କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ମାଟ୍ରିକ ପରୀକ୍ଷାକୁ ନେଇ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ… !

କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ମାଟ୍ରିକ ପରୀକ୍ଷାକୁ ନେଇ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ… !

ଆଜି ମାଟ୍ରିକ ପରୀକ୍ଷାକୁ ନେଇ ବଡ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ମାଟ୍ରିକ ନୁହେଁ ବରଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ବଡ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏଠାରେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ନବମ ଓ ଏକାଦଶ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ନେଇ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।

ଗତକାଲି କେନ୍ଦ୍ର ସରକାର ସିବିଏସ୍‌ଇ ଦଶମ ପରୀକ୍ଷା ବାତିଲ କରିବା ପରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ରହିଛି ସମସ୍ତଙ୍କ ନଜର । ଦେଶରେ ତଥା ବିଭିନ୍ନ ରାଜ୍ୟରେ ମହାମାରୀ କରୋନା ସଂକ୍ରମଣର କାୟା ବିସ୍ତାର କରି ଚାଲିଥିବା ବେଳେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ମାଟ୍ରିକ ପରୀକ୍ଷା ନେଇ କ’ଣ ପଦକ୍ଷେପ ନେବେ ରାଜ୍ୟ ସରକାର, ଏହାକୁ ନେଇ ସର୍ବସାଧାରଣଙ୍କ ମନରେ ରହିଛି ସସ୍‌ପେନ୍ସ । ଏପରି ସ୍ଥିତିରେ ଅଭିଭାବକ ତଥା ମାଟ୍ରିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ ଆଜି ଅପରାହ୍ନରେ ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ରାଜ୍ୟରେ ଦୈନିକ ସଂକ୍ରମଣ ହାର ୩ ହଜାରରୁ ଅଧିକ ହୋଇଥିବା ଯୋଗୁଁ ମାଟ୍ରିକ ପରୀକ୍ଷାକୁ ସୁରୁଖୁରୁରୁରେ ପରିଚାଳନ କରିବାରେ ଅନିଶ୍ଚିତତା ହୋଇପାରେ । ଏପରି ସ୍ଥଳରେ ମାଟ୍ରିକ ପରୀକ୍ଷା କରାଗଲେ ସଂକ୍ରମଣ ହାର ଆହୁରି ଅଧିକ ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ସମସ୍ତ ଦ୍ୱିଧା ଦୂର କରିବାକୁ ଆଜି ଅପରାହ୍ନରେ ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟରାଜ୍ୟର କଥା କହିବାକୁ ଗଲେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ବିନା ପରୀକ୍ଷାରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *