ବିଶ୍ଵ ମହାମାରୀ କରୋନା ସମଗ୍ର ଦେଶରେ ଆତଙ୍କ ଖେଳାଇ ଚାଲିଛି । ଏହି ମହାମାରୀ କରୋନାରୁ ବର୍ତ୍ତିବା ପାଇଁ ବିଗତ ମାର୍ଚ୍ଚ ମାସ ଠାରୁ ସମଗ୍ର ଦେଶକୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଲକ୍ଡ଼ାଉନ୍ କରାଯାଇଥିଲା । ଯେଉଁ କାରଣରୁ ଦେଶର ଅର୍ଥନୈତିକ, ଶିକ୍ଷା ସମେତ ସମସ୍ତ ପ୍ରକାର ଗତିବିଧିରେ ବହୁ ମାତ୍ରାରେ କୁପ୍ରଭାବ ପଡିଛି । ଯଦିଓ ଲକ୍ଡ଼ାଉନ୍ ପରେ ବର୍ତ୍ତମାନ Unlockର ତୃତୀୟ ପର୍ଯ୍ୟାୟ ସମସ୍ତ ହେବା ସମୟରେ ଦେଶର ଅର୍ଥନୈତିକ ଗତିବିଧିରେ ପୁନର୍ବାର କିଛିଟା ମାତ୍ରାରେ ପରିସ୍ଥିତିରେ ସୁଧାର ଆସିଛି କିନ୍ତୁ ଶିକ୍ଷାନୁଷ୍ଠାନ ଗୁଡିକ ଦୀର୍ଘ ୫ ମାସ ହେଲା ବନ୍ଦ ହୋଇପଡିଛି । ଏହିପରି ପରିସ୍ଥିତିରେ କୋଟି କୋଟି ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ଅବସ୍ଥାରେ ରହିଛି । ଏହା ସତ୍ତ୍ୱେ ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷା ସଂସ୍ଥାନଗୁଡ଼ିକ ପାଇଁ ଚତୁର୍ଥ ପର୍ଯ୍ୟାୟ Unlockରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ । ଆସନ୍ତୁ ଜାଣିବା, ଶିକ୍ଷା ସଂସ୍ଥାନଗୁଡ଼ିକୁ ଦୃଷ୍ଟିରେ ରଖି କେଉଁ ବିଷୟ ଗୁଡ଼ିକ ଉପରେ ଚର୍ଚ୍ଚା କରାଯାଉଛି ।
ବାସ୍ତବରେ ବର୍ତ୍ତମାନ ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟ Unlock ପ୍ରକ୍ରିୟା ଚାଲିଛି ଏବଂ ସମସ୍ତ କାର୍ଯ୍ୟକଳାପକୁ ଧୀରେ ଧୀରେ ପୁନର୍ବାର ନିଜ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି । ଆପଣଙ୍କୁ କହିରଖୁଛୁ ଯେ, ଅଗଷ୍ଟ ମାସ ୩୧ ତାରିଖରେ ତୃତୀୟ ପର୍ଯ୍ୟାୟ Unlock ଶେଷ ହେବାକୁ ଯାଉଛି ଏବଂ ସେପ୍ଟେମ୍ବର ମାସ ୧ ତାରିଖ ଠାରୁ ସମଗ୍ର ଦେଶରେ ଚତୁର୍ଥ ପର୍ଯ୍ୟାୟ Unlock ଆରମ୍ଭ ହୋଇଯିବ । ଏହି ପରିସ୍ଥିତିରେ ଏହା ଆଶା କରାଯାଉଛି ଯେ, ଗୃହ ମନ୍ତ୍ରଣାଳୟର ନୂତନ ନିର୍ଦ୍ଦେଶାବଳୀରେ ସ୍କୁଲ ଏବଂ କଲେଜକୁ ମଧ୍ୟ ଖୋଲିବା ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇପାରେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ମାସ ଶେଷ ସୁଦ୍ଧା ନୂତନ ନିର୍ଦ୍ଦେଶାନାମା ଜାରି କରାଯିବାର ସମ୍ଭାବନା ରହିଛି ।
ଜାଣନ୍ତୁ କେବେ ଠାରୁ ଖୋଲିବ ସ୍କୁଲ, କଲେଜ ?

