଗ୍ରହଣ କରୁଛନ୍ତି । କିନ୍ତୁ ଏତେ ବଡ ମହାମାରୀ ଶତାବ୍ଦୀରେ ଥରେ ଘଟେ, ଯାହାର ପ୍ରଭାବ ଆଗାମୀ ବର୍ଷରେ ମଧ୍ୟ ଦେଖାଯାଇଥାଏ ।

୧୭ ମିଲିୟନରୁ ଅଧିକ ଲୋକ କରୋନାରେ ସଂକ୍ରମିତ ଅଛନ୍ତି :

ଯଦିଓ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ ଯେ, ଚୀନର ଉହାନ୍ ସହର କରୋନାର ଉତ୍ପତି ସ୍ଥଳ ବୋଲି କିନ୍ତୁ ଏହିପରି ଅନେକ ରିପୋର୍ଟ ବାହାରିଛି ଯେଉଁଥିରେ ଦାବି କରାଯାଇଛି ଯେ, କରୋନାର ଜନ୍ମ ଚୀନର ଉହାନ୍ ସହରରୁ ହୋଇଛି ଏବଂ ଏଠାରୁ କରୋନା ଭୂତାଣୁ ସମଗ୍ର ବିଶ୍ୱକୁ ବ୍ୟାପିବାରେ ଲାଗିଥିଲା । ଏହି ମହାମାରୀରେ ୧୭ ମିଲିୟନରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି ଏବଂ ସଂକ୍ରମଣ ହେତୁ ପ୍ରାୟ ୬୭୫,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି । ଅନେକ ଦେଶରେ ଟିକା ପ୍ରସ୍ତୁତ ଉପରେ କାମ କରୁଛନ୍ତି । କିନ୍ତୁ ବାରମ୍ବାର WHO କହିଛି, ଆମକୁ ଏହି ମହାମାରୀ ସହିତ ଲଢ଼ିବାକୁ ପଡିବ ।

Leave a Reply

Your email address will not be published. Required fields are marked *