ଆପଣଙ୍କ ଜ୍ଞାତସାର ନିମନ୍ତେ ଜଣାଇ ଦେଉଛୁ ଯେ, ତୃତୀୟ ପର୍ଯ୍ୟାୟ Unlockରେ ଗୃହ ମନ୍ତ୍ରଣାଳୟ ବ୍ୟାୟାମଶାଳା, ଯୋଗସନ ସଂସ୍ଥା ଗୁଡିକୁ ପୁନର୍ବାର ଖୋଲିବାକୁ ଅନୁମତି ଦେଇଥିଲେ ଏବଂ ରାତ୍ର କାଳୀନ କର୍ଫ୍ୟୁକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଶେଷ କରିବାକୁ ନିର୍ଣ୍ଣୟ ନିଆଯାଇଥିଲା । ଏହା ବ୍ୟତୀତ ଶିକ୍ଷା ସଂସ୍ଥାନଗୁଡ଼ିକ ବିଷୟରେ କୁହାଯାଇଥିଲା ଯେ, ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଏବଂ କୋଚିଂ ସଂସ୍ଥାଗୁଡିକ ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ବର୍ତ୍ତମାନ ଆଶା କରାଯାଉଅଛି ଯେ, ସେପ୍ଟେମ୍ବର ମାସ ଠାରୁ ସ୍କୁଲ, କଲେଜ ଗୁଡ଼ିକ ନୂତନ ନିର୍ଦ୍ଦେଶାବଳୀ ସହିତ ଖୋଲା ଯାଇପାରେ । ତଥାପି ଚତୁର୍ଥ ପର୍ଯ୍ୟାୟ Unlockର ନିର୍ଦ୍ଦେଶାବଳୀ ଆସିବା ପରେ ହିଁ ଶିକ୍ଷାନୁଷ୍ଠାନ ଗୁଡ଼ିକର ଭବିଷ୍ୟତ ନିର୍ଣ୍ଣୟ ହୋଇପାରିବ ।
ସ୍କୁଲ କଲେଜ ପାଇଁ କଣ ଅଟେ ସରକାରଙ୍କ ଯୋଜନା ଜାଣନ୍ତୁ :

ଗୃହ ମନ୍ତ୍ରଣାଳୟର ଖବର ଅନୁସାରେ, ଚତୁର୍ଥ ପର୍ଯ୍ୟାୟ Unlockର ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି, ଯେଉଁଥିରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ପୁନର୍ବାର ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ରହିଛି । ଯେତେବେଳେ କି କେତେକ ରିପୋର୍ଟ ଅନୁସାରେ, ଶିକ୍ଷାନୁଷ୍ଠାନ ଗୁଡିକୁ ପର୍ଯ୍ୟାୟକ୍ରମେ ଖୋଲାଯିବ ଯାହା ଦ୍ୱାରା ଅତ୍ୟଧିକ ସୁରକ୍ଷା ଓ ସତର୍କତା ଅବଲମ୍ବନ କରାଯାଇପାରିବ । ଯଦି ଗୃହମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶାବଳୀକୁ ପାଳନ କରାଯାଏ, ତେବେ ସ୍କୁଲମାନଙ୍କରେ ଏକତ୍ରିତ ଭାବରେ ସମସ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦିଆଯିବ ନାହିଁ । ବରଂ ଭିନ୍ନ ଭିନ୍ନ ଦିନରେ ଭିନ୍ନ ଭିନ୍ନ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରାଯିବ ।
ଅଭିଭାବକମାନଙ୍କ ଦାବି, “ସ୍କୁଲ ଫିସ୍ ଉପରେ ରିହାତି ଦିଆଯାଉ…”

ଆପଣଙ୍କୁ ଜଣାଇ ଦେଉଛୁ ଯେ, ବିଶ୍ଵ ମହାମାରୀ କରୋନା କାରଣ ଯୋଗୁଁ ମାର୍ଚ୍ଚ ମାସ ଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି । ଏହିପରି ପରିସ୍ଥିତିରେ ପିଲାମାନଙ୍କ ଶିକ୍ଷା ଉପରେ ଗଭୀର ପ୍ରଭାବ ପଡିଛି । ଯଦିଓ ସରକାର ଅନଲାଇନ୍ କ୍ଲାସ୍ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ସେଥିରେ ବୈଷୟିକ ସମସ୍ୟା, ଗ୍ରାମାଞ୍ଚଳରେ ନେଟୱାର୍କ ସମସ୍ୟା, ସ୍ମାର୍ଟଫୋନ ଉପଲବ୍ଧ ନ ହେବା ହେତୁ ଅନଲାଇନ୍ କ୍ଲାସ୍ ସେତେ ମାତ୍ରାରେ ସଫଳ ହୋଇପାରିନାହିଁ । ଅପରପକ୍ଷରେ ଅଭିଭାବକମାନେ ପିଲାନଙ୍କର ଶିକ୍ଷା ସହିତ ଜଡିତ ସ୍କୁଲ ଫି’କୁ ନେଇ ମଧ୍ୟ ଚିନ୍ତିତ ଅଛନ୍ତି । ଅଧିକାଂଶ ଅଭିଭାବକମାନେ କହିଛନ୍ତି ଯେ, ଲକ୍ଡ଼ାଉନ୍ କାରଣ ହେତୁ ଆମଦାନୀର ଉତ୍ସ ଉପରେ ଗଭୀର ପ୍ରଭାବ ପଡିଛି, ଏଥିପାଇଁ ପିଲାଙ୍କର ସ୍କୁଲ ଫି’ ଉପରେ ରିହାତି ଦିଆଯାଉ ।